କୋଣାର୍କ ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ-ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଏବଂ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କୋଣାର୍କ ସ୍ଥିତ ଭବ୍ୟ ସୂର୍ଯ୍ୟ ମନ୍ଦିର ଏବଂ ଇଣ୍ଡିଆନ ଫାଉଣ୍ଡେସନ ଟ୍ରଷ୍ଟି ଦ୍ୱାରା ନିର୍ମିତ ବିଶ୍ୱସ୍ତରୀୟ ବାଖ୍ୟାନ କେନ୍ଦ୍ରକୁ ସୋମବାର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ଗୌରବମୟ ଇତିହାସର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରଚାରପ୍ରସାର କରିବା ଦିଗରେ ଇଣ୍ଡିଆନ ଅଏଲ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ବାଖ୍ୟାନ କେନ୍ଦ୍ରକୁ ରାଷ୍ଟ୍ରପତି ବୁଲି ଦେଖିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ସୂର୍ଯ୍ୟ ମନ୍ଦିର କଳିଙ୍ଗର ସମୃଦ୍ଧ ସଂସ୍କୃତି ତଥା ମନ୍ଦିର କୀର୍ତିରାଜିର ଅନନ୍ୟ ଉତ୍କୃଷ୍ଟ ଉଦାହରଣ । ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ୧୩ଶହ ଶତାବ୍ଦୀରେ ନିର୍ମିତ ଏହି ସୂର୍ଯ୍ୟ ମନ୍ଦିର ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ ।
ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ବାହାର କରି କୋଣାର୍କ ସ୍ଥିତ ବାଖ୍ୟାନ କେନ୍ଦ୍ରକୁ ବୁଲି ଦେଖିଥିବାରୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଭବ୍ୟ ସୂର୍ଯ୍ୟ ମନ୍ଦିରର ଅନନ୍ୟ କୀର୍ତିରାଜି, ଉତ୍କୃଷ୍ଟ କଳା ତଥା ବୈଜ୍ଞାନିକ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖି ଏହି ବାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଛି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସମୃଦ୍ଧ ଇତିହାସ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପର୍ଯ୍ୟଟକ ତଥା ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବା ଦିଗରେ ଏହା ନର୍ମାଣ ହୋଇଛି ।
ନୂଆ ଯୁଗର ସଂଗ୍ରହାଳୟ ଭାବରେ ବିକଶିତ କରାଯାଇଥିବା ଏହି ବାଖ୍ୟାନ କେନ୍ଦ୍ରରେ ବୌଦ୍ଧିକ ଓ ଭାବନାତ୍ମକ ଭାବରେ ପର୍ଯ୍ୟଟକ ତଥା ଯୁବପିଢ଼ିଙ୍କୁ କୋଣାର୍କ ମନ୍ଦିରର ପ୍ରାଚୀନ ଇସିହାସକୁ ମଧ୍ୟ ବର୍ଣ୍ଣନା କରାଯାଉଛି । ସମସ୍ତ ଦେଶବାସୀଙ୍କୁ ଏହି ଅତ୍ୟାଧୁନିକ ବାଖ୍ୟା କେନ୍ଦ୍ରକୁ ଆସିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ଏହି କୋଣାର୍କ ବାଖ୍ୟାନ କେନ୍ଦ୍ରକୁ ୨୦୧୮ ଏପ୍ରିଲ ପହିଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟିତ କରିଥିଲେ ।


Share It

Comments are closed.