ଚନ୍ଦ୍ରରୁ ଆସିଥିବା ମାଟିରୁ ପ୍ରଥମ ଥର ଉଠିଲା ଗଛ


ଚନ୍ଦ୍ରରେ ମଣିଷର ବସତିକୁ ନେଇ ବହୁ ବୈଜ୍ଞାନିକ ଲଗାତାର ଚେଷ୍ଟା ଜାରି ରଖିଛନ୍ତି। ଏବେ ଏଥିରେ ଆହୁରି ଅଧିକ ସମୟ ମଧ୍ୟ ଲାଗିବ। ସାରା ବିଶ୍ବର ବୈଜ୍ଞାନିକ ବହୁ ବର୍ଷ ହେବ ରିସର୍ଚ୍ଚ କରୁଛନ୍ତି। ଏପରିକି ସେଠାରେ ବସବାସ କରିବାକୁ ମଣିଷ ସଫଳ ହେବ କି ନାହିଁ, ଏହାକୁ ନେଇ ମଧ୍ୟ ଜାରି ରହିଛି ରିସର୍ଚ୍ଚ। ଏହା ଭିତରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସି ସାରିଛି। ରିପୋର୍ଟ ଅନୁସାରେ, ପ୍ରଥମ ଥର ପାଇଁ ଚନ୍ଦ୍ରର ମାଟିରେ ଗଛ ଉଠିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରୁ ଆଣିଥିବା ଏହି ମାଟିରେ ଗଛ ଉଠିବା ଏକ ଅଦ୍ଭୁତ କଥା ଥିଲା। ଏହି ମାଟିକୁ କିଛି ସମୟ ପୂର୍ବରୁ ନାସାର ଆପୋଲୋ ମହାକାଶ ଯାତ୍ରୀ ନିଜ ସହିତ ନେଇକି ଆସିଥିଲେ। ଏବେ କୁହାଯାଉଛି ଯେ, ବୈଜ୍ଞାନିକଙ୍କର ଆଗାମୀ ଲକ୍ଷ୍ୟ ଚନ୍ଦ୍ରରେ ଗଛ ଲଗାଇବା।
ପ୍ରଥମ ଥର ବୈଜ୍ଞାନିକମାନେ ନାସାର ମହାକାଶ ଯାତ୍ରୀମାନେ ଦେଇଥିବା ଚନ୍ଦ୍ରର ମାଟିରୁ ଗଛ ଠିଛି। ପ୍ରଥମେ ବୈଜ୍ଞାନିକଙ୍କୁ ସନ୍ଦେହ ଥିଲା ଏତେ କଠିନ ମାଟିରେ ଗଉ ହେବ କି ନାହିଁ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଖାଦ୍ୟ ଓ କୃଷି ବିଜ୍ଞାନ ସଂସ୍ଥାନର ରିସର୍ଚ୍ଚରଙ୍କ ମଧ୍ୟରୁ ଜଣେ ରବର୍ଟ ଫରେଲ କହିଛନ୍ତି, ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି ଯେ, ଥେଲ୍‌ କ୍ରେସ୍, ଆରାବିଡୋପସିସ୍ ଥାଲିୟାନାର ଗଛ ଚନ୍ଦ୍ରରୁ ଅଣାଯାଇଥିବା ମାଟିରେ ସଫଳତାପୂର୍ବକ ଅଙ୍କୁରିତ ଓ ବିକଶିତ ହୋଇପାରେ। ଏହି ରିସର୍ଚ୍ଚ ପରେ ଏବେ ଆଶା କରାଯାଉଛି ଯେ, ସେଠାରେ ଏଭଳି ଗଛକୁ ଲଗାଇ ହେବ, ଯାହାକି ଚନ୍ଦ୍ରରେ ଭୋଜନ ଓ ଅକ୍ସିଜେନ୍ ଯୋଗଇ ପାରିବ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଚନ୍ଦ୍ରର ମାଟିରୁ ଗଛ ଉଠିପାରେ। ଚନ୍ଦ୍ରରେ ନିଜକୁ ସ୍ଥାପିତ କରିବାରେ ସକ୍ଷମ ହେବା ଦିଗରେ ଏହା ଏକ ବଡ ପଦକ୍ଷେପ। ସେ କହିଛନ୍ତି, ଆରାବିଡୋପସିସ୍ ସ୍ୱାଦିଷ୍ଟ ନୁହେଁ, କିନ୍ତୁ ଏହା ଖାଇବା ଯୋଗ୍ୟ। ଏହି ଗଛ ସୋରିଷ, ଫୁଲକୋବି ଓ ବ୍ରୋକଲିର ସମାନ ପରିବାର।

ଏହି ରିସର୍ଚ୍ଚ ସେତେବେଳେ ହୋଇଥିଲା, ଯେତେବେଳେ ନାସା ଚଳିତ ଦଶକର ଶେଷରେ ଅର୍ଟୋମିସ୍ କାର୍ଯ୍ୟକ୍ରମର ଅଂଶ ରୂପରେ ଚନ୍ଦ୍ରକୁ ପଠାଇବାର ଯୋଜନା କରିଥିଲା। ରିସର୍ଚ୍ଚରମାନେ ଚନ୍ଦ୍ର ଉପରେ ବିକାଶର ବିଶ୍ଲେଷଣ କରି ୧୨ ଗ୍ରାମ୍ ଚନ୍ଦ୍ରର ମାଟିରେ ପାଣି, ଆଲୋକ ଓ ପୋଷକ ତତ୍ତ୍ୱ ଯୋଡିଥିଲେ। ଏହି ଟିମ୍ ସାମ୍ପଲ ସହିତ କାମ କରିବାର ଅବସର ପାଇଁ ୧୧ ବର୍ଷରେ ତିନିଥର ନାସାରେ ଆବେଦନ କରିଥିଲା ଓ କେବଳ ୧୮ ମାସରେ ପ୍ରଥମ ଥର ଏହାକୁ ମଞ୍ଜୁରୀ ମିଳିଥିଲା। ସବୁଠାରୁ ଭଲ କଥା ଏହା ଯେ, ସବୁ ଗଛ ଅଙ୍କୁରିତ ହୋଇଥିଲା। ତେବେ କିଛି ବିଭିନ୍ନ ରଙ୍ଗ ଓ ଆକାରର ଥିଲେ ଓ ଅନ୍ୟ ଗୁଡିକ ତୁଳନାରେ ଧିମା ଗତିରେ ବଢିଥିଲା। ଟିମ୍ ଏହାର ତୁଳନା କରିବା ପାଇଁ କିଛି ଗଛକୁ ପୃଥିବୀର ମାଟିରେ ଲଗାଇଥିଲା। ଉଲ୍ଲେଖନୀୟ ଯେ, ଏହି ପୁରା ଷ୍ଟଡି ରିପୋର୍ଟ କମ୍ୟୁନିକେସ୍ ବାୟୋଲୋଜି ଜର୍ନାଲରେ ପ୍ରକାଶିତ ହୋଇଥିଲା।

 


Share It

Comments are closed.