ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ “ବର୍ଦ୍ଧିତ ୱାରେଂଟି” ପ୍ଲସ୍ କାର୍ଯ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର: ସାମଗ୍ରିକ ମାଲିକାନା ଅନୁଭୂତିରେ ଉନ୍ନତି ଆଣିବା ସହିତ ଦୁଇଚକିଆ ଯାନ ଶିଳ୍ପରେ ନୂଆ ମାନଦଣ୍ଡ ନିର୍ଧାରଣ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ “ବର୍ଦ୍ଧିତ ୱାରେଂଟି ପ୍ଲସ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କଂପାନିର ୨୫୦ ସିସି ପର୍ଯ୍ୟନ୍ତ ସବୁ ସ୍କୁଟର ଓ ମୋଟରସାଇକଲ୍ ପାଇଁ ଏହା ଏବେ ଉପଲବ୍ଧ ହୋଇଛି । ଏହା ଜରିଆରେ କଂପାନି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି ।
ଗାଡ଼ି କିଣିବା ତାରିଖର ୯୧ ଦିନରୁ ନବମ ବର୍ଷ ମଧ୍ୟରେ ବର୍ଦ୍ଧିତ ୱାରେଂଟି ହାସଲ କରିବା ଲାଗି ଏହା ଗ୍ରାହକମାନଙ୍କୁ ସକ୍ଷମ କରୁଛି । ଏହି କାର୍ଯ୍ୟକ୍ରମରେ ୧୦ ବର୍ଷର ୱାରେଂଟି ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ବେଳେ ମାଲିକାନା ହସ୍ତାନ୍ତର ଭଳି କ୍ଷେତ୍ରରେ ଏହା ନୂଆ ମାଲିକଙ୍କୁ ସ୍ଥାନାନ୍ତର ହୋଇପାରୁଛି ଏବଂ ଏଥିରେ ନବୀକରଣ ବିକଳ୍ପ ବି ରହିଛି ।
ବର୍ଦ୍ଧିତ ୱାରେଂଟି ପ୍ଲସ୍‌ରେ ଗ୍ରାହକମାନଙ୍କୁ ତିନି ବିକଳ୍ପ ପ୍ରଦାନ କରାଯାଉଛି । ୭ ବର୍ଷର ଗାଡ଼ି ପାଇଁ ୩ ବର୍ଷିଆ ପଲିସି, ୮ ବର୍ଷର ଗାଡ଼ି ପାଇଁ ଦୁଇ ବର୍ଷିଆ ପଲିସି ଏବଂ ୯ ବର୍ଷ ପୁରୁଣା ଗାଡ଼ି ପାଇଁ ୧ ବର୍ଷର ପଲିସି । ସବୁ ପ୍ରକାର ସ୍କୁଟର ପାଇଁ ୧,୨୦,୦୦୦ କିଲୋମିଟର ଓ ମୋଟରସାଇକଲ୍ ପାଇଁ ୧,୩୦,୦୦୦ କିଲୋମିଟର ପର୍ଯ୍ୟନ୍ତ ଏହି ସୁବିଧା ପ୍ରଦାନ କରାଯାଉଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ୟୋଗେଶ ମାଥୁର କହିଛନ୍ତି ଯେ, “ଗାଡ଼ଇ କିଣା ପ୍ରକ୍ରିୟାରେ ଗ୍ରାହକ ସନ୍ତୁଷ୍ଟି ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିଥିବା ବେଳେ ବିକ୍ରି ପରର୍ବତୀ ସେବା ସେଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ଭାବେ ଗ୍ରାହକ ସନ୍ତୁଷ୍ଟିକୁ ଅତିକ୍ରମ କରିବା ଏବଂ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ହୋଣ୍ଡା ଲକ୍ଷ୍ୟ ରଖିଛି । ଏହା ହେଉଛି ଶିଳ୍ପର ପ୍ରଥମ ୧୦ ବର୍ଷ ପର୍ଯ୍ୟନ୍ତର ବର୍ଦ୍ଧିତ ୱାରେଂଟି କାର୍ଯ୍ୟକ୍ରମ ଯେଉଁଥିରେ ଉଚ୍ଚ ମୂଲ୍ୟର ପାର୍ଟସ୍‌କୁ ସାମିଲ କରାଯାଇଛି । ବହୁ ସୁବିଧା ସହିତ ଏହି କାର୍ଯ୍ୟକ୍ରମ ଗ୍ରାହକକୁ ଧରି ରଖିବା ଏବଂ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା ସହିତ ଦୀର୍ଘସ୍ଥାୟୀ ବିଶ୍ୱାସନୀୟତାକୁ ସୁଦୃଢ଼ କରିଛି । ଆମର ବିଶ୍ୱାସ ରହିଛି ଯେ ଏହି କାର୍ଯ୍ୟକ୍ରମ ଆମ ମୂଲ୍ୟବାନ ଗ୍ରାହକଙ୍କ ଆମ ଉପରେ ଥିବା ଅତୁଟ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବ ।’’
୧୩୧୭ ଟଙ୍କା ମୂଲ୍ୟରୁ ଆରମ୍ଭ ହେଉଥିବା ଏହି ବର୍ଦ୍ଧିତ ୱାରେଂଟିକୁ ଗ୍ରାହକମାନେ ଯେକୌଣସି ସ୍ୱୀକୃତିପ୍ରାପକ୍ତ ହୋଣ୍ଡା ସର୍ଭିସ୍ ସେଂଟରକୁ କିଣିପାରିବେ ।


Share It

Comments are closed.