ଛତିଶଗଡ ଓ ଏମପି ପରେ କିଏ ହେବ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଜାରି ରହିଛି କଳ୍ପନାଜଳ୍ପନା


ଆଜି ଅପରାହ୍ନ ୪ ଟାରେ ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଦଳୀୟ ବୈଠକ ଜୟପୁରରେ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ ହେବ। ଏହି ସଭାରେ ରାଜନାଥ ସିଂଙ୍କ ସମେତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତି ରହିବେ । ଚଳିତ ବର୍ଷ ନିର୍ବାଚନରେ ବିଜେପି ବହୁମତରେ ବିଜୟଲାଭ କରିବା ପରେ ଆଜି ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଘୋଷଣା କରାଯିବ । ଆଜି ଅପରାହ୍ନ ୪ ଟାରେ ଜୟପୁରରେ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଅପରାହ୍ଣରେ ହେବାକୁ ଥିବା ବୈଠକରେ ରାଜନାଥ ସିଂଙ୍କ ସମେତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ଯଦିଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାସୁନ୍ଧରା ରାଜେ, ବାବା ବାଳକନାଥଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି ତେବେ ଆଜି ଫାଇନାଲ ହେବ ପ୍ରକୃତରେ ଏହି ଦୁଇଜଣଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳୁଛି ନାଁ ହାତୀ ଆଉ କାହା ମୁଣ୍ଡରେ ସୁନାକଳସ ଢାଳୁଛି । ଅନ୍ୟପଟେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଚୁଡାନ୍ତ ହେବା ପରେ ବର୍ତ୍ତମାନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଦଳ ନୂଆ ଚେହେରାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବାର ସମ୍ଭାବନା ରହିଛି । ଆଜିର ବିଜେପି ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି ।
ବିଜେପି ପକ୍ଷରୁ ହେବାକୁ ଥିବା ଦଳୀୟ ବୈଠକରେ କେଉଁ ରାଜନେତାମାନେ ସାମିଲ ହେବେ ସେନେଇ ମଧ୍ୟାହ୍ଣ ସୁଦ୍ଧା ପଞ୍ଜୀକରଣ କରାଯିବ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ଭଜନଲାଲ ଶର୍ମାଙ୍କ କହିବାନୁଯାୟୀ, ନୂଆ ନିର୍ବାଚିତ ବିଧାୟକମାନଙ୍କୁ ବାଧ୍ୟତାମୂଳକ ଭାବେ ଦଳୀୟ ବୈଠକରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଦଳର ପର୍ଯ୍ୟବେକ୍ଷକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସହ-ପର୍ଯ୍ୟବେକ୍ଷକ ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ସରୋଜ ପାଣ୍ଡେ ଏବଂ ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏଥିସହିତ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅରୁଣ ସିଂ ସୋମବାର ଦିନ ରାଜସ୍ଥାନରେ ପହଞ୍ଚିଛନ୍ତି। ପାର୍ଟି ଅଫିସରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତାକାଲି ରାଜନାଥ ସିଂ ଉପସ୍ଥିତ ରହିବେ । ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ମଙ୍ଗଳବାର ସ୍ପଷ୍ଟ ହୋଇଯିବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିବା ପରେ ଗଣମାଧ୍ୟମକୁ ଏନେଇ ସୂଚନା ଦେବଇପାରନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଏହା ମଧ୍ୟରେ ୧୭ଜଣ ବିଧାୟକ ଭେଟି ଆଲୋଚନା କରିଛନ୍ତି । ଡିସେମ୍ବର ୩ ତାରିଖରେ ରାଜସ୍ଥାନରେ ୨ଶହଟି ସିଟ୍ ମଧ୍ୟରୁ ୧୯୯ଟି ସିଟରେ ନିର୍ବାଚନ ଫଳ ବାହାରିଥିଲା ବିଜେପି ସର୍ବାଧିକ ୧୧୫ଟି ଆସନରେ ଭଲ ବିଜୟ ହାସଲ କରିଛି ।


Share It

Comments are closed.