ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଅକ୍ଷୟ ତୃତୀୟା ୨୦୨୩ ପାଇଁ ଥାଞ୍ଜାଭୁର କଲେକ୍‌ସନର ଶୁଭାରମ୍ଭ


ଭୁବନେଶ୍ଵର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ଏକ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଗର୍ବର ସହିତ ଗ୍ରାଣ୍ଡ ଅକ୍ଷୟ ତୃତୀୟା କଲେକ୍‌ସନ – “ଥାଞ୍ଜାଭୁର” ର ଉପସ୍ଥାପନ କରୁଛି । ଏକ ଆକର୍ଷଣୀୟ ଫାଇନ୍ ଜୁଏଲାରୀ କଲେକ୍‌ସନ ଯାହାକି ମନ୍ଦିର, ରଜାକିୟ ଦରବାର ହଲ୍ ବୋମାଇ ଡଲ୍‌ସ ର ସୂକ୍ଷ୍ମ କଳାକୃତି ଦ୍ୱାରା ଅନୁପ୍ରେରିତ ଅଟେ । ଏହି ମେଗା ଶୁଭାରମ୍ଭ କାର୍ଯ୍ୟକ୍ରମ ୦୫ ଏପ୍ରିଲ୍‌, ୨୦୨୩ ବୁଧବାର ଦିନ ସାଙ୍ଗ୍ରି-ଲା ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଏଚଏନଆଇ ଗ୍ରାହକ, ମିଡିଆ, ଫେସନ ବିଶେଷଜ୍ଞ ଓ ସମ୍ଭାବ୍ୟ କ୍ରେତାମାନେ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛନ୍ତି ଷ୍ଟନିଂ ସୋଷ୍ଟପର ଜାହ୍ନବୀ କପୁର ଯିଏକି ରାମ୍ପରେ ମାଜେଷ୍ଟିକ୍ “ଥାଞ୍ଜାଭୁର” କଲେକ୍‌ସନ ଜୁଏଲାରୀ ପିନ୍ଧିଥିଲେ । ଜାହ୍ମବୀ କପୁର ଏହି ସୋଷ୍ଟପର ଜୁଏଲାରୀ ପିସ୍ ସହିତ ର‌୍ୟାମ୍ପରେ ଚାଲିବା ସମୟରେ ଅତ୍ୟନ୍ତ ଚମତ୍କାର ଓ ଆକର୍ଷଣୀୟ ଦେଖା ଯାଉଥିଲେ । ସେ ଏକ ହୀରା ଖଚିତ ନେକଲେସ୍ ଓ ଇୟରିଂ କଲେକ୍‌ସନ ପିନ୍ଧିଥିଲେ ଯାହାକି ମନ୍ଦିରର ମିଶ୍ରିତ ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଯାହା ରୋଜ୍ ଗୋଲ୍‌ଡ କଳାକୃତରେ ପ୍ରସ୍ତୁତ । ଏହି ସୂକ୍ଷ୍ମ କାରିଗରି ଓ ଏହା ସହିତ ଏହି ଡିଜାଇନରେ ସବିଶେଷ ଉପରେ ଅତ୍ୟନ୍ତ ଧ୍ୟାନ ପ୍ରଦାନ କରାଯାିଛି ଓ ଏହା ଐତିହାସିକ ରାଜ୍ୟ ଥାଞ୍ଜାଭୁର କୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପସ୍ଥାପିତ କରିଛି । ଜାହ୍ନବୀ କପୁରଙ୍କ ସୋଷ୍ଟପର ଉପସ୍ଥାପନା ବ୍ୟତୀତ ଏହି ଅବସରରେ ଆହୁରି ଅନେକ ଗୁଡ଼ିଏ ବ୍ୟାପକ ଶ୍ରେଣୀୟ ଗୋଲ୍‌ଡ ଓ ଡାଏମଣ୍ଡ ଜୁଏଲାରୀ ପିସକୁ ଉପସ୍ଥାପିତ କରାଯାଇଥିଲା ଯାହାକି ଏହି ଅଚଂଳର କଳା ଓ ଆର୍କିଟେକ୍‌ଚର ଦ୍ୱାରା ଅନୁପ୍ରେରିତ ଅଟେ । ଏହି କଲେକ୍‌ସରେ ରହିଛି ଅନେକ ଡିଜାଇନ୍ ଯଥା ପାରମ୍ପରିକ, ସମସାମୟିକ ଓ ଫ୍ୟୁଜନ ଓ ଯାହାକି ବିଭିନ୍ନ ପ୍ରକାରର ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରିଥାଏ ।

ରିଲାଏନ୍‌ସ ଜୁଏଲ୍‌ସର “ଥାଞ୍ଜାଭୁର” କଲେକ୍ସନ ରେ ରହିଛି ବ୍ୟାପକ ଶ୍ରେଣୀୟ ଆକର୍ଷଣୀୟ ଜୁଏଲାରୀର ସମ୍ଭାର ଯାହାକି ସବୁ ଅବସର ପାଇଁ ଉତ୍କୃଷ୍ଟ । ଏହା ବିବାହ ଠାରୁ ଆରମ୍ଭ କରି ପାର୍ବଣ ଋତୁ ବା କୌଣସି ସ୍ୱତନ୍ତ୍ର ଉତ୍ସବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି କଲେକ୍‌ସନରେ ରହିଛି ଆକର୍ଷଣୀୟ ନେକଲେସ୍ ସେଟ୍‌, ଚୋକର୍ସ, ଲେୟାରଡ୍ ନେକଲେସ୍‌, ଚୁଡ଼ି, ବ୍ରେସଲେଟ୍‌, ଇୟରିଂ, ରିଙ୍ଗ, ୱେଷ୍ଟବେଲ୍‌ଟ, ମାଙ୍ଗଟିକା, କାନର ଚେନ୍ ଓ ଆହୁରି ଅନେକ । ପ୍ରତ୍ୟେକ ଗହଣାର ଏକ ସ୍ୱତନ୍ତ୍ର କଳାକୃତି ରହିଛି ଯାହାକି ଅଦ୍ୱିତୀୟ ଅଟେ । ଏହାର ଡିଜାଇନ ଗୁଡ଼ିକୁ ଐତିହାସିକ ରାଜ୍ୟ ଥାଞ୍ଜାଭୁରରୁ ଅନୁପ୍ରେରିତ । ଏହି କଲେକ୍‌ସନ ଗୁଡ଼ିକ ପାରମ୍ପରିକ ତଥା ସମସାମୟିକ ଡିଜାଇନର ଏକ ଉତ୍କୃଷ୍ଟ ସମନ୍ୱୟ ଯାହାକି ଆଜିର ଫେସନ ସଚେତନ ମହିଳାମାନଙ୍କ ପାଇଁ ଉତ୍କୃଷ୍ଟ ଅଟେ । ଆପଣ ଷ୍ଟେଟମେଂଟ ପିସ୍ ଖୋଜନ୍ତୁ ବା କିଛି ହାଲୁକା ଧରଣର ଗହଣା କୁହନ୍ତୁ ସବୁକିଛି ଏହି “ଥାଞ୍ଜାଭୁର” କଲେକ୍‌ସନରେ ଉପଲବ୍ଧ ରହିଛି ଯାହା ଆପଣଙ୍କର ସ୍ୱାଦ ଓ ଷ୍ଟାଇଲ୍ ସହିତ ନିଶ୍ଚିତ ଭାବରେ ଖାପ ଖାଇବ । ସାମଗ୍ରୀକ ଭାବରେ “ଥାଞ୍ଜାଭୁର” କଲେକ୍‌ସନ ଯାହାକି ରିଲାଏନ୍‌ସ ଜୁଏଲ୍‌ସ ଦ୍ୱାରା ଶୁଭାରମ୍ଭ କରାଯାଇଛି ତାହା ଅତ୍ୟନ୍ତ ସଫଳତା ଲାଭ କରିଛି ଓ ଏହା ଭାରତୀୟ କଳା ଓ କାରିଗରୀର ଏକ ବାସ୍ତବିକ ଉପସ୍ଥାପନା ।

ପ୍ରିକ୍ୟାମ୍ପେନ୍ ଆକ୍ଟିଭିଟି ରେ ମାର୍ଚ୍ଚରେ ଏଫଡିସିଆଇ ର ସହଭାଗୀତାରେ ଲାକମେ ଫେସନ ୱିକର କଲେକ୍‌ସନକୁ ପ୍ରଦର୍ଶିତ କରାଯାଇଥିଲା । ଏହି କଲେକ୍‌ସନ ଗୁଡ଼ିକୁ ରନୱେରେ ପ୍ରସିଦ୍ଧ ଡିଜାଇନର ମୋନିସ୍ ଜୟସିଂଙ୍କ ସହଭାଗୀତାରେ ଉପସ୍ଥାପନ କରାଯାଇଥିଲା । ଏହି ଫୁଲ୍ ହାଉସ୍ ସୋ ରେ ଫେସନ ଉଦ୍ୟୋଗର ପ୍ରସିଦ୍ଧ ବ୍ୟକ୍ତି ଓ ସମ୍ଭାବ୍ୟ ଟିଜି ମାନେ ଉପସ୍ଥିତ ରହିଥିଲେ । ରିଲାଏନ୍‌ସ ଜୁଏଲ୍‌ସ ଛଅଟି ସିଜିନକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଓ ବିଭିନ୍ନ ଅଂଚଳର ଅନେକ ଗୁଡ଼ିଏ ବିଷୟବସ୍ତୁ, ଐତିହ୍ୟ, ସଂସ୍କୃତିକୁ ନେଇ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ଓ ଏହି କଲେକ୍‌ସନ ଗୁଡ଼ିକ ହେଉଛି ଅପୁର୍ବମ୍‌, ଅତୁଲ୍ୟ, ଉତ୍କଳ, କାସ୍ୟମ, ରନକାର ଓ ମହାଳୟା । ରିଲାଏନ୍‌ସ ଜୁଏଲ୍‌ସ ଏହି ଧାରାକୁ ବଜାୟ ରଖି ସିଜିନ୍ ୭.୦ କୁ “ଥାଞ୍ଜାଭୁର” ସହିତ ଶୁଭାରମ୍ଭ କରିଛି । ଚଳିତ ଅକ୍ଷୟ ତୃତୀୟାରେ, ରିଲାଏନ୍‌ସ ଜୁଏଲ୍‌ସ ଥାଞ୍ଜାଭୁରକୁ ପରିଦର୍ଶନ କରିଛି, ଯାହାକି ତାମିଲନାଡ଼ୁର ଏକ ଆକର୍ଷଣୀୟ ସହର ଯେଉଁଠାରେ କଳାର ପୂଜା କରାଯାଇଥାଏ । ଦକ୍ଷିଣ ଭାରତରେ ଏହା ଅନେକ ରାଜବଂଶର ରାଜଧାନୀ ରହିଥିଲା ଯଥା ଚୋଳ, ପାଣ୍ଡ୍ୟା ଓ ମରାଠା ।

ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍ସ କହିଛନ୍ତି ଯେ, “ଚଳିତ ଅକ୍ଷୟ ତୃତୀୟାରେ ଆମେ ସାରା ଭାରତରେ ଥାଞ୍ଜାଭୁର କଲେକ୍‌ସନର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ଯାହାକି ତାମିଲନାଡ଼ୁର ଥାଞ୍ଜାଭୁରର ସମୃଦ୍ଧ ଐତିହ୍ୟକୁ ବହନ କରିଥାଏ । ଆମର ଥିମାଟିକ୍ ଜୁଏଲାରୀ କଲେକ୍‌ସନ ଭାରତର ବ୍ୟାପକ ସଂସ୍କୃତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଓ ଆମେ ସିଜିନ୍ ୭.୦ ର ଶୁଭାରମ୍ଭ ସହିତ ଏହି ଧାରାକୁ ଅବ୍ୟାହତ ରଖିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମର ଗ୍ରାହକମାନେ ଆମର ଉତ୍କୃଷ୍ଟ କାରିଗରୀକୁ ସର୍ବଦା ପସନ୍ଦ କରିଆସିଛନ୍ତି ଓ ମୋର ଆତ୍ମବିଶ୍ୱାସ ରହିଛି ଯେ ସେମାନେ


Share It

Comments are closed.