ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ପଶ୍ଚିମବଙ୍ଗର ବ୍ରହ୍ମପୁରରେ ଡିଲର ସମ୍ମିଳନୀ ଆୟୋଜିତ


ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଓ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଚ୍ୟାନେଲ ପାର୍ଟନର ଶ୍ରୀଜିତା ଷ୍ଟିଲ୍ ଆଣ୍ଡ୍ ମାର୍କେଟିଂ ସହଯୋଗରେ ପଶ୍ଚିମବଙ୍ଗର ବ୍ରହ୍ମପୁରରେ ଏକ ଡିଲର ସମ୍ମିଳନୀ ଆୟୋଜନ କରାଯାଇଥିଲା ଯାହା ଏହି ପ୍ରମୁଖ ବଜାରରେ ଅଂଶୀଦାରଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
କୁଇନ୍ ପ୍ୟାଲେସ୍ ବ୍ରହ୍ମପୁରରେ ଆୟୋଜନ କରାଯାଇଥିବା ଏହି ସମ୍ମିଳନୀରେ ୧୨୦ରୁ ଅଧିକ ସମ୍ମାନନୀୟ ଡିଲର ଯୋଗ ଦେଇଥିଲେ ଯାହା ସେମାନଙ୍କ ସହ ସମ୍ପର୍କକୁ ମଜଭୁତ କରିବା ଏବଂ ଡିଲର ନେଟ୍‌ୱର୍କକୁ ସହାୟତା ଜାରି ରଖିବା ପ୍ରତି କଂପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି ।
କଂପାନିର ସହକାରୀ ଉପସଭାପତି ଓ ବିକ୍ରି ତଥା ମାର୍କେଟିଂ ମୁଖ୍ୟ (ଟିଏମ୍‌ଟି ଓ ଓୟାର ରଡ୍‌) ଶ୍ରୀ ଅରବିନ୍ଦ କୁମାର ଡିଲର ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, “ରୁଙ୍ଗଟା ଷ୍ଟିଲ୍ ପାଇଁ ପଶ୍ଚିମବଙ୍ଗ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏଠାରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ । ଆମ ଡିଲରମାନେ ହେଉଛନ୍ତି ଆମର ମୂଲ୍ୟବାନ ସହଯୋଗୀ ଏବଂ ଏଭଳି ସମ୍ମିଳନୀ ଆମକୁ ସେମାନଙ୍କ ସହ ସହଯୋଗିତା ସ୍ଥାପନ କରିବା, ଭାବ ବିନିମୟ କରିବା ଏବଂ ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ କରିବାର ଅଭିନବ ବାଟ ବାହାର କରିବାରେ ସହାୟକ ହେଉଛି ।’’
ଏହି ଡିଲର ସମ୍ମିଳନୀରେ ଜ୍ଞାନର ଆଦାନପ୍ରଦାନ, ଭାବ ବିନିମୟ ଅଧିବେଶନ ଏବଂ ଶିଳ୍ପର ସଦ୍ୟତମ ଧାରା, ଉତ୍ପାଦ ଓ ବଜାର ସ୍ଥିତି ଉପରେ ଆଲୋଚନା ଭଳି କାର୍ଯ୍ୟକ୍ରମ ରହିଥିଲା । ଡିଲରମାନେ ମୂଲ୍ୟବାନ ମତାମତ ଦେବାର ସୁଯୋଗ ପାଇଥିଲେ ଯାହା ରୁଙ୍ଗଟା ଷ୍ଟିଲ୍‌କୁ ସୁହାଇବା ଭଳି ଉତ୍ପାଦ ଓ ସେବା ଉପସ୍ଥାପନ କରି ପଶ୍ଚିମବଙ୍ଗ ବଜାର ଚାହିଦା ପୂରଣ କରିବାରେ ଆହୁରି ସକ୍ଷମ କରିବ ।
କିଛି ବର୍ଷ ଭିତରେ ପଶ୍ଚିମବଙ୍ଗରେ ରୁଙ୍ଗଟା ଷ୍ଟିଲ୍ ଦ୍ରୁତ ଗତିରେ ଆଗକୁ ବଢ଼ିଛି ଏବଂ ପଶ୍ଚିମବଙ୍ଗରେ ପ୍ରଭାବକୁ ଆହୁରି ବିସ୍ତାର କରିବାର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ଦୋହରାଉଛି ।
ରାଜ୍ୟର ବ୍ୟବସାୟ ଶିଳ୍ପଠାରୁ ରୁଙ୍ଗଟା ଷ୍ଟିଲର ଉଚ୍ଚ ମାନର ଉତ୍ପାଦ ବିଶ୍ୱାସ ଓ ପ୍ରଶଂସା ହାସଲ କରିଛି ।


Share It

Comments are closed.