ଫ୍ଲେୟାର ରାଇଟିଂ ଇଣ୍ଡଷ୍ଟ୍ରିଜ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ନଭେମ୍ବର ୨୨ରେ ଖୋଲିବ


ଭୁବନେଶ୍ୱର: ଫ୍ଲେୟାର ରାଇଟିଂ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ନଭେମ୍ବର ୨୨ ବୁଧବାର ଦିନ ଖୋଲିବ । ଏହି ଅଫରରେ ୫୯୩ କୋଟି ଟଙ୍କା ସଂଗ୍ରହ କରିବା ଯୋଜନା ରହିଛି । ଏଥିରେ ୨୯୨ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ “ଅଫର ଫର ସେଲ୍‌”ରେ ଅଂଶଧନକାରୀମାନେ ୩୦୧ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ । ବୁକ୍ ରନିଂ ଲିଡ୍ ମ୍ୟାନେଜରମାନଙ୍କ ସହ ଆଲୋଚନା କରି ନଭେମ୍ବର ୧୦ ତାରିଖ ଦିନ ୭୩ କୋଟି ଟଙ୍କାର ୨,୪୦୧,୩୧୫ ଇକ୍ୱିଟି ସେୟାରର ପ୍ରି-ଆଇପିଓ ପ୍ଲେସମେଂଟ୍ କରାଯିବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୨୮୮ ଟଙ୍କାରୁ ୩୦୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୪୯ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୪୯ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବେ ।
ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୩ ନଭେମ୍ବର ୨୧ ମଙ୍ଗଳବାର ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ନଭେମ୍ବର ୨୨ରେ ଖୋଲିବ ଓ ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ (କ) ଗୁଜରାଟର ଭଲସାଡ୍ ଜିଲ୍‌ଲାରେ ଏକ ନୂଆ ଲିଖନ ଉପକରଣ କାରଖାନା ସ୍ଥାପନରେ ୫୫.୯୯ କୋଟି ଟଙ୍କା, (ଖ) କଂପାନି ଓ ଏହା ସହାୟକ ସଂସ୍ଥା ଫ୍ଲେୟାର ରାଇଟିଂ ଇକ୍ୟୁଇପମେଂଟ୍ ପ୍ରାଇଭେଟ୍ ଲିମିଟେଡ୍‌ର କାର୍ଯ୍ୟକାରୀ ପୁଞ୍ଜି ପାଇଁ ୮୬.୭୫ କୋଟି ଟଙ୍କ, (ଗ) କଂପାନି ଓ ଏହାର ସହାୟକ ସଂସ୍ଥା ଏଫ୍‌ଡବ୍ଲୁଇପିଏଲ୍ ଓ ଫ୍ଲେୟାର ସାଇରୋସିଲ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ପାଇଁ ୭୭ କୋଟି ଟଙ୍କା, (ଘ) ଋଣ ଆଗୁଆ ପରିଶୋଧ/ ପରିଶୋଧ ପାଇଁ ୪୩ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ଖୁବିଲାଲ ଯୁଗରାଜ ରାଠୋର ୫୧.୪୦ କୋଟି ଟଙ୍କା, ବିମଳଚନ୍ଦ ଯୁଗରାମ ରାଠୋର ୩୯.୬୫ କୋଟି ଟଙ୍କା, ରାଜେଶ ଖୁବିଲାଲ ରାଠୋର ୩୨.୩୦ କୋଟି ଟଙ୍କା, ମୋହିତ ଖୁବିଲାଲ ରାଠୋର ୩୨.୩୦ କୋଟି ଟଙ୍କା, ସୁମିତ ରାଠୋର ୩୨.୩୦ କୋଟି ଟଙ୍କା, ନିର୍ମଳା ଖୁବିଲାଲ ରାଠୋର ୩୨.୩୦ କୋଟି ଟଙ୍କା, ମଞ୍ଜୁଳା ବିମଳଚନ୍ଦ ରାଠୋର ୩୨.୩୦ କୋଟି ଟଙ୍କା, ସାଲିନି ମୋହିତ ରାଠୋର ୧୬.୧୫ କୋଟି ଟଙ୍କା, ସଙ୍ଗୀତା ରାଜେଶ ରାଠୋର ୧୬.୧୫ କୋଟି ଟଙ୍କା ଏବଂ ସୋନାଲ ସୁମିତ ରାଠୋର ୧୬.୧୫ କୋଟି ଟଙ୍କାର ସେୟାର ବିକ୍ରି କରିବେ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ।


Share It

Comments are closed.