୨୪କେ ଡିଜିଟାଲ ସୁନା ଉପରେ ଫୋନପେ ପକ୍ଷରୁ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର୍‌ର ଘୋଷଣା


ଭୁବନେଶ୍ୱର: ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫର୍‌ର ଲାଭ ଉଠାଇପାରିବେ । ଏହି ଅଫର ନଭେମ୍ବର ୯ରୁ ୧୨ ତାରିଖ ମଧ୍ୟରେ ସମସ୍ତ ଏକକାଳୀନ ଟ୍ରାଞ୍ଜାକ୍ସନ(ୟୁଜର ପ୍ରତି ଥରେ) ପାଇଁ ବୈଧ ଅଟେ । ଭାରତରେ ୧୯,୦୦୦ରୁ ଅଧିକ ପୋଷ୍ଟାଲ କୋଡରେ ୧ କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ପାରଦର୍ଶି ମୂଲ୍ୟରେ ଉଚ୍ଚ ଶୁଦ୍ଧତାର ୨୪କ୍ୟାରେଟ ସୁନା କିଣିଛନ୍ତି । ଏହାର କାରଣ ହେଉଛି ଫୋନପେ ହେଉଛି ଅଗ୍ରଣୀ ଡିଜିଟାଲ ପେମେଂଟ ପ୍ଲାଟଫର୍ମ ଯାହା ଅଗ୍ରଣୀ ଏବଂ ବିଶ୍ୱସ୍ତ ପାର୍ଟନରମାନଙ୍କ ଠାରୁ ୯୯.୯୯% ଶୁଦ୍ଧତା-ପ୍ରମାଣିତ ୨୪ କ୍ୟାରେଟ ଡିଜିଟାଲ ସୁନା ପ୍ରଦାନ କରିଥାଏ । ଗ୍ରାହକମାନେ ବିନା କୌଣସି ମେକିଙ୍ଗ ଚାର୍ଜେସରେ ଡିଜିଟାଲ ପଦ୍ଧତିରେ ପ୍ରମାଣିତ ୨୪କ୍ୟାରେଟ ସୁନା କିଣିପାରିବେ ଏବଂ ମାଗଣା ଷ୍ଟୋରେଜ ପାଇଁ ବୀମାଭୁକ୍ତ ବ୍ୟାଙ୍କ-ଗ୍ରେଡ ଗୋଲ୍ଡ ଲକର ବ୍ୟବହାର କରିପାରିବେ ।

ଫୋନପେରେ ଡିଜିଟାଲ ସୁନା କିଣିବାର ଅନ୍ୟକିଛି ସୁବିଧା ମଧ୍ୟ ରହିଛି ତାହା ହେଉଛି ଘରେ ଆରାମରେ ବସି ୨୪ ଘଂଟିଆ ଶପିଂ କରିହେବ । ଗ୍ରାହକମାନେ ସେମାନଙ୍କର ସଂରକ୍ଷିତ ସୁନାକୁ ଯେକୌଣସି ସମୟରେ ବିକ୍ରୟ କରିବାର ବିକଳ୍ପ ମଧ୍ୟ ବାଛିପାରିବେ ଏବଂ ୪୮ ଘଂଟା ମଧ୍ୟରେ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହୋଇଯିବ । ଗ୍ରାହକଙ୍କ ପାଖରେ ନିଜର ପସନ୍ଦର ଯେକୌଣସି ପରିମାଣର ରାଶି ପାଇଁ ଡିଜିଟାଲ ଗୋଲ୍ଡରେ ବିନିଯୋଗ କରିବାର ସୁବିଧା ମଧ୍ୟ ରହିଛି । ଏକକାଳୀନ କିଣାକିଣି ବ୍ୟତୀତ, ଫୋନପେ ପ୍ରତ୍ୟେକ ଭାରତୀୟଙ୍କୁ ଏସଆଇପି ମାଧ୍ୟରେ ଡିଜିଟାଲ ସୁନାରେ ପୁଞ୍ଜି ବିନିଯୋଗ କରିବାକୁ କ୍ଷମତା ପ୍ରଦାନ କରେ ଯାହାଦ୍ୱାରା ଗ୍ରାହକମାନଙ୍କୁ ଦୀର୍ଘକାଳୀନ ବ୍ୟବସ୍ଥିତ ଭାବରେ ବିନିଯୋଗ କରିବାରେ ସାହାଯ୍ୟ ମିଳିଥାଏ । ଏହି ବ୍ୟାଙ୍କ-ଗ୍ରେଡ ଗୋଲ୍ଡ ଲକର ୫ବର୍ଷ ପାଇଁ ମାଗଣା ଅଟେ । ଫୋନପେରେ ସୁନା କିଣିବା ସମୟରେ ଏହି ସ୍ୱତନ୍ତ୍ର କ୍ୟାଶବ୍ୟାକ ଅଫରର ଲାଭ ଉଠାଇବା ପାଇଁ ପ୍ରଥମେ ଆପଣଙ୍କ ଫୋନପେ ଆପ୍ ର ହୋମସ୍କ୍ରିନର ତଳ ଷ୍ଟ୍ରିପରେ ‘ୱେଲଥ/ସମ୍ପତି’ ଉପରେ କ୍ଲିକ କରନ୍ତୁ । ସମ୍ପ୍ରତି ସ୍କ୍ରିନରେ ଯାଇ ‘ଗୋଲ୍ଡ’ ସିଲେକ୍ଟ କରନ୍ତୁ ଏବଂ ବାଏ ୱାନ ଟାଇମ ସିଲେକ୍ଟ କରନ୍ତୁ । ଏହାପରେ ବାଏ ଇନ ରୁପିଜ’ ସିଲେକ୍ଟ କରି ଆଗକୁ ବଢ଼ନ୍ତୁ ଏବଂ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ୨୪କ୍ୟାରେଟ ସୁନା ଯୋଡ଼ନ୍ତୁ । ଆପଣଙ୍କ ସୁନା କିଣିବାର ଶେଷ ବିବରଣୀ ଚେକ କରନ୍ତୁ ଏବଂ ପ୍ରୋସିଡ ଟୁ ପେ ଉପରେ କ୍ଲିକ କରନ୍ତୁ । ଏହିଠାରେ ଆପଣଙ୍କର ସମସ୍ତ ପ୍ରକ୍ରିୟା ଶେଷ ହୋଇଯାଉଛି ।

 


Share It

Comments are closed.