ଭାରତ ପାକିସ୍ତାନରୁ ମୁକ୍ତ ହେବେ ଉଭୟ ଦେଶର କଏଦୀ


ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଚର୍ଚ୍ଚାକୁ ନେଇ ଅନେକ ବାଧା ବିଘ୍ନ ଥିବା ସତ୍ତେ୍ୱ ଉଭୟ ଦେଶ ମାନବତାବାଦୀ ଦିଗରେ କାର୍ଯ୍ୟ କରୁଛନ୍ତି । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଭାରତ ପାକିସ୍ତାନର ବନ୍ଦୀ କଏଦୀ ମାନଙ୍କୁ ମୁକ୍ତ କରିବା ସହ ଅପର ପକ୍ଷରେ ପାକିସ୍ତାନ ମଧ୍ୟ ୫୪ ଜଣ ଭାରତୀୟ କଏଦୀଙ୍କୁ ମକ୍ତ କରୁଛି ।
ଏହି ସଂକ୍ରାନ୍ତରେ ମାର୍ଚ୍ଚ ମାସରେ ହୋଇଥିବା ଆଲୋଚନାରେ ଉଭୟ ଭାରତ ଏବଂ ପାକିସ୍ତାନ ସହମତି ପ୍ରକାଶ କରିଥିଲେ । ଯେଉଁଥିରେ ଅଧିକାଂଶ ମହିଳା କଏଦୀ ଏବଂ ୭୦ ବର୍ଷରୁ ଉଦ୍ଧ୍ୱର୍ କଏଦୀ ମାନଙ୍କୁ ମୁକ୍ତ କରିବା ପାଇଁ ଆଲୋଚନ ହୋଇଥିଲା । ଉଭୟ ଦେଶ ମଧ୍ୟରେ ପରସ୍ପର ସମନ୍ୱୟ ପରେ, ଭାରତ ପାକିସ୍ତାନରେ ବନ୍ଦୀ ଥିବା କଏଦୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ ସହ ସେମାନେ ମାନସିକ ରୂପେ ଠିକ ଅଛନ୍ତି କିମ୍ବା ନାହାନ୍ତି ଯାଞ୍ଚ କରିବା ସହ ବୃଦ୍ଧା କଏଦୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ସ୍ୱଦେଶ ଫେରିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇଛି । ବିଗତ ମାସରେ ଏହି ସଂକ୍ରାନ୍ତରେ ପାକିସ୍ତାନର ପକ୍ଷରୁ କୁହାଯାଇଛି ଯେ, ସେ ଭାରତ ଠାରୁ ଠିକ ସମାନ ଅଶା ଚାହୁଁଛନ୍ତି ଏବଂ ସେ ଅନେକ ମତ୍ସ୍ୟଜୀବିଙ୍କୁ ମକ୍ତ ମଧ୍ୟ କରିଛନ୍ତି ।
୨୦୧୭ରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନର ହାଇ କମିଶନର ସୋହେଲ ମହମୁଦ ମଧ୍ୟରେ ଏହି ସଂକ୍ରାନ୍ତରେ ଆଲୋଚନ ହୋଇଥିଲା । ଭାରତ ଜାନୁଆରୀରେ ପାକିସ୍ତାନରେ ବନ୍ଦୀ ଥିବା ୨୫୦ ନାଗରିକଙ୍କ ସମେତ ୯୪ ଜଣ ମତ୍ସ୍ୟଜୀବିଙ୍କ ଏକ ସୂୂଚୀ ପାକିସ୍ତାନକୁ ହସ୍ତାନ୍ତର କରିଥିବାବେଳେ ପାକିସ୍ତାନ ପାକିସ୍ତାନ ପକ୍ଷରୁ ୫୮ ନାଗରିକ ଏବଂ ୩୯୯ ମତ୍ସ୍ୟଜୀବିଙ୍କ ସୂଚୀ ପ୍ରଦାନ କରାଯାଇଥିଲା ।
ମିଳିଥିବା ସୂଚନା ମୁତାବକ ଉଭୟ ଦେଶ ଏହି ସଂକ୍ରାନ୍ତକୁ ସହମତି ପ୍ରକାଶ କରିବା ସହ ବନ୍ଦୀ ଥିବା କଏଦୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦରାଖ ପାଇଁ ଏକ ଡାକ୍ତରି ଦଳ ପଠାଇଛନ୍ତି । ଭାରତ ଏବଂ ପାକିସ୍ତାନ ସଂଯୁକ୍ତ ନ୍ୟୟିକ ସମିତକୁ ପୁଣି ଥରେ ଆରମ୍ଭ କରିବା ପାଇଁ ରାଜି ମଧ୍ୟ ହୋଇଯାଇଛନ୍ତି ।


Share It

Comments are closed.