‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ


ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୧୩ରୁ ୧୫ ଯାଏଁ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ମୋଦି ଟ୍ଵିଟ୍ କହି କହିଛନ୍ତି ଯେ, ଏହି ଅଭିଯାନ ତ୍ରିରଙ୍ଗା ସହ ଆମର ସମ୍ପର୍କକୁ ଆହୁରି ମଜବୁତ କରିବ। ୧୯୪୭ ଜୁଲାଇ ୨୨ରେ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ଧ୍ଵଜା ଘୋଷଣା କରାଯାଇଥିଲା। ଯେତେବେଳେ ଆମେ ଔପନିବେଶିକବାଦ ସହ ଲଢେଇ କରୁଥିଲେ ସେହି ସମୟରେ ଯେଉଁ ସ୍ଵତନ୍ତ୍ରତା ସେନାନୀମାନେ ଏକ ରାଷ୍ଟ୍ର, ଏକ ଧ୍ଵଜାର ସ୍ଵପ୍ନ ଦେଖିଥିଲେ ସେମାନଙ୍କ ସ୍ଵପ୍ନକୁ ପୂରଣ କରିବାକୁ ଆମେ ଆମର ପ୍ରତିବଦ୍ଧତା ଜଣାଇବା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଆଜାଦିର ଅମୃତ ମହୋତ୍ସବ ପାଳନ କରିବା ବେଳେ ହର ଘର ତ୍ରିରଙ୍ଗା ଅଭିଯାନକୁ ମଜବୁତ କରନ୍ତୁ। ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାନ୍ତୁ। ଏହି ପୋଷ୍ଟରେ ଜବାହାରଲାଲ ନେହେରୁ ତ୍ରିରଙ୍ଗା ଉଡ଼ାଇବା ବେଳେ ଏକ ଫଟୋକୁ ମୋଦି ସେୟାର କରିଛନ୍ତି।

ପ୍ରକାଶ ଥାଉକି, ହର ଘର ତ୍ରିରଙ୍ଗା ଅବିଯାନକୁ ବ୍ୟାପକ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଗତ ରବିବାର ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଥିଲେ।


Share It

Comments are closed.