ସାମ୍‌କୋ ପକ୍ଷରୁ ନୂଆ ସାମ୍‌କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ନିବେଶ ପରିଚାଳନା ସଂସ୍ଥା ସାମ୍‌କୋ ଆସେଟ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଂଟମ୍ ଫଣ୍ଡ୍ ସାମ୍‌କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି । ଭାରତୀୟ ବଜାରରେ ମୋମେଂଟମ୍ ନିବେଶରେ ରହିଥିବା ସୁଯୋଗକୁ ବ୍ୟବହାର କରିବା ସହିତ ବିପଦକୁ ଚମତ୍କାର ଢଙ୍ଗରେ ପରିଚାଳନା କରିବ । ଏହି ଫଣ୍ଡ୍ ନିବେଶକମାଙ୍କୁ ଉଲ୍ଲେଖନୀୟ ରିଟର୍ଣ୍ଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।
ନିଫ୍‌ଟି ୨୦୦ ମୋମେଂଟମ୍ ୩୦ ସୂଚୀ ଗତ ୧୮ ବର୍ଷ ଭିତରେ ବାର୍ଷିକ ୧୭.୭୯ ପ୍ରତିଶତ ଭଳି ଚମତ୍କାର ଅଭିବୃଦ୍ଧି ହାର ହାସଲ କରିଛି ଯାହା ନିଫ୍‌ଟି ୫୦ ଓ ନିଫ୍‌ଟି ୫୦୦ ସୂଚୀ ପ୍ରଦାନ କରିଥିବା ରିଟର୍ଣ୍ଣଠାରୁ ଅଧିକ । ନିଫ୍‌ଟି ମିଡ୍‌କ୍ୟାପ୍ ୧୫୦ ମୋମେଂଟମ୍ ୫୦ ସୂଚୀ ଶୁଭାରମ୍ଭ ହେବା ପରଠାରୁ ବାର୍ଷିକ ୨୧.୨୮ ପ୍ରତିଶତ ହାରର ରିଟର୍ଣ୍ଣ ପ୍ରଦାନ କରୁଛି । ଏମ୍‌ଏସ୍‌ସିଆଇ ୱାର୍ଲଡ୍ ମୋମେଂଟମ୍ ସୂଚୀ ୨୦ ଗୁଣା ଅଧିକ ରିଟର୍ଣ୍ଣ ପ୍ରଦାନ କରୁଛି । ଏହି ତଥ୍ୟଗୁଡ଼ିକୁ ବ୍ୟବହାର କରି ଓ ଗଭୀର ଗବେଷଣା ଜରିଆରେ ସାମ୍‌କୋ ଏମ୍‌ଏଫ୍ ପକ୍ଷରୁ ଭାରତର ପ୍ରଥମ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି ।
ସାମ୍‌କୋ ଆସେଟ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ ନିବେଶ ଅଧିକାରୀ (ସିଆଇଓ) ଉମେଶ କୁମାର ମେହତା କହିଛନ୍ତି ଯେ, “ଐତିହାସିକ ଭାବେ ମୋମେଂଟମ୍ ବିଷୟ କିମ୍ବା ଷ୍ଟକ ମୂଲ୍ୟଞ ଧାରା ଉପରେ ପର୍ଯ୍ୟବେସିତ ଦୃଷ୍ଟିକୋଣ ଅନ୍ୟତମ ଦୃଢ଼ ରିଟର୍ଣ୍ଣ ସୃଷ୍ଟିକାରୀ ହୋଇରହିଛି । ମୋମେଂଟମ୍ ନିବେଶରେ ପ୍ରତ୍ୟକ୍ଷ ପରିଚାଳନା ବ୍ୟାପକ ଭାବେ ନିବେଶ କରିବାର ଦୁନିଆ, ଶୀଘ୍ର ପୁନଃ ସନ୍ତୁଳନ ଏବଂ ଅଣ ଧାରା ସମୟରେ ହେଜିଂ କରିବାର ନମନୀୟତା ଭଳି ଅନେକ ସ୍ୱତନ୍ତ୍ର ଲାଭ ପ୍ରଦାନ କରୁଛି । ମୋମେଂଟମ୍ ଚରିତ୍ର ପ୍ରଦର୍ଶନ କରୁଥିବା ଷ୍ଟକ୍‌ରେ ନିବେଶ ଜରିଆରେ ଆମେ ନିବେଶକମାନଙ୍କୁ ଉତ୍କୃଷ୍ଟ ବିପଦ ପରିଚାଳିତ ରିଟର୍ଣ୍ଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।’’
ମୋମେଂଟମ୍ ଭିତିକ ରଣନୀତି ଉପରେ ଗଭୀର ଜ୍ଞାନ ଥିବା ଶ୍ରୀ ପାରସ ମଟାଲିଆଙ୍କୁ ସାମ୍‌କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ଉତ୍ସର୍ଗୀକୃତ ଫଣ୍ଡ୍ ମ୍ୟାନେଜର ନିଯୁକ୍ତ କରାଯାଇଛି । ଶ୍ରୀ ମଟାଲିଆ ଫଣ୍ଡ୍‌ର ନିବେଶ ନିଷ୍ପତିର ଦେଖାଶୁଣା କରିବେ ଏବଂ ନିବେଶଙ୍କ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବେ ।
ଏହି ଅବସରରେ ସାମ୍‌କୋ ଆସେଟ୍ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ବିରାଜ ଗାନ୍ଧୀ କହିଛନ୍ତି ଯେ, “ଭାରତର ପ୍ରଥମ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଂଟମ୍ ଫଣ୍ଡ୍ ଭାବେ ସାମ୍‌କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉଲ୍ଲସିତ ଏବଂ ଏହା ଭାରତୀୟ ନିବେଶ ଦୃଶ୍ୟପଟ୍ଟରେ ଆଗକୁ ଚମତ୍କାର ସୁଯୋଗ ପ୍ରଦାନ କରୁଛି । ଆମର ବିଶ୍ୱାସ ରହିଛି ଯେ ମୋମେଂଟମ୍ ନିବେଶରୁ ଲାଭ ପାଇବାକୁ ଚାହୁଥିବା ନିବେଶକମାନଙ୍କୁ ଏହି ଫଣ୍ଡ୍ ନୂଆ ମାର୍ଗ ପ୍ରଦାନ କରିବ । ଆମର ଉତ୍ସର୍ଗୀକୃତ ଟିମ୍ ଓ ଦୃଢ଼ ନିବେଶ ରଣନୀତି ସହ ଆମ ନିବେଶକମାନଙ୍କୁ ମୂଲ୍ୟ ପ୍ରଦାନ କରିବା ଉପରେ ଆମର ବିଶ୍ୱାସ ରହିଛି ।’’
ସାମ୍‌କୋ ଆକ୍ଟିଭ୍ ମୋମେଂଟମ୍ ଫଣ୍ଡ୍‌ର ନୂଆ ଫଣ୍ଡ୍ ଅଫରିଂ (ଏନ୍‌ଏଫ୍‌ଓ) ୨୦୨୩ ଜୁନ୍ ୧୫ରେ ଖୋଲିବ ଓ ୨୦୨୩ ଜୁନ୍ ୨୯ରେ ବନ୍ଦ ହେବ । ଏହି ସୀମିତ ସମୟ ଭିତରେ ନିିବେଶକମାନେ ନିଜର ପୋର୍ଟଫୋଲିଓକୁ ଉପସ୍ଥାପନ କରିପାରିବେ । ଏନ୍‌ଏଫ୍‌ଓ ଅବଧି ପରେ ପରବର୍ତୀ ନୋଟିସ୍ ପର୍ଯ୍ୟନ୍ତ ସବ୍‌ସ୍କ୍ରିପ୍‌ସନ୍ ଗ୍ରହଣ କରାଯିବ ନାହିଁ । କେବଳ ପଞ୍ଜୀକୃତ ଏସ୍‌ଆଇପିଗୁଡ଼ିକୁ ଗ୍ରହଣ କରାଯିବ ।


Share It

Comments are closed.