ସେଲଫି ଏକ୍ସପର୍ଟ ଓପୋ ପକ୍ଷରୁ ବର୍ତ୍ତମାନ ଶୁଭାରମ୍ଭ ହୋଇଥିବା ଓପୋ ଓଫ୯ ପ୍ରୋ ମାଧ୍ୟମରେ ସୁବିଧା ପାଉନଥିବା ଶିଶୁଙ୍କ ଖୁସି ପାଇଁ ଦିପାବଳୀ ଅଭିଯାନର ‘ୟୋର ବେଷ୍ଟ ଦିପାବଳୀ ଗିଫ୍ଟ’ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ନିଜର ଗ୍ରାହକମାନଙ୍କ ସହିତ ସମ୍ବେଦନଶୀଳ ସମ୍ପର୍କ ସହିତ କିଛି ସ୍ୱତନ୍ତ୍ର ପିଲାମାନଙ୍କ ସହିତ ଦିପାବଳୀ ଅବସରରେ ଆଲୋକ, ରଙ୍ଗ ଏବଂ ଭଲପାଇବାକୁ ବଣ୍ଟନ କରାଯାଉଛି । ଏହା ଏଫ୯ ପ୍ରୋର ପର୍ପଲର ଆକର୍ଷଣୀୟ ଡିଜାଇନ ସହିତ ଏହି ସମୟର ଶ୍ରେଷ୍ଠ ଦିପାବଳୀ ଗିଫ୍ଟ ପ୍ରଦାନ କରୁଛି ।
ଏହି ଅଭିଯାନ ସମ୍ପର୍କରେ ଓପୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଶ୍ରୀଯୁକ୍ତ ୱିଲ ୟାଙ୍ଗ କହିଛନ୍ତି ଯେ, “ଭାରତରେ ପାର୍ବଣ ଏକ ଉତ୍ସାହର ସମୟ ଯେଉଁଠାରେ ପରିବାର ଏବଂ ବନ୍ଧୁମାନେ ଗିଫ୍ଟ, ଆଲୋକ ଏବଂ ମିଷ୍ଟାନ୍ନ ସହିତ ଏକତ୍ର ହୋଇଥାଆନ୍ତି । ଓପୋରେ ଆମେ ଆମର ଗ୍ରାହକମାନଙ୍କ ଦିପାବଳୀକୁ ଅଧିକ ଉତ୍ସାହିତ ଏବଂ ଆକର୍ଷଣୀୟ କରିବା ପାଇଁ ଦିପାବଳୀ ଅଭିଯାନର ଆରମ୍ଭ କରିଛୁ । ଆମର ଏହି ଅଭିଯାନରେ ସହଭାଗି ହୋଇଥିବାରୁ ଆମ୍ଭେମାନେ ସ୍ମାଇଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଉଛୁ ।”
ଏହି ଅଭିଯାନ ଉଭୟ ଅଫଲାଇନ ଏବଂ ଅନଲାଇନ, ଓପୋ ଅଣ-ସରକାରୀ ଅନୁଷ୍ଠାନ ଯାହା ପିଲାମାନଙ୍କ ପାଇଁ, ସେମାନଙ୍କ ପରିବାର ପାଇଁ କାର୍ଯ୍ୟକରୁଥିବା ସ୍ମାଇଲ ଫାଉଣ୍ଡେସନ ସହିତ ସହଭାଗି ହୋଇଛି ଏବଂ ସ୍ୱତନ୍ତ୍ରଭାବେ ବାଳିକାମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଟ.୧୦ଲକ୍ଷର ପ୍ରଦାନ କରାଯାଇଛି । ଏହି ସୁନ୍ଦର ଉତ୍ପାଦ ନୂଆ ଦିଲ୍ଲୀ ସୁବାସ ନଗରର ପେସିଫିକ ମଲରେ ଗ୍ରାହକଙ୍କୁ ଓପୋ ଏଫ୯ ପ୍ରୋର ପ୍ରଦାନ କରାଯାଉଛି । ଯେଉଁମାନେ ଏହି ଅବସରରେ ଏହି ସ୍ଥାନରେ କ୍ରୟ କରୁଛନ୍ତି ସେମାନେ ଏହି ନିରିହ ପିଲାମାନଙ୍କ ମୁଖରେ ଖୁସି ପ୍ରଦାନ କରିବାରେ ସାମିଲ ହୋଇପାରିବେ ।
ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଓପୋ ପକ୍ଷରୁ ଓପୋ ଏଫ୯ ପ୍ରୋ ପର୍ପଲ ୫ମିନିଟ ଚାର୍ଜ, ୨ଘଣ୍ଟାର କଥା ମାଧ୍ୟମରେ ଏକ ଡିଜିଟାଲ ଅଭିଯାନର ଆରମ୍ଭ କରାଯାଇଛି । ବଲିଉଡର ସୁନାମଧନ୍ୟ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ କିଆରା ଆଡଭାନୀଙ୍କ ଦ୍ୱାରା ଅଭିନୀତ ଏକ ଭିଡିଓ ଅଭିଯାନ ଏକ ମା ଏବଂ ପୋଷ୍ୟ କନ୍ୟାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିଫଳନ କରୁଛି । ଏହା ଦର୍ଶାଉଛି ଯେ କିପରି ଭଲ ପାଇବା ଲୋକମାନଙ୍କୁ ଏକତ୍ର କରିଥାଏ କିନ୍ତୁ କେବଳ ରକ୍ତର ସମ୍ପର୍କ ନୁହେଁ ଏବଂ ଏହି ସ୍ମୃତିକୁ ଧରି ରଖିବା ପାଇଁ ଓପୋ ଏଫ୯ ପ୍ରୋ ପର୍ପଲ ଏକ ଶ୍ରେଷ୍ଠ ଉପହାର ।
Comments are closed.