ବିକ୍ଷୋଭ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ


ଅର୍ଥ ହେରଫେର ମାମଲାରେ ଇଡି ଦ୍ୱାରା ଆଜି ସୋନିଆ ଗାନ୍ଧୀଙ୍କୁ ପୁନର୍ବାର ଜୋରା କରାଯାଇଛି । ସୋନିଆ ଜେରା ସମୟରେ କ୍ରୋଧ ଦେଖାଉଥିବା ବେଳେ କଂଗ୍ରେସର ଅନ୍ୟ ନେତାମାନେ ଏହା ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବାର ନଜର ଆସିଥିଲେ । କଂଗ୍ରେସ ସାଂସଦ ତଥା ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ମଧ୍ୟ ରାସ୍ତାରେ ବସି ଏହାର ବିରୋଧ କରୁଥିବା ନଜର ଆସିଥିଲେ ।
ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ବିକ୍ଷୋଭ ସଭାରେ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀମାନେ ବିଜୟଚୌକରେ ଏହି ଶୋଭାଯାତ୍ରା କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇଥିବା ବେଳେ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ତଳେ ବସି ପଡି ଏହାର ବିରୋଧ କରିଥିଲେ । ଫଳରେ ପୋଲିସ ସେମାନଙ୍କୁ ନେଇ ବସ ଭିତରେ ଅଟକ ରଖିଥିଲା । ସେହିପରି ଭାବେ ଆକବର ରୋଡରେ ଥିବା କଂଗ୍ରେସ ନେତା ସଚିନ ପାଇଲଟ, ପନବ ଖେଡା, ପବନ ବଂଶଲ ଏବଂ ଅଳକା ଲାମ୍ବାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

 


Share It

Comments are closed.