ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଓ ରେଡ୍ ଏଫ୍ଏମ୍ ପକ୍ଷରୁ ବିଜୟ ଦିବସ ପାଳିତ
ଭୁବନେଶ୍ୱର : ଭାରତର ପ୍ରମୁଖ ଘରୋଇ ରେଡିଓ ମନୋରଞ୍ଜନ ନେଟ୍ୱର୍କ ୯୩.୫ ରେଡ୍ ଏଫ୍ଏମ୍ ପକ୍ଷରୁ ‘ଗଟ୍ସ ଆଣ୍ଡ ଗ୍ଲୋରୀ-ସାଲ୍ୟୁଟ୍ ୭୧’ ନାମକ ଏକ ବିଶାଳ ଉତ୍ସବ ସହିତ ବିଜୟ ଦିବସ ପାଳନ କରିବା ପାଇଁ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ସହିତ ଏହାର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ୧୯୭୧ ଯୁଦ୍ଧର ଐତିହାସିକ ବିଜୟକୁ ପାଳନ କରିବା ଓ ସହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଲକ୍ଷ୍ୟ ରଖିଛି । ଏହି ସ୍ୱତନ୍ତ୍ର ଅଭିଯାନର ଅଂଶ ଭାବେ ରେଡ୍ ଏଫ୍ଏମ୍ ରୋମାଂଚକର ଯୁଦ୍ଧ କାହାଣୀଗୁଡିକୁ ଅନ୍-ଏୟାର କରି ଏହାର ଦର୍ଶକଙ୍କୁ ଆକର୍ଷିତ କରିବ ଯାହା ୧୯୭୧ ଯୁଦ୍ଧ ସମୟରେ ଭାରତୀୟ ସେନ୍ୟବଳର ସାହସୀ ଉଦ୍ୟମଗୁଡିକୁ ଚିତ୍ରଣ କରୁଛି । ଶ୍ରୋତାମାନେ ଆମ ଦେଶର ସୈନିକମାନଙ୍କ ସାହସିକ କାର୍ଯ୍ୟ, ସେମାନଙ୍କର ଦୃଢ ସଙ୍କଳ୍ପବଦ୍ଧତା ଓ ଦେଶର ବିଜୟ ସୁନିଶ୍ଚିତ କରିବା ପାଇଁ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ପାଇବେ । ରେଡ୍ ଏଫ୍ଏମ୍ ପକ୍ଷରୁ ଏକ ପଡ୍କାଷ୍ଟ ଅଧିନରେ ସମସ୍ତ କାହାଣୀଗୁଡିକୁ ଅଧ୍ୟାୟ ଭାବେ ସଂଗ୍ରହ କରାଯିବ ଯାହାକୁ ବିଭିନ୍ନ ଅଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ଉପଲବ୍ଧ କରାଯିବ । ଏହାବ୍ୟତୀତ ‘ଗଟ୍ସ ଆଣ୍ଡ ଗ୍ଲୋରୀ- ସାଲ୍ୟୁଟ୍ ୭୧’ ଏହି ଯୁଦ୍ଧ ସମୟରେ ବୀରତ୍ୱ ଓ ଅସାଧାରଣ ସାହସର ପ୍ରଦର୍ଶନ କରିଥିବା ଉତରପୂର୍ବ ଭାରତର ନାଗରିକଙ୍କ ସମେତ ବୀର ଯବାନମାନଙ୍କୁ ସମ୍ମାନିତ କରିବ ।
ଏସମ୍ପର୍କରେ ଲେଫ୍ଟେନାଂଟ୍ ଜେନେରାଲ ରାଣାପ୍ରତାପ କାଲିଟା କହିଛନ୍ତି, ରେଡ୍ ଏଫ୍ଏମ୍ ୧୯୭୧ ଯୁଦ୍ଧରେ ଲଢିଥିବା ଆମର ବୀର ଯବାନମାନଙ୍କ ସାହସର କାହାଣୀଗୁଡିକୁ ବର୍ଣ୍ଣନା କରିବା ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା ସମ୍ପର୍କରେ ଜାଣି ମୁଁ ଆନନ୍ଦିତ । ବୀର ଯବାନଙ୍କ ସାହସିକତାକୁ ସମ୍ମାନ ଜଣାଇବା ପାଇଁ ଆମର ଲକ୍ଷ୍ୟରେ ବିଜୟ ଦିବସ ଉତ୍ସବର ଅଂଶ ଭାବେ ‘ଗଟ୍ସ ଆଣ୍ଡ ଗ୍ଲୋରୀ-ସାଲ୍ୟୁଟ୍ ୭୧’କୁ ଉପସ୍ଥାପନ କରି ଆବେ ଖୁବ୍ ଖୁସି ଅନୁଭବ କରୁଛୁ । ଆମେ ଆଶା କରୁଛୁ ଯେ, ଏହା ଭାରତୀୟ ଇତିହାସର ବିଜୟର ମୁହୂର୍ତ ଉପରେ ଗଭୀର ତଥ୍ୟ ପ୍ରଦାନ କରିବ ।’ ସେହିପରି ରେଡ୍ ଏଫ୍ଏମ୍ ଓ ମ୍ୟାଜିକ୍ ଏଫ୍ଏମ୍ର ନିର୍ଦ୍ଦେଶକ ଓ ସିଓଓ ନିଶା ନାରାୟଣନ୍ କହିଛନ୍ତି, ‘ ବିଜୟ ଦିବସ ଅବସରରେ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ସହ ସହଭାଗିତା କରି ଆମେ ଉତ୍ସାହିତ ଅଛୁ । ଏହି ‘ଗଟ୍ସ ଆଣ୍ଡ ଗ୍ଲୋରୀ-ସାଲ୍ୟୁଟ୍ ୭୧’ ଅଭିଯାନ ଆମ ମଧ୍ୟରେ ସାଧାରଣ ନାଗରିକ ଭାବେ ବଂଚୁଥିବା ଯୋଦ୍ଧମାନଙ୍କୁ ସମ୍ମାନିତ ଓ ସ୍ମୀକୃତି ପ୍ରଦାନ କରିବ । ଆମେ ଆଶା କରୁଛୁ ଯେ, ଏହି କାହାଣୀଗୁଡିକ ଆମକୁ ବୀର ସୈନିକଙ୍କ ପାଇଁ ସମାନୁଭୂତି ଓ ସମ୍ମାନ ସହିତ ଆମକୁ ସମୃଦ୍ଧ କରିବ ଯିଏ ଆମର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି ।’ ଏହି ଅଭିଯାନ କୋଲ୍କାତା, ଭୁବନେଶ୍ୱର, ଆସାନସୋଲ, ସିଲିଗୁଡି, ଅଗରତାଲା, ପାଟ୍ନା, ମୁଜ୍ଜଫର୍ପୁର, ଜାମ୍ସେଦପୁର, ଗୌହାଟି, ସିଲଙ୍ଗ, ଐଜ୍ୱାଲ ଓ ଗ୍ୟାଙ୍ଗଟକ୍ ଭଳି ୧୨ଟି ପୂର୍ବ ଭାରତୀୟ ଷ୍ଟେସନରେ ଆରମ୍ଭ ହେବ ।
Comments are closed.