ଭାରତକୁ ପୁଣି ଥରେ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ ‘ଶେଖ ରସିଦ’


ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ପୁଣିଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରସିଦ କହିଛନ୍ତି ଯେ, ଆମର ଆଣବିକ ଅସ୍ତ୍ର ବହୁତ ଛୋଟ ଏବଂ ସିଦ୍ଧ । ଏହା ମୁସଲମାନଙ୍କ ଜୀବନ ରକ୍ଷା କରି ଅନ୍ୟ ଭାରତୀୟଙ୍କୁ ଟାର୍ଗେଟ କରିବାର କ୍ଷମତା ରଖୁଛି । ଏକ ବୈଦ୍ୟୁତିକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବ ତେବେ ପାକିସ୍ତାନ ଜିତିବ ।
କାରଣ ଆମ ପାଖରେ ଛୋଟ ଅସ୍ତ୍ର ଅଛି ଯାହା ବଡ କାମ କରିବାରେ ସହାୟକ ହେବ । କେବଳ ଏତିକି ନୁହେଁ ଏହା ପୂର୍ବରୁ ତାଙ୍କ ପାଖରେ ୧୫୦ ଗ୍ରାମର ପରମାଣୁ ବୋମା ଅଛି ବୋଲି କହି ସମାଲୋଚିତ ହୋଇ ସାରିଛନ୍ତି । କେବଳ ରସିଦ ନୁହନ୍ତି ତାଙ୍କ ପୂର୍ବରୁ ଅନେକ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇ ସାରିଛନ୍ତି ।


Share It

Comments are closed.