ଅଲଟିମେଟ ଖୋ ଖୋ ସିଜିନ-୨: ରାଜସ୍ଥାନ ୱାରିୟର୍ସକୁ ୩୧-୨୭ ପଏଂଟରେ ପରାଜିତ କରିଛି ଚେନ୍ନାଇ କ୍ୱିକ ଗନସ


କଟକ,୨୯ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୧-୨୭ ପଏଂଟ୍‌ରେ ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ରାମଜୀ  କଶ୍ୟପ ଓ ସଚିନ ଭାରଗୋ ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ ।  କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାମଜୀ ୮ ପଏଂଟ ହାସଲ କରିଥିଲେ । ଏଥିସହିତ ଚଳିତ ଲିଗରେ ତାଙ୍କର ମୋଟ ପଏଂଟ ସଂଖ୍ୟା ୩୦ରେ ପହଂଚିଛି । ସେ ମ୍ୟାଟରେ ଏକ ମିନିଟରୁ ଅଧିକ ସମୟ ରହି ଦଳ ପାଇଁ ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ । ସେହିପରି ସଚିନ ୬ ପଏଂଟ ହାସଲ କରିଛନ୍ତି । ଏଥିସହିତ ରାମଜୀ ଲିଗରେ ସର୍ବୋତମ ଆଟାକର ଭାବେ ଆୱାର୍ଡ ଜିତିଛନ୍ତି ଏବଂ ତେଲୁଗୁ ୟୋଦ୍ଧାସର ଆଦିତ୍ୟ ଗଣପୁଲେଙ୍କୁ  ସର୍ବୋତମ ଡିଫେଣ୍ଡର ପାଇଁ ସମ୍ମାନିତ କରାଯାଇଛି । ଓଡିଶା ଜଗରନଟସର ଦୀପକ ସାହୁଙ୍କୁ ସର୍ବୋତମ ପୋଲ ଡାଇଭ, ତେଲୁଗୁ ୟୋଦ୍ଧାସର ରାହୁଲ ମଣ୍ଡଳଙ୍କୁ ଚଳିତ ସିଜନ ପାଇଁ ସର୍ବୋତମ ସ୍କାଏଡାଇଭ ପାଇଁ ସମ୍ମାନିତ କରାଯାଇଥିବା ବେଳେ ମୁମ୍ବାଇ ଖିଲାଡିସର ରୋକେସନ ସିଂହଙ୍କୁ ସର୍ବୋତମ ଡଜ୍‌ର ସମ୍ମାନ ଦିଆଯାଇଛି ।

ଖୋ ଖୋ ଫେଡେରେଶନ ଅଫ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ ଅଣ-କ୍ରିକେଟ ଲିଗ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।ଏବେ ଚେନ୍ନାଇ କ୍ୱିକ ଗନଓ ଆସନ୍ତା ଶନିବାର ମୁମ୍ବାଇ ଖିଲାଡିସକୁ ଭେଟିବ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟସ, ଗୁଜରାଟ ଜିଆଂଟ୍‌ସ ବିରୋଧରେ ପ୍ରତିଦ୍ୱନ୍ଦିତା କରିବ । ଆଜିର ୨ୟ ମ୍ୟାଚ୍‌ରେ ବିଜୟୀ ଦଳ ଚେନ୍ନାଇ କ୍ୱିକ୍ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାରିୟର୍ସ ଦଳରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ଆଦି ସାମିଲ ଥିଲେ ।


Share It

Comments are closed.