ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା
ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ଟି-୨୦ ସିରିଜ୍ ଖେଳିବା ପାଇଁ ଆୟର୍ଲାଣ୍ଡ (ireland) ଗସ୍ତ କରିବ । ଏହି ଗସ୍ତ ପାଇଁ ଦଳ ଘୋଷଣା କରାଯାଇଛି । ଦଳର ପ୍ରମୁଖ ଖେଳାଳିଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସିରିଜରୁ ଜସପ୍ରୀତ ବୁମ୍ରା (Jasprit Bumrah) କ୍ରିକେଟ୍ ପଡ଼ିଆକୁ ଫେରିବେ । ତାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ମଧ୍ୟ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବରରେ ବୁମରା ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ଆୟର୍ଲାଣ୍ଡ ଗସ୍ତରେ କେବଳ ଯୁବ ଖେଳାଳି ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଆୟର୍ଲାଣ୍ଡ ଗସ୍ତ ପାଇଁ ରିତୁରାଜ ଗାଇକୱାଡଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି ।
ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଶେଷରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଜିତେଶ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ବୁମରାଙ୍କ ବ୍ୟତୀତ ଆଘାତରୁ ବାହାରକୁ ଆସିଥିବା ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ଦଳକୁ ଫେରିଛନ୍ତି । ଦୀର୍ଘ ସମୟ ପରେ ଶିବମ୍ ଦୁବେଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି ।
NEWS 🚨- @Jaspritbumrah93 to lead #TeamIndia for Ireland T20Is.
Team – Jasprit Bumrah (Capt), Ruturaj Gaikwad (vc), Yashasvi Jaiswal, Tilak Varma, Rinku Singh, Sanju Samson (wk), Jitesh Sharma (wk), Shivam Dube, W Sundar, Shahbaz Ahmed, Ravi Bishnoi, Prasidh Krishna, Arshdeep…
— BCCI (@BCCI) July 31, 2023
ବଡ ଖେଳାଳିମାନଙ୍କୁ ଦିଆଯାଇଛି ବିଶ୍ରାମ ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ର ସିରିଜ୍ ୧୮ ଅଗଷ୍ଟରୁ ଆରମ୍ଭ ହେବ । ଦ୍ୱିତୀୟ ଟି-୨୦ ୨୦ ଅଗଷ୍ଟରେ ଖେଳାଯିବ । ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ୨୩ ଅଗଷ୍ଟରେ ଖେଳାଯିବ । ଏସିଆ କପକୁ ଦୃଷ୍ଟିରେ ରଖି ଆୟର୍ଲାଣ୍ଡ ଗସ୍ତରୁ ସମସ୍ତ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ସିରାଜ ଭଳି ପ୍ରମୁଖ ଖେଳାଳି ଏହି ସିରିଜରେ ନଜର ଆସିବେ ନାହିଁ ।
ଯଦିଓ ଏହି ସିରିଜରେ ଦୁଇ ଖେଳାଳି ଫେରି ନାହାଁନ୍ତି । କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଅଧିକ ଗମ୍ଭୀର ହୋଇଛି । ବର୍ତ୍ତମାନ ଏସିଆ କପ୍ ପାଇଁ ଏହି ଦୁଇ ଖେଳାଳି ଉପଲବ୍ଧ ହେବେ କି ନାହିଁ ସେନେଇ ବିସିସିଆଇ ପକ୍ଷରୁ କୌଣସି ବିୟାନ ଦିଆଯାଇ ନାହିଁ ।
ଟିମ୍ ଇଣ୍ତିଆ: ଜସପ୍ରୀତ ବୁମ୍ରା (କ୍ୟାପଟେନ), ରିତୁରାଜ ଗାଇକୱାଡ, ଯଶସ୍ୱୀ ଜୌସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର
Comments are closed.