ଫୋନପେ ପକ୍ଷରୁ ମର୍ଚ୍ଚାଂଟ ପାର୍ଟନରମାନଙ୍କ ପାଇଁ ପିଓଏସ ସମାଧାନର ଶୁଭାରମ୍ଭ


ଭୁବନେଶ୍ୱର: ଫୋନପେ ପକ୍ଷରୁ ପଏଂଟ-ଅଫ-ସେଲ (ପିଓଏସ) ଡିଭାଇସର ଶୁଭାରମ୍ଭ କରାଯାଇଛି । ଏହା ମର୍ଚ୍ଚାଂଟ ବା ବ୍ୟବସାୟୀମାନଙ୍କୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ୟୁପିଆଇ ମାଧ୍ୟମରେ ପେମେଂଟ ଗ୍ରହଣ କରିବାକୁ ସକ୍ଷମ କରିବ ଏବଂ ସେମାନଙ୍କୁ ଏକ ସରଳ ଓ ବାଧାରହିତ ସେଟଲମେଂଟ ଅନୁଭୂତି ପ୍ରଦାନ କରିବ । ଏହି ଡିଭାଇସରେ ଫୋନପେ ପିଓଏସ ଆପ୍ ପୂର୍ବରୁ ଲୋଡ଼ ହୋଇ ଆସୁଛି ଏବଂ ଏହା ଟାପ/ସ୍ୱାଇପ/ଡିପ ଏବଂ ଇଂଟରଅପରେବଲ ଡାଇନାମିକ କ୍ୟୁଆର କୋଡ ମାଧ୍ୟମରେ ଟ୍ରାଞ୍ଜାକ୍ସନର ସମର୍ଥନ କରୁଛି । ଆଣ୍ଡ୍ରଏଡ ପ୍ଲାଟଫର୍ମ ଉପରେ ନିର୍ମିତ ଏହି ପିଓଏସ ଡିଭାଇସ ବ୍ୟବସାୟୀମାନଙ୍କ ପାଇଁ ଚେକଆଉଟ ଅନୁଭୂତିରେ ପରିବର୍ତନ ଆଣିଛି । ଗ୍ରାହକମାନେ କାଉଂଟର, ଟେବୁଲ, ଡେଲିଭରୀ ଲୋକେସନ କିମ୍ବା ସେଲ୍ୟୁଲାର କଭରେଜ ଥିବା ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁ ଏହି ଡିଭାଇସ ସମଗ୍ର ପ୍ରକ୍ରିୟକୁ ସହଜ କରିଥାଏ । ଉଭୟ ମର୍ଚ୍ଚାଂଟ ଏବଂ ଉପଭୋକ୍ତାଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଏହା ପିସିଆଇ-ପିଟିଏସ ୬ ସାର୍ଟିଫିକେସନ ଦ୍ୱାରା ସମର୍ଥିତ । ଏହି ଡିଭାଇସଟି ବହୁତ କମ ମାସିକ ଭଡ଼ାରେ ଅଫର କରାଯାଏ ।
ଫୋନପେ ପିଓଏସ ଡିଭାଇସରେ ସିମ କାର୍ଡ ମାଧ୍ୟମରେ ୱାଇ-ଫାଇ ଏବଂ ୪ଜି କନେକ୍ଟିଭିଟି ସମେତ ଅନ-ଦ-ସ୍ପଟ ରିସିପ୍ଟ ପ୍ରିଟିଂକୁ ଅନୁମତି ଦେଉଥିବା ଏକ ବିଲ୍ଟ-ଇନ ପ୍ରିଂଟର ସମେତ ଏକ ଉନ୍ନତ ଟଚସ୍କ୍ରିନ ଡିସପ୍ଲେ, ଶ୍ରୀଘ୍ର ପ୍ରତିକ୍ରିୟା ପାଇଁ ଏକ ଶକ୍ତିଶାଳୀ ପ୍ରୋସେସର ଓ ଅଧିକ ବ୍ୟାଟେରୀ ଲାଇଫ ଅନ୍ତର୍ଭୁକ୍ତ ରହିଛି । ଏହା ସମ୍ପର୍କରେ ଫୋନପେର ଅଫଲାଇନ ବିଜନେସ ମୁଖ୍ୟ ଶ୍ରୀ ବିବେକ ଲୋହଚେବ କହିଛନ୍ତି ଯେ, “ଫୋନପେ ପିଓଏସ ଡିଭାଇସ ହେଉଛି ଏକ ୱାନ-ଷ୍ଟପ ସଲ୍ୟୁସନ ଯାହା ଆମର ମର୍ଚ୍ଚାଂଟ ପାର୍ଟନରମାନଙ୍କୁ ସେମାନଙ୍କର ଗ୍ରାହକଙ୍କର କିଣିବାର ଅଭିଜ୍ଞତାକୁ ବୃଦ୍ଧି କରିବାକୁ ଉତ୍ସାହିତ କରିଥାଏ । ଏଥିରେ ଏକ ଏକୀକୃତ ଏବଂ ସମନ୍ୱିତ ଇଂଟରଫେସ ରହିଛି ଯାହା ପେମେଂଟର ବିଭିନ୍ନ ପଦ୍ଧତିକୁ ସୁବିଧା ଦେଇଥାଏ ଏବଂ ସହଜ କରିଥାଏ । କ୍ରେଡିଟ ଏବଂ ଡେବିଟ ଟ୍ରାଞ୍ଜାକ୍ସନକୁ ଗ୍ରହଣ କରି, ମର୍ଚ୍ଚାଂଟମାନେ ସେମାନଙ୍କ ହାରାହାରି ଟିକେଟ ସାଇଜରେ ବୃଦ୍ଧି ଆଶା କରିପାରିବେ, ଯାହା ଶେଷରେ ମୋଟ ବ୍ୟବସାୟରେ ଉନ୍ନତିକୁ ପ୍ରୋତ୍ସାହିତ କରିଥାଏ । ସମଗ୍ର ଦେଶରେ ଫୋନପେର ୩୫ କୋଟିରୁ ଅଧିକ ମଚ୍ଚାଂଟମାନଙ୍କର ବ୍ୟାପକ ନେଟୱର୍କ ଥିବାରୁ ଆମର ଲକ୍ଷ୍ୟ ଡେଉଛି ସମଗ୍ର ଭାରତରେ ଏହି ସମାଧାନକୁ ବିସ୍ତାର କରିବା ଏବଂ ଆସନ୍ତା ବର୍ଷ ସୁଦ୍ଧା ୧୫୦,୦୦୦ ଡିଭାଇସ ନିୟୋଜିତ କରିବା ।”

 


Share It

Comments are closed.