ତେଲୁଗୁ ୟୋଦ୍ଧାସ ବିରୋଧରେ ଗୁଜରାଟ ଜିଆଂଟସର ବିଶାଳ ବିଜୟ


କଟକ,୨୯ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟସ, ତେଲୁଗୁ ୟୋଦ୍ଧାସକୁ ୪୧-୪୦ ପଏଂଟ୍ରେ ପରାଜିତ କରିଛି । ସେହିପରି ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସ, ରାଜସ୍ଥାନ ୱାରିୟର୍ସକୁ ୩୧-୨୭ ପଏଂଟରେ ପରାଜିତ କରିଛି ।

୨ୟ ମ୍ୟାଚ୍ରେ ସଙ୍କେତ କଦମ ବିଜୟୀ ପକ୍ଷ ପାଇଁ ମ୍ୟାଚର ଷ୍ଟାର ପ୍ରମାଣିତ ହୋଇଥିଲେ ଯିଏକି ୨ଟି ସ୍କାଏଡାଇଭ ଓ ୨ଟି ପୋଲ ଡାଇଭ ସମେତ ୧୨ ପଏଂଟ ହାସଲ କରିଥିଲେ । ରାଜବର୍ଦ୍ଧନ ପାଟିଲ, ସୁୟାଶ ଗରଗାଟେ ଓ ଅଭିନନ୍ଦନ ପାଟିଲ ମ୍ୟାଟରେ ୬ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ ।

ଅନ୍ୟପକ୍ଷରେ ଆଜିର ୧ମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନସର ରାମଜୀ କଶ୍ୟପ ଓ ସଚିନ ଭାରଗୋ ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ । ଏହି ମ୍ୟାଚରେ ରାମଜୀ ୮ ପଏଂଟ ହାସଲ କରିଥିଲେ । ଏଥିସହିତ ଚଳିତ ଲିଗରେ ତାଙ୍କର ମୋଟ ପଏଂଟ ସଂଖ୍ୟା ୩୦ରେ ପହଂଚିଛି । ସେ ମ୍ୟାଟରେ ଏକ ମିନିଟରୁ ଅଧିକ ସମୟ ରହି ଦଳ ପାଇଁ ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ । ସେହିପରି ସଚିନ ୬ ପଏଂଟ ହାସଲ କରିଛନ୍ତି । ଏଥିସହିତ ରାମଜୀ ଲିଗରେ ସର୍ବୋତମ ଆଟାକର ଭାବେ ଆୱାର୍ଡ ଜିତିଛନ୍ତି ଏବଂ ତେଲୁଗୁ ୟୋଦ୍ଧାସର ଆଦିତ୍ୟ ଗଣପୁଲେଙ୍କୁ ସର୍ବୋତମ ଡିଫେଣ୍ଡର ପାଇଁ ସମ୍ମାନିତ କରାଯାଇଛି । ଓଡିଶା ଜଗରନଟସର ଦୀପକ ସାହୁଙ୍କୁ ସର୍ବୋତମ ପୋଲ ଡାଇଭ, ତେଲୁଗୁ ୟୋଦ୍ଧାସର ରାହୁଲ ମଣ୍ଡଳଙ୍କୁ ଚଳିତ ସିଜନ ପାଇଁ ସର୍ବୋତମ ସ୍କାଏଡାଇଭ ପାଇଁ ସମ୍ମାନିତ କରାଯାଇଥିବା ବେଳେ ମୁମ୍ବାଇ ଖିଲାଡିସର ରୋକେସନ ସିଂହଙ୍କୁ ସର୍ବୋତମ ଡଜ୍ର ସମ୍ମାନ ଦିଆଯାଇଛି ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଏବେ ଚେନ୍ନାଇ କ୍ୱିକ ଗନସ ଆସନ୍ତା ଶନିବାର ମୁମ୍ବାଇ ଖିଲାଡିସକୁ ଭେଟିବ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟସ, ଗୁଜରାଟ ଜିଆଂଟ୍ସ ବିରୋଧରେ ପ୍ରତିଦ୍ୱନ୍ଦିତା କରିବ । ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚର ଲାଇଭ କଭରେଜ ସହିତ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଆକ୍ସନଗୁଡିକ ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନିଲିଭ ଆପରେ ପ୍ରସାରିତ ହେବ ।

ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଗୁଜୁରାଟ ଜିଆଂଟସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ସାମିଲ ଥିଲେ । ସେହିପରି ତେଲୁଗୁ ୟୋଦ୍ଧାସରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ଆଦି ସାମିଲ ଥିଲେ ।


Share It

Comments are closed.