ଟେଲିଫଟୋ କ୍ୟାମେରା ସହିତ ଓପୋ ରେନୋ୧୦ ୫ଜିର ସେଲ ଆରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ରେନୋ୧୦ ର ସେଲ୍ ଚଳିତ ଜୁଲାଇ ୨୭ ତାରିଖରୁ ୩୨୯୯୯ ଟଙ୍କାରେ ଆରମ୍ଭ ହୋଇଯାଇଛି । ଏହି ହ୍ୟାଣ୍ଡସେଟ୍ ଓପୋ ଇ-ଷ୍ଟୋର୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍ ରିଟେଲ୍ ଆଉଟ୍‌ଲେଟ୍‌ଗୁଡିକରେ ଜୁଲାଇ ୨୭ ତାରିଖ, ୨୦୨୩ ରାତି ୧୨ଟା ପରଠାରୁ ଉପଲବ୍ଧ ହୋଇଯାଇଛି । ରେନୋ୧୦ ୫ଜିରେ ଏକ ଅଲ୍‌ଟ୍ରା-ସ୍ଲିମ୍ ବଡି ରହିଛି ଏବଂ ଏହା ଏକ ୩ଡି କର୍ଭଡ୍ ଡିଜାଇନ୍ ସହିତ ଆଇସ୍ ବ୍ଲୁ ଓ ସିଲ୍‌ଭରୀ ଗ୍ରେରେ ଉପଲବ୍ଧ ହେଉଛି । ଏଥିରେ ୧୨୦ଏଚ୍‌ଜେଡ୍ ୬.୭ ଇଂଚ୍ ଆମୋଲେଡ୍ ଡିସ୍‌ପ୍ଲେ ଓ ଏକ ୯୩% ସ୍କ୍ରିନ୍‌-ଟୁ-ବଡି ରେସିଓ ରହିଛି । ଏହା ଏକ ଡ୍ରାଗନ୍‌ଟ୍ରେଲ୍ ଷ୍ଟାର୍ ୨ ଡିସ୍‌ପ୍ଲେ ଓ ଏକ ମଜଭୁତ ପଲିକାର୍ବୋନେଟ୍ ବ୍ୟାକ୍ ସହିତ ଆସୁଛି । ଏହି ସ୍ମାର୍ଟଫୋନରେ ୬୪ଏମ୍‌ପି ଓଭି୬୪ବି ଅଲ୍‌ଟ୍ରା-କ୍ଲିୟର ମେନ୍ କ୍ୟାମେରା, ଏକ ୩୨ଏମ୍‌ପି ଆଇଏମ୍‌ଏକ୍ସ୭୦୯ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା, ୮ଏମ୍‌ପି ଆଇଏମ୍‌ଏକ୍ସ ୩୫୫ ୧୧୨ଂ ଅଲ୍‌ଟ୍ରା-ୱାଇଡ୍ କ୍ୟାମେରା ଓ ଏକ ୩୨ଏମ୍‌ପି ଓଭି୩୨ସି ଅଲ୍‌ଟ୍ରା-କ୍ଲିୟର ସେଲ୍‌ଫି କ୍ୟାମେରା ସାମିଲ ରହିଛି । ଏହାର ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରେନୋ ସିରିଜ୍‌ରେ ସବୁଠାରୁ ବଡ ବ୍ୟାଟେରୀ ହୋଇଥିବା ବେଳେ ଏହାର ୬୭ୱାଟ୍ ସୁପର୍‌ଭିଓଓସି ଡିଭାଇସ୍‌କୁ କେବଳ ୪୭ ମିନିଟ୍‌ରେ ୧୦୦% ଚାର୍ଜ କରିଥାଏ । ରେନୋ୧୦ ୫ଜି ମିଡିଆଟେକ୍ ଡାଇମେନ୍‌ସିଟି ୭୦୫୦ ଏସ୍‌ଓସି ଉପରେ ପରିଚାଳିତ ଏବଂ ଏହା ୮ଜିବି ରାମ୍‌, ୨୫୬ଜିବି ଷ୍ଟୋରେଜ୍ ସହିତ ଆସୁଛି । ଓପୋର ରାମ୍ ଏକ୍ସପାନ୍‌ଶନ ଟେକ୍ନୋଲୋଜି ଉପଭୋକ୍ତାଙ୍କୁ ଡିଭାଇସ୍ ଷ୍ଟୋରେଜ୍‌ରୁ ଅତିରିକ୍ତ ୮ଜିବି ଉଧାର ଆଣି ରାମ୍‌କୁ ବୃଦ୍ଧି କରିବା ପାଇଁ ଅନୁମତି ଦେଇଥାଏ ।
ଗ୍ରାହକମାନେ ଓପୋ ରେନୋ୧୦ ୫ଜିର ପ୍ରଥମ ସେଲ୍ ଉପରେ ଅନେକ ଅଫର୍‌ଗୁଡିକୁ ପାଇପାରିବେ । ଗ୍ରାହକମାନେ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଏସ୍‌ବିଆଇ କାର୍ଡର ବ୍ୟବହାର କରି ଫ୍ଲିପ୍‌କାର୍ଟ ଓ ଓପୋ ଷ୍ଟୋର୍‌ରେ ୩୦୦୦ ଟଙ୍କାର ତତ୍କାଳ ରିହାତି ପାଇପାରିବେ । ଏହାବ୍ୟତୀତ ଅଗ୍ରଣୀ ବ୍ୟାଙ୍କ କାର୍ଡହୋଲ୍ଡର୍‌ମାନେ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍‌ଆଇ ବିକଳ୍ପରୁ ଲାଭ ପାଇପାରିବେ । ଗ୍ରାହକମାନେ ମେନ୍‌ଲାଇନ୍ ରିଟେଲ୍ ଆଉଟ୍‌ଲେଟ୍‌ରୁ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଏବଂ ଏସ୍‌ବିଆଇ, କୋଟାକ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫ୍‌ସି ଫାର୍ଷ୍ଟ ବ୍ୟାଙ୍କ, ୱାନ୍ କାର୍ଡ ଓ ଏୟୁ ସ୍ମଲ୍ ଫାଇନାନ୍ସ ଭଳି ଅଗ୍ରଣୀ ବ୍ୟାଙ୍କଗୁଡିକରୁ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ଗ୍ରାହକମାନେ କଞ୍ଜ୍ୟୁମର୍ ଲୋନ୍ ପାର୍ଟନର୍‌, ଟିଭିଏସ୍ କ୍ରେଡିଟ୍‌, ଏଚ୍‌ଡିବି ଫାଇନାନ୍ସିଆଲ ଓ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ଏହାବ୍ୟତୀତ ଗ୍ରାହକମାନେ ଅଗ୍ରଣୀ ଫାଇନାନ୍ସ ସଂସ୍ଥାଗୁଡିକରୁ ଜିରୋ ଡାଉନ୍ ପେମେଂଟ୍ ସ୍କିମ୍‌ର ଲାଭ ଉପଭୋଗ କରିପାରିବେ । ଓପୋ ଗ୍ରାହକମାନେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ + ଲୟାଲ୍‌ଟି ବୋନସ୍ ପାଇପାରିବେ । ଉପଭୋକ୍ତାମାନେ ମାଇଁଓପୋ ମାଧ୍ୟମରେ ୩ ମାସ ପର୍ଯ୍ୟନ୍ତ ୟୁଟ୍ୟୁବ୍ ପ୍ରିମିୟମ ଓ ଗୁଗଲ୍ ୱାନ୍‌ର ମାଗଣା ଟ୍ରାଏଲ୍ ଉପଭୋଗ କରିପାରିବେ ।
ଏହା ଉଚ୍ଚ ପ୍ରଦର୍ଶନକ୍ଷମ ଟି୧୯ ବାଇ-ଲେୟର ଗ୍ରାଫାଇଟ୍‌କୁ ନିୟୋଜିତ କରିଛି । ରେନୋ୧୦ରେ ଓପୋର ଡାଇନାମିକ୍ କମ୍ପ୍ୟୁଟିଂ ଇଞ୍ଜିନ୍ ଆପ୍ ଖୋଲିବା ବେଗକୁ ପୂର୍ବ ପିଢି ତୁଳନାରେ ୧୨% ଯାଏଁ ବୃଦ୍ଧି କରୁଛି । ଏହାବ୍ୟତୀତ ଏହା ୪୮ ମାସର ଫ୍ଲୁଏନ୍ସି ସହିତ ଆସୁଛି । ଏହାର ୨୪୧୨ଞ୍ଚ୧୦୮୦ପିଏକ୍ସ ସ୍କ୍ରିନ୍ ୯୫୦ ନିଟ୍‌ସର ଏଚ୍‌ଡିଆର୍ ବ୍ରାଇଟ୍‌ନେସ୍ ସହିତ ୧୦୦ କୋଟି କଲର୍ ପାଇଁ ସକ୍ଷମ ଅଟେ । ଆପଣ ଏଥିରେ ରିଅଲ୍ ଓରିଜିନାଲ ସାଉଣ୍ଡ ଟେକ୍ନୋଲୋଜି ସହିତ ଡୁଆଲ ଷ୍ଟେରିଓ ସ୍ପିକର୍ ପାଇପାରିବେ ଯାହା ଏକ ସରାଉଣ୍ଡ ସାଉଣ୍ଡ ଅନୁଭୂତି ପାଇଁ ଡିରାକ୍ ଦ୍ୱାରା ପରୀକ୍ଷୃତ ଅଟେ । ରେନୋ୧୦ ୫ଜି ଏକ ଇନ୍‌ଫ୍ରାରେଡ୍ ରିମୋଟ୍‌-କଂଟ୍ରୋଲ ଆପ୍ ସହିତ ଆସୁଛି ଯାହା ଆପଣଙ୍କୁ ଟିଭି, ଏସି ଓ ସେଟ୍‌-ଟପ୍ ବକ୍ସ ଭଳି ହୋମ୍ ଆପ୍ଲାଏନ୍ସଗୁଡିକୁ ଦୂରରୁ ନିୟନ୍ତ୍ରଣ କରିବାକୁ ଦେଇଥାଏ । ଏହାର ମଲ୍ଟି-ସ୍କ୍ରିନ୍ କନେକ୍ଟ ଫିଚର ସହିତ ରେନୋ୧୦ ୫ଜିକୁ ଏକ ପିସି କିମ୍ବା ଏକ ଟାବ୍‌ଲେଟ୍ ଭଳି ଅନ୍ୟ ଡିଭାଇସ୍‌ଗୁଡିକ ସହ କନେକ୍ଟ କରାଯାଇପାରିବ । ଏହାର ସ୍ମାର୍ଟ ଅଲ୍‌ୱେଜ୍‌-ଅନ୍ ଡିସ୍‌ପ୍ଲେ ଉପଭୋକ୍ତାଙ୍କୁ ଫୋନ୍‌କୁ ଅନ୍‌ଲକ୍ ନକରି ଫୁଡ୍ ଡେଲିଭରି ଆପ୍ ଯେପରିକି ସ୍ୱିଗି ଓ ଜୋମାଟୋ ଆଦିରେ ଅପ୍‌ଡେଟ୍ ଦେଖିବାକୁ ଦେଇଥାଏ ଏବଂ ସ୍ପଟିଫାଏରେ ମ୍ୟୁଜିକ୍ କଂଟ୍ରୋଲ କରିବାକୁ ଦେଇଥାଏ । ରେନୋ୧୦ ୫ଜି ଦୁଇ ବର୍ଷର ଓଏସ୍ ଅପ୍‌ଡେଟ୍ ଓ ୩ ବର୍ଷର ସୁରକ୍ଷା ଅପ୍‌ଡେଟ୍‌କୁ ସପୋର୍ଟ କରୁଛି ।

ସମସ୍ତ ପ୍ରଶ୍ନ/ସମସ୍ୟାଗୁଡିକୁ ଉତ୍ସର୍ଗୀକୃତ ବିଶେଷଜ୍ଞମାନଙ୍କର ଏକ ଟିମ୍ ଦ୍ୱାରା ୨୪ ଘଂଟା ମଧ୍ୟରେ ସମାଧାନ କରାଯିବ (ଏକ୍ସକ୍ଲୁସିଭ୍ ହଟ୍‌ଲାଇନ୍‌- ୯୯୫୮୮୦୮୦୮୦) । ଅଭିଯୋଗର ୭୨ ଘଂଟା ମଧ୍ୟରେ ସମସ୍ୟାର ସମାଧାନ ସହିତ ୧୩୦୦୦ରୁ ଅଧିକ ପିନ୍‌କୋଡ୍‌ରେ ମାଗଣା ପିକ୍‌ଅପ୍ ଓ ଡ୍ରପ୍ ସୁବିଧା ଉପଲବ୍ଧ ରହିଛି । ଓପୋ ସ୍ମାର୍ଟଫୋନ୍‌ଗୁଡିକର ସର୍ଭିସ୍‌/ରିପେୟାର ପାଇଁ ସୁଲଭ ଇଏମ୍‌ଆଇ ପ୍ରଦାନ କରୁଛି । ଗ୍ରାହକମାନେ ନିଜର ସୁବିଧା ମୁତାବକ ଇଏମ୍‌ଆଇ କିସ୍ତି ଓ ଅବଧି ଉପରେ ନିଷ୍ପତି ନେବା ପାଇଁ ବିକଳ୍ପ ପାଇବେ ।


Share It

Comments are closed.