ଆସନ୍ତା କାଲି କରୋନା ସ୍ଥିତି ଏବଂ ଟୀକା ସଂପର୍କରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ଦେଶରେ କରୋନା ଭାଇରସ ସଂକ୍ରମିତ ମାମଲା ୯୧ ଲକ୍ଷର ପାର କରିଛି। ଏପର୍ଯ୍ୟନ୍ତ ୯୧ ଲକ୍ଷ ୩୯ ହଜାର ୮୬୬ ଜଣ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। କିଛି ରାଜ୍ୟରେ କରୋନା ଭାଇରସ୍ ମାମଲା ପୁଣିଥରେ ବଢିବାରେ ଲାଗିଛି । କିଛି ରାଜ୍ୟରେ କରୋନା ମାମଲା  ପୁଣିଥରେ ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୪ ନଭେମ୍ବରରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ। ଏହି ବୈଠକ ସକାଳ ୧୦ଟାରୁ ଭିଡିଓ କନଫରେନ୍ସିଂ ଜରିଆରେ ହେବ। ଏହାପରେ ମଧ୍ୟାହ୍ନ ୧୨ଟା ବେଳେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ।

ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ କରୋନାର ବର୍ତ୍ତମାନ ସ୍ଥିତିର ସମୀକ୍ଷା ଓ କରୋନା ଭ୍ୟାକସିନ୍‌ର ବିତରଣ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ। ପ୍ରଧାନମନ୍ତ୍ରୀ କରୋନାର ସ୍ଥିତିର ସମୀକ୍ଷା ପାଇଁ ଏପର୍ଯ୍ୟନ୍ତ ବହୁବାର ରାଜ୍ୟ ସହିତ  ବୈଠକ କରିସାରିଛନ୍ତି। ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଗତ କିଛି ଦିନରେ  ୫୦ ହଜାର ତଳକୁ  ଆସିଯାଇଛି। ସେଭଳି କିଛି ରାଜ୍ୟରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। କିଛି ସହରରେ ରାତି କର୍ଫ୍ୟୁ ଲଗାଇ ଦିଆଯାଇଛି।

କେନ୍ଦ୍ର ପକ୍ଷରୁ ଲଗାତାର ଚେଷ୍ଟା କରାଯାଉଛି ଯେତେବେଳେ କରୋନା ଭ୍ୟାକସିନ ଉପଲବ୍ଧ ହେବ, ତା’ର ସୁଚାରୁ ଭାବରେ ବିତରଣ ବ୍ୟବସ୍ଥର ଯେପରି ହୋଇପାରିବ। ଭାରତରେ ଏବେ ୫ଟି ଭ୍ୟାକସିନ ପ୍ରସ୍ତୁତ କରାଯିବା ଦିଗ​‌ରେ ଆଗକୁ ବଢୁଛି। ଏହା ଭିତରୁ ୪ଟିର ପରୀକ୍ଷଣ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଥିବା ବେଳେ ଗୋଟିଏ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରେ ରହିଛି।


Share It

Comments are closed.