ୟାଟସ୍ ୧୧ତମ ସଂସ୍କରଣ ସଫଳତାର ସହ ସମାପ୍ତ: ବିଜେତାମାନେ ଅହମ୍ମଦାବାଦ ଇସ୍ରୋ ପରିଦର୍ଶନରୁ ଫେରିଲେ


 ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟସ୍)ର ୨୦୧୭-୧୮ର ବିଜେତାମାନେ ସପ୍ତାହବ୍ୟାପୀ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍ଏସି) ପରିଦର୍ଶନ ସାରି ଫେରି ଅାସିଛନ୍ତି ଏଥି ସହିତ ୟାଟସ୍୧୧ତମ ସଂସ୍କରଣ ସଫଳତାର ସହିତ ଶେଷ ହୋଇଛି ରାଜ୍ୟର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୟାଟସ୍ ହେଉଛି ଟାଟା ଷ୍ଟିଲ୍ଏକ ସ୍ବତନ୍ତ୍ର ଅଭିଯାନ ଯାହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ନେଟୋରିୟମ୍ ସହଯୋଗିତାରେ ଅାୟୋଜନ କରାଯାଇଛି

୧୧ତମ ସଂସ୍କରଣର ସାରା ଓଡ଼ିଶାରୁ ବିଜେତା ହୋଇଥିବା ମୋଟ ୨୦ ବିଦ୍ୟାଳୟ ଛାତ୍ରଛାତ୍ରୀରଙ୍କୁ ଇସ୍ରୋ ପରିଦର୍ଶନରେ ପଠାଯାଇଥିଲା ଇସ୍ରୋ ପରିଚାଳନାର ବିଭିନ୍ନ ଦିଗ ଓ ଭାରତୀୟ ମହାକାଶ କାଯର୍ୟକ୍ରମର ଅଭୁ୍ୟଦୟ ବିଷୟରେ ଜାଣିବା ପାଇଁ ଏହି ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିଲା ଇସ୍ରୋ ପରିଦର୍ଶନ କରିଥିବା ଟିମ୍ରେ ସମାନ ସଂଖ୍ୟକ ଛାତ୍ରୀ, ଛାତ୍ର ଓ ସେମାନଙ୍କ ଶିକ୍ଷକମାନେ ଥିଲେ ସେମାନେ ଅହମ୍ମଦାବାଦ ଏସ୍ଏସିର ବିଭିନ୍ନ ଲାବୋରେଟୋରି ପରିଦର୍ଶନ କରିଥିଲେ ଦାୟିତ୍ୱରେ ଥିବା ବୈଜ୍ଞାନିକମାନଙ୍କ ସହିତ ଅାଲୋଚନା କରିଥିଲେ ଓ ସେମାନେ ଯେଉଁ ଗବେଷଣା କରୁଛନ୍ତି ତାହାର ବିବରଣୀ ସେମାନେ ପ୍ରଦାନ କରିଥିଲେ ଛାତ୍ରୀଛାତ୍ରଙ୍କ ସହିତ ଅାଲୋଚନା କରିବା ବେଳେ ଇସ୍ରୋ ଏସ୍ଏସି, ଅହମ୍ମଦାବାଦର ନିର୍ଦେଶକ ଶ୍ରୀଯୁକ୍ତ ତପନ କୁମାର ମିଶ୍ର ଏଭଳି ଅଭିଯାନ ଅାୟୋଜନ କରିବା ଓ ଛାତ୍ରଛାତ୍ରୀମାନଙ୍କୁ ଇସ୍ରୋ ପରିଦର୍ଶନ କରାଇବା ଭଳି ଅନୁଭୂତି ପ୍ରଦାନ କରାଇଥିବାରୁ ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ ପ୍ଲାନେଟୋରିୟମ୍କୁ ପ୍ରଶଂସା କରିଥିଲେ

ଇସ୍ରୋ ପରିଦର୍ଶନ ପୂର୍ବରୁ ଛାତ୍ରଛାତ୍ରୀମାନେ ଅହମ୍ମଦାବାଦରେ ଥିବା ଗୁଜରାଟ ସାଇନ୍ସ ସିଟି ପରିଦର୍ଶନ କରିଥିଲେ ଏହି ପରିଦର୍ଶନକୁ ଜୁନ୍ ୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ

ରାଜ୍ୟର କିମ୍ବଦନ୍ତି ଜ୍ୟୋତିର୍ବିତ୍ ପଠାଣୀ ସାମନ୍ତଙ୍କ ଯୋଗଦାନକୁ ଲୋକପ୍ରିୟ କରାଇବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ଓ ଜ୍ୟୋର୍ତିବିଜ୍ଞାନକୁ ନେଇ ସଚେତନତା ସୃଷ୍ଟି କରିବା ଓ ସେମାନଙ୍କୁ ବୈଜ୍ଞାନିକ ଓ ଜ୍ୟୋର୍ତିବିତ୍ ହେବା ପାଇଁ ଉତ୍ସାହିତ ଓ ଅନୁପ୍ରାଣିତ କରିବା ଲକ୍ଷ୍ୟ ନେଇ ୨୦୦୭ରେ ୟାଟସ୍ ଅାରମ୍ଭ ହୋଇଥିଲା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ବିଶ୍ୱ ସ୍ତରୀୟ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରତିବର୍ଷ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାର ନବମ ଓ ଦଶମ ଶ୍ରେଣୀର ୨୦ ଛାତ୍ରଛାତ୍ରୀଙ୍କୁ ବିଜେତା ଭାବେ ଚୟନ କରାଯାଉଛି ଓ ସେମାନଙ୍କୁ ଇସ୍ରୋ ପରିଦର୍ଶନ କରିବା ପାଇଁ ପଠାଯାଉଛି ଏହି ୧୧ ବର୍ଷ ଭିତରେ ରାଜ୍ୟର ୭୫ ହଜାରରୁ ଅଧିକ ଯୁବ ବିଜ୍ଞାନ ଉତ୍ସାହୀମାନେ ୟାଟସ୍ରେ ଭାଗ ନେଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୪୦ ଜଣ ବିଜେତା ଇସ୍ରୋ ପରିଦର୍ଶନ କରିବାର ସୁଯୋଗ ହାସଲ କରିଛ‘ି


Share It

Comments are closed.