ଆଜି ହେବ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ନିର୍ବନ୍ଧ: କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା


ଆଜି ହେବ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ । ଅଭିନେତ୍ରୀ ଓ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ଏହି ନିର୍ବନ୍ଧ କାର୍ଯ୍ୟକ୍ରମ ଦିଲ୍ଲୀ କପୁରଥାଲା ହାଉସରେ ଅନୁଷ୍ଠିତ ହେବ । ଏହା ଏକ ହାର୍ଡକୋର ପଞ୍ଜାବୀ ଉତ୍ସବ ହେବ ବୋଲି ଜଣାଯାଇଛି। ପରିଣୀତିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ବ୍ୟତୀତ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଦିଲ୍ଲୀରେ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବେ। ନିକଟରେ ଏହି ଉତ୍ସବରେ ଯୋଗଦେବା ପାଇଁ ଦିଲ୍ଲୀ ଆସିବା ବେଳେ ଲଣ୍ଡନ ବିମାନବନ୍ଦରରେ ନଜର ଆସିଥିଲେ ଦେଶୀ ଗର୍ଲ । ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟାରୁ ଏହି ସମାରୋହ ଆରମ୍ଭ ହେବ । ପ୍ରଥମେ ସୁଖମାନୀ ସାହିବ ପାଠ କରାଯିବା ପରେ ଅରଦାସ ହେବ । ଏହାପରେ ଶିଖ ରୀତିନୀତି ଅନୁଯାୟୀ ନିର୍ବନ୍ଧ ହେବ । ଏହାପରେ ଡି଼ନର ଆୟୋଜିତ ହେବ । ଏହି ସମାରୋହରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ସମେତ ୧୫୦ ଜଣ ଅତିଥି ଯୋଗଦେବା ନେଇ ସୂଚନା ରହିଛି।

ଏହି କାର୍ଯ୍ୟକ୍ରମ ବଲିଉଡ-ଥିମରେ ଆୟୋଜିତ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଅତିଥିଙ୍କ ଲାଗି ସମସ୍ତ ପ୍ରସ୍ତୁତି ସରିଛି । ନିର୍ବନ୍ଧ ପାଇଁ ପରିଣୀତି ମନିଷ ମଲହୋତ୍ରାଙ୍କ ଡିଜାଇନର ପୋଷାକ ପିନ୍ଧିବେ ଯାହାର ରଙ୍ଗ ଋତୁକୁ ନେଇ ସ୍ଥିର କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ଅନେକ କାରିଗର ଏହି ପୋଷକ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ନିର୍ବନ୍ଧ ଲାଗି ଅଭିନେତ୍ରୀ ପିନ୍ଧିବାକୁ ଥିବା ପୋଷକ ବେଶ ଖାସ୍ ହେବ । ସେପଟେ ସାଂସଦ ରାଘବ ଚଢା ପୱନ ସଚଦେବଙ୍କ ଦ୍ବାରା ଡ଼ଜାଇନ କରାଯାଇଥିବା ପୋଷକ ପିନ୍ଧିବେ ବୋଲି ଜଣାପଡ଼ିଛି । ତେବେ ପୋଷକର ରଙ୍ଗ କିପରି ହେବ ସେ ନେଇ କୌଣସି ସୂଚନା ନାହିଁ ।

୧୩ ମଇ ୨୦୨୩ ଦିନ ସକାଳେ ଦିଲ୍ଲୀ ବିମାନବନ୍ଦରରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ଏକ କାଜୁଆଲ୍ ଲୁକ୍ ରେ ଦେଖିବାକୁ ମିଳିଥିଲା ​​| ସେ ଏକ କୋ-ଅର୍ଡ ସେଟ୍ ସହିତ କଳା ସ୍ନିକର୍ ପିନ୍ଧିଥିଲେ ଏବଂ କଳା ଚଷମା ଏବଂ କ୍ୟାପ୍ ସହିତ ତାଙ୍କର ଲୁକ୍ ସମାପ୍ତ କରିଥିଲେ | ପ୍ରିୟଙ୍କା ଏକୁଟିଆ ଥିଲେ, ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀ ତାଙ୍କ ସହ ଦେଖା ଦେଇନଥିଲେ।

ପ୍ରକାଶ ଥାଉ କି, ବହୁ ସମୟରେ କ୍ୟାମେରା ସାମ୍ନାରେ ଏକାଠି ନଜର ଆସିଥିଲେ ପରିଣୀତି ଓ ରାଘବ । ତେବେ ଦୁହେଁଙ୍କୁ ଏକାଠି ଦେଖିବା ପରେ ଲୋକେ ନାନା କଳ୍ପନା ଜଳ୍ପନା କରିବା ଆରମ୍ଭ କରି ଦେଇଥିଲେ। ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିନିତି ଓ ରାଘବ ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ଏବଂ ଦୁହେଁ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ। ଏମିତି ବି ହୋଇପାରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥାଇପାରେ। ରିଲେସନଶିପ୍‌ ଷ୍ଟାଟସ୍‌ ଦେଖିଲେ, ପରିଣୀତି ସିଙ୍ଗଲ୍‌ ଥିବାବେଳେ ରାଘବ ମଧ୍ୟ ୩୪ ବର୍ଷ ବୟସରେ ଏ ଯାଏ ବାହା ହୋଇ ନାହାନ୍ତି। ତେବେ, ଉଭୟ ନୂଆ କରି ପ୍ରେମରେ ପଡିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.