ନ୍ୟାଶନାଲ ପେମେଂଟ୍‌ସ କର୍ପୋରେଶନ ଅଫ୍ ଇଣ୍ଡିଆ ସହ ଏୟାରଟେଲର ସହଭାଗିତା


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ୫ ଲକ୍ଷ ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ଏଇପିଏସ୍ (ଆଧାର ଏନାବୁଲ୍‌ଡ ପେମେଂଟ୍ ସିଷ୍ଟମ) ପାଇଁ ଫେସ୍ ଅଥେଂଟିକେଶନ ଆରମ୍ଭ କରିବା ଲାଗି ନ୍ୟାଶନାଲ ପେମେଂଟ୍‌ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ସହ ସହଭାଗିତା କରିଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ହେଉଛି ଉକ୍ତ ପ୍ରଥମ ୪ଟି ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ଯାହା ଦେଶରେ ଏଇପିଏସ୍ ପାଇଁ ଫେସ୍ ଅଥେଂଟିକେଶନ ସୁବିଧା ପ୍ରଦାନ କରୁଛି । ଏନ୍‌ପିସିଆଇର ଏଇପିଏସ୍ ଗ୍ରାହକଙ୍କୁ ନିଜର ଆଧାର-ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଂଟ୍‌କୁ ଆକ୍‌ସେସ୍ କରିବା ପାଇଁ ନିଜର ଆଧାର ନମ୍ବର କିମ୍ବା ଭର୍ଚୁଆଲ ଆଇଡିର ବ୍ୟବହାର କରି ଯେକୌଣସି ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ଆର୍ଥିକ ଓ ଅଣଆର୍ଥିକ ଟ୍ରାଞ୍ଜାକ୍ସନ କରିବା ପାଇଁ ଅନୁମତି ଦେଇଥାଏ । ବର୍ତମାନ ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନଗୁଡିକୁ ଗ୍ରାହକଙ୍କ ଆଧାର ନମ୍ବର ଓ ଫିଙ୍ଗରପ୍ରିଂଟ୍ କିମ୍ବା ୟୁଆଇଡିଏଆଇ ରେକର୍ଡରେ ଆଇରିସ୍ ମ୍ୟାଚ୍‌ର ବ୍ୟବହାର କରି ପ୍ରମାଣିକୃତ କରାଯାଉଥିଲା । ଏହି ନୂଆ ସୁବିଧା ଗ୍ରାହକଙ୍କୁ ଆଧାର ନମ୍ବର ସହିତ ଫେସ୍ ଅଥେଂଟିକେଶନ ବ୍ୟବହାର କରି ଟ୍ରାଞ୍ଜାକ୍ସନଗୁଡିକୁ ବୈଧ କରିବାକୁ ସକ୍ଷମ କରିବ ।

ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଅଣ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ- ବାଲାନ୍ସ ଇନ୍‌କ୍ୱାରୀ ଓ ମିନି-ଷ୍ଟେଟ୍‌ମେଂଟ୍ ଆଦି ପାଇଁ ଉପଲବ୍ଧ ହେବ । ଖୁବ୍‌ଶୀଘ୍ର ବ୍ୟାଙ୍କ ଏହାକୁ ଆର୍ଥିକ ଟ୍ରାଞ୍ଜାକ୍ସନଗୁଡିକ ପାଇଁ ଉପଲବ୍ଧ କରିବ । ଏନ୍‌ପିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଅନ୍ୟ ବ୍ୟାଙ୍କର ଗ୍ରାହକ ଓ ଅନ୍ୟ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ଗୁଡିକରେ ନିଜର ଗ୍ରାହକଙ୍କ ପାଇଁ ଏହି ଫଙ୍କ୍‌ଶନାଲିଟିକୁ ସକ୍ଷମ କରିବ ।

ଏହି ସହଭାଗିତା ସମ୍ପର୍କରେ ଏନ୍‌ପିସିଆଇର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣା ରାୟ କହିଛନ୍ତି, ‘ଆମେ ଆଧାର-ଆଧାରିତ ପ୍ରମାଣିକରଣ ପାଇଁ ଫେସ୍ ଅଥେଂଟିକେଶନକୁ ଏକ ଅତିରିକ୍ତ ମାଧ୍ୟମ ରୂପେ ଆରମ୍ଭ କରିଥିବାରୁ ୟୁଆଇଡିଏଆଇକୁ ପ୍ରଶଂସା କରୁଛୁ । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହି ଫିଚରକୁ ଏଇପିଏସ୍ ଟ୍ରାଞ୍ଜାକ୍ସନଗୁଡିକ ପାଇଁ କାର୍ଯ୍ୟକାରୀ କରୁଥିବାର ଦେଖିବା ଆନନ୍ଦଦାୟକ ଅଟେ, ଯାହା ଦେଶବ୍ୟାପୀ ଆଧାର-ଆଧାରିତ ଟ୍ରାଞ୍ଜାକ୍ସନଗୁଡିକର ପହଂଚ ବୃଦ୍ଧି କରିବ । ଏହି ଶୁଭାରମ୍ଭ ଅବସରରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ସିଓଓ ଗଣେଶ ଅନନ୍ତନାରାୟଣନ୍ କହିଛନ୍ତି, ‘ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କୁ ଏହି ନୂଆ ସୁବିଧା ପ୍ରଦାନ କରିବା ପାଇଁ ଏନ୍‌ପିସିଆଇ ସହ ସହଭାଗିତା କରି ଆନନ୍ଦିତ । ଦେଶରେ ଆର୍ଥିକ ଓ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପରିଚାଳନା କରିବା ପାଇଁ ଆମର ବିଦ୍ୟମାନ ସୁରକ୍ଷିତ ଓ ସରଳ ବ୍ୟାଙ୍କିଙ୍ଗ୍ ସମାଧାନଗୁଡିକରେ ଫେସ୍ ଅଥେଂଟିକେଶନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ ।’


Share It

Comments are closed.