ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଗାଁକୁ ଆସିବେ ଦୌପଦୀ ମୁର୍ମୁ


ଓଡ଼ିଶା ଆସୁଛନ୍ତି ମହାମହିମ (President Droupadi Murmu) । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତା ୪ ତାରିଖ ଅର୍ଥାତ୍ ଗୁରୁବାର ଦିନ ମୟୂରଭଞ୍ଜ (Mayurbhanj) ଜିଲ୍ଲାକୁ ତିନି ଦିନିଆ ଗସ୍ତ କରିବେ ରାଷ୍ଟ୍ରପତି । ଏହି ସମୟରେ ସେ ନିଜ ଗାଁ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି । ମହାମହିମକୁ ସ୍ବାଗତ କରିବା ଲାଗି ସଜେଇ ହେଉଛି ପୂରା ଗାଁ । ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ସମସ୍ତ ପ୍ରସ୍ତୁତି । ଗାଁ ଦାଣ୍ତ ସହ କାନ୍ଥକୁ ରଙ୍ଗ କରାଯିବା ସହ ସୁନ୍ଦର ଚିତ୍ର ଆଙ୍କାଯାଉଛି । ଏହି ଗ୍ରସ୍ତ ସମୟରେ ରାଷ୍ଟ୍ରପତି ନିଜ ବିଦ୍ୟାଳୟ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିବାରୁ ବିଦ୍ୟାଳୟରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ କାର୍ଯ୍ୟସୂଚୀ

ରାଷ୍ଟ୍ରପତି ମ୍ୟାଡ଼ାମ ଦୌପଦୀ ମୁର୍ମୁଙ୍କ (Droupadi Murmu) ଗ୍ରସ୍ତକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରପତି ହେବା ପରେ ମହାମହିମ ପ୍ରଥମ ଥର ତାଙ୍କ ଗାଁକୁ ଗ୍ରସ୍ତ କରିବେ । ଏହା ପୂର୍ବରୁ ସେ ଦୁଇ ଥର ଓଡି଼ଶା ଗ୍ରସ୍ତରେ ଯାଇଥିଲେ, କିନ୍ତୁ ଏହିଥର ମହାମହିମଙ୍କ ଏହି ଗ୍ରସ୍ତ କେବଳ ମୟୂରଭଞ୍ଜ ଜିଲ୍ଲାରେ ହିଁ ସୀମିତ ରହିବ । ରାଷ୍ଟ୍ରପତି ମେ ୪ ତାରିଖ ଅର୍ଥାତ୍ ଗୁରୁବାର ଦିନ ପଶ୍ଚିମବଙ୍ଗ କଲାଇକୁଣ୍ଡା ବାୟୁସେନା ଷ୍ଟେସନରେ ପହଞ୍ଚିବେ। ଏଠାରୁ ସେ ହେଲିକପ୍ଟର ଯୋଗେ ବାଦାମପାହାଡ଼ରେ ପହଞ୍ଚିବେ। ବାଦାମପାହାଡ଼ ପରିଦର୍ଶନ କରିବା ପରେ ସେ ସେହି ଦିନ ନିଜ ଗାଁ ପାହାଡ଼ପୁର (Pahadpur) ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପ୍ରଥମେ ସ୍ୱାମୀ ଶ୍ୟାମଚରନ୍ ମୁର୍ମୁ ଓ ଦୁଇ ପୁଅଙ୍କ ସ୍ମୃତି ସ୍ଥାନ ପରିଦର୍ଶନ କରିବେ। ଏହାପରେ ଗୋସାଣି ପରିଦର୍ଶନ, ନାବାର୍ଡ଼ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମେ ୫ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ପଣ୍ତିତ ରଘୁପତିଙ୍କ ଜନ୍ମ- ସ୍ଥାନ ଦାଣ୍ତବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ସେ ମଧ୍ଯାହ୍ନ ସମୟରେ ଶିମିଳିପାଳ ନ୍ୟାସନାଲ ପାର୍କ (Similipal National Park), ଟାଇଗର ରିଜର୍ଭ ପରିଦର୍ଶନ କରିବେ । ରାଷ୍ଟ୍ରପତି ପ୍ରଥମ ଥର ଶିମିଳିପାଳ ଆସୁଥି୍ବାରୁ କର୍ତ୍ତୃପକ୍ଷ ପକ୍ଷରୁ ସୁରକ୍ଷା ଓ ଆତିଥେୟତା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗ୍ରସ୍ତ ଲାଗି ଦୁଇ ଦିନ ସାଧାରଣ ଜନତାଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ (Similipal National Park) ବନ୍ଦ ରହିବ ।

ସେହି ଦିନ ରାଷ୍ଟ୍ରପତି ଅଭୟାରଣ୍ୟ ଭିତରେ ଦିନ କାଟିବେ । ଶିମିଳିପାଳ ବୁଲିବା ପରେ ସେ ବାରିପଦା ଅତିଥି ଭବନରେ ରାତ୍ରିଯାପନ କରିବେ । ପରଦିନ ଅର୍ଥାତ୍ ୬ ତାରିଖରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱ ବିଦ୍ୟାଳୟର (sriram chandra bhanja deo university) ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ତା ବାୟୁସେନା ଘାଟିରେ ପହଁଞ୍ଚି ସେଠାରୁ ଦିଲ୍ଲୀ ଫେରିବା ନେଇ କାର୍ଯ୍ୟକ୍ରମ ରହିଛି ।


Share It

Comments are closed.