ହମାସ-ଇସ୍ରାଏଲ ଯୁଦ୍ଧ, କତାରରେ ହମାସ ନେତୃମଣ୍ଡଳୀଙ୍କୁ ସାକ୍ଷାତ କଲେ ପାକିସ୍ତାନର ଜାମିଆତ୍ ଉଲେମା-ଇ-ଇସଲାମ ମୁଖ୍ୟ ଫଜଲୁର ରେହମାନ


ଅନେକ ମୁସଲମାନ ଦେଶ ଇସ୍ରାଏଲର ଗାଜା ଆକ୍ରମଣକୁ ବିରୋଧ କରୁଛନ୍ତି । ପାକିସ୍ତାନ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ପାକିସ୍ତାନରେ ଇସ୍ରାଏଲ ବିରୋଧରେ ଲଗାତାର ବିରୋଧ ଜାରିରହିଛି। ଏସବୁ ମଧ୍ୟରେ ପାକିସ୍ଥାନୀ ନେତା ମୌଲାନା ଫଜଲୁର ରେହମାନ ହମାସର ପୂର୍ବତନ ମୁଖ୍ୟ ଖାଲିଦ ମେଶଲ ଏବଂ ରାଜନୈତିକ ମୁଖ୍ୟ ଇସମାଇଲ ହନିହେଙ୍କୁ କତାରରେ ଭେଟିଛନ୍ତି । ଗାଜା ଷ୍ଟ୍ରିପରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପାକିସ୍ତାନର ଜାମିଆତ୍ ଉଲେମା-ଇ-ଇସଲାମ ମୁଖ୍ୟ ଫଜଲୁର ରେହମାନ କତାରରେ ହମାସର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ରହମାନ କହିଛନ୍ତି ଯେ ଇସ୍ରାଏଲର ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହେବା ପ୍ରତ୍ଯେକ ମୁସଲମାନ ଦେଶମାନଙ୍କର କର୍ତ୍ତବ୍ୟ ।
ଅକ୍ଟୋବର ୭ ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୪୦୦ ଇସ୍ରାଏଲି ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ଜବାବରେ ଇସ୍ରାଏଲ ଗାଜା ଅଞ୍ଚଳରେ ହମାସର ଆଡ୍ଡା ଉପରେ ଲଗାତାର ବୋମାବର୍ଷଣ ଜାରିରଖିଛି । କେବଳ ଏତିକି ନୁହେଁ, ଇସ୍ରାଏଲ୍ ସେନା ଏବେ ଗ୍ରାଉଣ୍ଡ ଅପରେସନ୍ ମଧ୍ୟ ଆରମ୍ଭ କରିଦେଇଛି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୦୦୦ ପାଖାପାଖି ଲୋକ ପ୍ରାଣ ହରାଇଛନ୍ତି । ଅନେକ ମୁସଲମାନ ଦେଶ ଇସ୍ରାଏଲର ଏହି ପାଲଟା ଆକ୍ରମଣକୁ ବିରୋଧ କରୁଛନ୍ତି । ପାକିସ୍ତାନ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ ।
ଏସବୁ ମଧ୍ୟରେ ମୌଲାନା ଫଜଲୁର ରେହମାନ ହାମରର ପୂର୍ବତନ ମୁଖ୍ୟ ଖାଲିଦ ମେଶଲ ଏବଂ ରାଜୈନତିକ ମୁଖ୍ୟ ଇସମାଇଲ ହନିହେକୁ କତାରରେ ସାକ୍ଷାତ କରିଛି । ଜାମିଆତ୍ ଉଲେମା-ଇ-ଇସଲାମଙ୍କ ତରଫରୁ କୁହାଯାଇଛି ଯେ ମୌଲାନା ଫଜଲୁର ଶନିବାର ପ୍ରତିନିଧୀମଣ୍ଡଳ ସହ କତାରରେ ପହଞ୍ଚିଛନ୍ତି । ପାଲେଷ୍ଟାଇନ ପ୍ରସଙ୍ଗରେ ହମାସ ନେତାଙ୍କ ସହ ଆଲୋଚନା କରାଯାଇଥିଲା ।ଏହି ସମୟରେ ମୌଲାନା କହିଛନ୍ତି ଯେ ଇସ୍ରାଏଲ ପାଲେଷ୍ଟାଇନରେ ଅନ୍ୟାୟ ଏବଂ ଅତ୍ୟାଚାର ମାଧ୍ୟମରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ଅଲ-ଆକସା ମସଜିଦର ସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛି । ମୌଲାନା କହିଛନ୍ତି, ବିକଶିତ ଦେଶର ନେତାମାନଙ୍କ ହାତରେ ନିରୀହ ମହିଳା ଏବଂ ଶିଶୁଙ୍କ ରକ୍ତରେ ଦାଗ ଲାଗିଛି । ଫଜଲୁର ରହମାନ କହିଛନ୍ତି ଯେ ପାଲେଷ୍ଟାଇନୀୟମାନେ କେବଳ ନିଜର ଭୂମି ପାଇଁ ସଂଗ୍ରାମ କରୁନାହାଁନ୍ତି ବରଂ ମୁସଲିମ ଉମ୍ମାଙ୍କ କର୍ତ୍ତବ୍ୟ ପାଳନ କରୁଥିବାବେଳେ ଅଲ-ଆକସା ମସଜିଦର ସ୍ୱାଧୀନତା ପାଇଁ ଲଢେଇ କରୁଛନ୍ତି । ମୁସଲମାନମାନଙ୍କ ପାଲେଷ୍ଟାଇନ ଭାଇମାନଙ୍କ ସହ କାନ୍ଧ କାନ୍ଧରେ ଠିଆ ହେବାର ସମୟ ଆସିଛି । ଅନ୍ୟପକ୍ଷରେ, ହନିୟେ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲର ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହେବା ପ୍ରତ୍ଯେକ ମୁସଲମାନ ସମ୍ପ୍ରଦାୟର କର୍ତ୍ତବ୍ୟ। ପାକିସ୍ତାନରେ ଲୋକମାନେ ଇସ୍ରାଏଲ ବିରୋଧରେ ଏବଂ ହମାସକୁ ସମର୍ଥନ କରି ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି । ରବିବାର ଦିନ ହଜାର ହଜାର ଲୋକ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହାମାସକୁ ସମର୍ଥନ କରି ରାଲି ବାହାର କରିଥିଲେ । ବିକ୍ଷୋଭକାରୀମାନେ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କୁ ହମାସ ପକ୍ଷରୁ ଗାଜାରେ ହୋଇଥିବା ଯୁଦ୍ଧରେ ଯୋଗ ଦେବାକୁ ଅନୁମତି ଦିଅନ୍ତୁ । ଏହି ଶୋଭାଯାତ୍ରା ପାକିସ୍ତାନର ତେହେରିକ୍-ଏ-ଲାବାଇକ୍ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ସମୟରେ ଏଠାରେ ଉପସ୍ଥିତ ଲୋକମାନେ ସ୍ଲୋଗାନ ଦେଇଥିଲେ, “ମୁଁ ଆସିବାକୁ ପ୍ରସ୍ତୁତ” ଏବଂ “ଆମେ ଅଲ-ଆକସାକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ।” ଏହି ସମୟରେ ଜିହାଦ ପାଇଁ ଏକ ଆବେଦନ ମଧ୍ୟ କରାଯାଇଥିଲା ।


Share It

Comments are closed.