ସ୍କାଏ ଅଟୋମୋବାଇଲ୍ସର ନେକ୍ସା ପ୍ରିମିୟମ କାର୍ ଶୋରୁମ୍‌ରେ ମାରୁତି ସୁଜୁକି ଜିମ୍‌ନିର ସ୍ୱତନ୍ତ୍ର ପ୍ରଦର୍ଶନ

ଗତ ୪ ବର୍ଷ ମଧ୍ୟରେ ଏସ୍‌ୟୁଭି ସେଗ୍‌ମେଂଟ୍ ପାଇଁ ବଢୁଥିବା ଚାହିଦା ସହିତ ମାରୁତି ସୁଜୁକି ମିଡ୍‌ସାଇଜ୍ ଏସ୍‌ୟୁଭି ବର୍ଗରେ ଏହାର ପ୍ରବେଶ ସହିତ ବି ସେଗ୍‌ମେଂଟ୍‌ରେ ବଡ ବାଜି ଲଗାଇଛି ଏବଂ ବଜାରକୁ ଅଧିକ ଏସ୍‌ୟୁଭି ମଡେଲ୍ ଆଣିବା ପାଇଁ ଯୋଜନା ରଖିଛି ।


ଭୁବନେଶ୍ୱର: ଓଡିଶାର ବହୁ ପୁରାତନ ମାରୁତି ଡିଲରସିପ୍ ସ୍କାଏ ଅଟୋମୋବାଇଲ୍ସରେ ନୂଆ ମାରୁତି ସୁଜୁକି ଜିମ୍‌ନିର ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ମାରୁତି ସୁଜୁକି ନେକ୍ସାର ଟେରିଟୋରୀ ସେଲ୍‌ସ ମ୍ୟାନେଜର ଶ୍ରୀଯୁକ୍ତ ଅନୁଭବ ବେହେରା, ସ୍କାଏ ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର୍ ଓ ସିଇଓ ଶ୍ରୀଯୁକ୍ତ ଅବିନାଶ ସିଂଘାନିଆଙ୍କ ଉପସ୍ଥିତିରେ  କରାଯାଇଛି । ଏହା ବ୍ୟତୀତ ଏହି ଅବସରରେ ନେକ୍ସା ଶୋରୁମ୍ ସେଲ୍‌ସ ମ୍ୟାନେଜର ପରେଶ ପତି, ଏସ୍‌ବିଆଇ ସେଲ୍‌ସ ମ୍ୟାନେଜର ନଳିନିକାନ୍ତ ପୁହାନ୍‌, ଏସ୍‌ବିଆଇ ରାଜ୍ୟ ମୁଖ୍ୟ ସତ୍ୟ ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଦୁଇ ଦିନ ପାଇଁ ନେକ୍ସା ଟ୍ୱିନ୍ ସିଟି, ଭୁବନେଶ୍ୱରରେ ନୂଆ ଜିମ୍‌ନିର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବ । କ୍ଷୁଦ୍ର କାର୍ ବର୍ଗରେ ଅଗ୍ରଣୀ ମାରୁତି ସୁଜୁକି ଅଧିକ ବଜାର ଅଂଶ ହାସଲ କରିବା ପାଇଁ ଏହାର ମିଡ୍‌ସାଇଜ୍ ଏସ୍‌ୟୁଭି ଜିମ୍‌ନି ଉପରେ ବଡ ବାଜି ଲଗାଇଛି ।

ଜିମ୍‌ନି ହେଉଛି କମ୍ପାନୀର ପ୍ରଥମ ମଡେଲ ଯାହା  ଏକ ଅଫ୍‌-ରୋଡ୍ ମେଶିନ୍‌ର ୪ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ- ଲ୍ୟାଡର୍ ଫ୍ରେମ୍ ଚେସିସ୍‌, ଆମ୍ପଲ୍ ବଡି ଆଙ୍ଗେଲ୍‌, ୩-ଲିଙ୍କ ରିଜିଡ୍ ଆକ୍ସେଲ୍ ସସ୍‌ପେନ୍‌ଶନ ଓ ଲୋ ରେଞ୍ଜ ଟ୍ରାନ୍ସଫର ଗିୟର (୪ଏଲ୍ ମୋଡ୍‌) ୟୁନିଟ୍ ସହିତ ଅଲ୍ ଗ୍ରିପ୍ ପ୍ରୋ (୪ଡବ୍ଲ୍ୟୁଡି) ପ୍ରଦାନ କରୁଛି ଯାହା ଏକ ୫-ସ୍ପିଡ୍ ଏମ୍‌ଟି ଓ ୪-ସ୍ପିଡ୍ ଏଟି ସହ ସଂଯୋଜିତ ହେବ ।  ନୂଆ ଜିମ୍‌ନିକୁ ମାରୁତିର ପ୍ରିମିୟମ ରିଟେଲ୍ ନେଟ୍‌ୱର୍କ ନେକ୍ସା ମାଧ୍ୟମରେ ଦେଶବ୍ୟାପୀ ବିକ୍ରି କରାଯିବ । ଏହି ନୂଆ ମଡେଲ ଉନ୍ନତ ଷ୍ଟପ୍ ଷ୍ଟାର୍ଟ ଫିଚର ଓ ୧.୫ ଲିଟର କେ୧୫ବି ଇଞ୍ଜିନ ସହିତ ଆସୁଥିବା ବେଳେ ଇନ୍ଧନ ଦକ୍ଷତା ଉପରେ ସାଲିସ୍ ନକରି ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ଏକ ବିସ୍ତୃତ ଆର୍‌ପିଏମ୍ ରେଞ୍ଜରେ ଶକ୍ତିଶାଳୀ ଟର୍କ ପ୍ରଦାନ କରୁଛି ।

ଏହାର ଶୁଭାରମ୍ଭ ପୂର୍ବରୁ ନେକ୍ସା ଟ୍ୱିନ୍ ସିଟି ଟିମ୍ ଗ୍ରାହକଙ୍କଠାରୁ ଉଲ୍ଲେଖନୀୟ ପ୍ରତିକ୍ରିୟା ଦେଖିବାକୁ ପାଇଥିଲେ ଏବଂ ଏହି ଗାଡିର ପ୍ରଦର୍ଶନ ପରେ ଗ୍ରାହକମାନେ ଅତ୍ୟଧିକ ଉତ୍ସାହିତ ହୋଇଥିଲେ । ଏହାର ବୁକିଙ୍ଗ୍ ଖୁବ୍ ଦ୍ରୁତ ବେଗରେ ବହୁଗୁଣିତ ହେବ ବୋଲି ଆଶା କରାଯାଉଛି କାରଣ ଜିମ୍‌ନି ଭାରିଆଂଟ୍ ଏକ ମଜଭୁତ ଚାହିଦାକୁ ହାଇଲାଇଟ୍ କରୁଛି ।

ଜିମ୍‌ନି ହେଉଛି ନେକ୍ସା ପୋର୍ଟଫୋଲିଓରେ ନୂତନ ପ୍ରବେଶକାରୀ  ଯେଉଁଥିରେ ଏହାର ସିଗ୍ନେଚର ଡିଜାଇନ୍ ଭାଷା ‘କ୍ରାଫ୍ଟେଡ୍ ଫ୍ୟୁଚରିଜିମ୍‌’ ରହିଛି । ଏହାର ଡିଜାଇନ୍ ଦର୍ଶନ ୩ଟି ପ୍ରମୁଖ ସ୍ତମ୍ଭ ଉପରେ ନିଜକୁ ପ୍ରତିପାଦିତ କରୁଛି: ନେକ୍ସପ୍ରେସନ: କଳାତ୍ମକ ଭାବେ ପରିକଳ୍ପିତ ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶ ଯାହାକୁ ସର୍ବଶ୍ରେଷ୍ଠତା ପାଇଁ ନିର୍ମାଣ କରାଯାଇଛି । ନେକ୍ସଟେକ୍‌: ବୈପ୍ଳବିକ ଟେକ୍ନୋଲୋଜି  ନୂତନ ଯୁଗର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରୁଛି ଓ ଆନନ୍ଦ ସୃଷ୍ଟି କରୁଛି । ନେକ୍ସପେରିଏନ୍ସ: ଅନୁଭୂତି ଯାହା ବାସ୍ତବରେ ଏକ ନେକ୍ସା ଯାନ ଚଳାଇବା ସମ୍ପର୍କିତ ଅଟେ ।


Share It

Comments are closed.