ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ


ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ସମୟରେ ତାଙ୍କ ଦୁଇପୁଅଙ୍କ ସହ ଆତ୍ମିୟ ସ୍ୱଜନ ମାନେ ଉପସ୍ଥିତ ଥିଲେ। ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ସମୟରେ ତାଙ୍କ ଦୁଇପୁଅଙ୍କ ସହ ଆତ୍ମିୟ ସ୍ୱଜନ ମାନେ ଉପସ୍ଥିତ ଥିଲେ। ଗତ ମଙ୍ଗଳବାର ଦିନ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ଯାବସ୍ଥାରେ ସୁଧାର ଆସିନଥିଲା। ଆଜି ଭୋର ପ୍ରାୟ ୩ଟା ୩୦ମିନିଟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ସମୟରେ ତାଙ୍କ ପରିବାର ଓ ପରିଜନ ଉପସ୍ଥିତ ଥିଲେ। ୬୭ବର୍ଷ ବୟସରେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ଘଟିଛି।

ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ସମଗ୍ର ପୁରୀ ସ୍ତବ୍ଧ ପାଲଟି ଯାଇଛି। ମହେଶ୍ୱର ମହାନ୍ତିଙ୍କର ଦୁଇପୁଅ ଅଛନ୍ତି। ମହେଶ୍ୱର ୧୯୮୫ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ୧୯୮୫ରେ ପ୍ରଥମେ ପୁରୀ ପୌରସଂସ୍ଥାର ଚେୟାରମ୍ୟାନ ଥିଲେ। ତାପରେ ୧୯୯୨ରେ ଦ୍ୱିତୀୟ ଥର ପାଇଁ ଚେୟାରମ୍ୟାନ ହୋଇଥିଲେ। ତାପରଠାରୁ ସେ ପଛକୁ ଚାହିଁ ନାହାନ୍ତି। ୧୯୯୫ରୁ ଜନତା ଦଳରୁ ବିଧାୟକ ହୋଇଥିଲେ। ତାପରେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଧାୟକ ବିଧାୟକ ହୋଇଥିଲେ। ପ୍ରଥମେ ବାଚସ୍ପତି ତାପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ରାଜ୍ଯବାସୀଙ୍କର ସେବା କରିଛନ୍ତି। ତେବେ ୨୦୧୯ ନିର୍ବାଚନରେ ଜୟନ୍ତ ଷଡଙ୍ଗୀଙ୍କ ଠାରୁ ୪ହଜାର ଭୋଟ ବ୍ଯବଧାନରେ ପରାସ୍ତ ହୋଇଥିଲେ। ଏବେ ପୁରୀ ଜିଲ୍ଲା ବିଜେଡି ସଭାପତି ରହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ବେଶ୍ ପ୍ରୀୟ ଥିଲେ ମହେଶ୍ୱର। ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।


Share It

Comments are closed.