ସାମସଙ୍ଗ ପକ୍ଷରୁ ଭାରତରେ ଏହାର ୫୧୨ ଜିବି ବିଶିଷ୍ଟ ଶକ୍ତିଶାଳୀ ଗ୍ୟାଲାକ୍ସି ଏସ୧୦ ଲାଇଟର ଶୁଭାରମ୍ଭ


ଭୁବନେଶ୍ୱର – ଭାରତର ସବୁଠାରୁ ଅଧିକ ବିଶ୍ୱସ୍ତ ଉପଭୋକ୍ତା ଇଲେକ୍ଟ୍ରାନିକ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ, ଏହାର ସଫଳ ସାମସଙ୍ଗ ଗ୍ୟାଲେକ୍ସି ଏସ୧୦ ଲାଇଟର ୫୧୨ ଜିବି ସଂସ୍କରଣର ଶୁଭାରମ୍ଭ ଘୋଷଣା କରିଛି । ଗ୍ୟାଲାକ୍ସି ଏସ୧୦ ଲାଇଟକୁ ମିଲେନିଆଲଙ୍କ ପୃଥକ ଆବଶ୍ୟକତାରେ ପହଞ୍ଚିବା ଏବଂ ଏକ ସୁଲଭ ମୂଲ୍ୟରେ ଅଧିକ ଗ୍ରାହକଙ୍କ ପାଇଁ ପ୍ରିମିୟମ ବୈଶିଷ୍ଟ୍ୟ ନେଇଆଣିବା ପାଇଁ ଡିଜାଇନ କରାଯାଇଛି ।
ଗ୍ୟାଲାକ୍ସି ଏସ୧୦ ଲାଇଟ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ଏବଂ ୫୧୨ଜିବିର ନୂତନ ଷ୍ଟୋରେଜ ସହିତ ୮ଜିବି ର‌୍ୟାମରେ ବ୍ୟବସ୍ଥିତ ହୋଇ ଆସିଛି, ଯାହାକି ଏକ ଆକର୍ଷଣୀୟ ମଲଟି-ଟାସ୍କିଙ୍ଗ ଅନୁଭୂତି ସମେତ ଏକ ବିଶାଳ ଷ୍ଟୋରେଜ ଯୋଗାଇଥାଏ । ଗ୍ୟାଲାକ୍ସି ଏସ୧୦ ଲାଇଟର ସୁପର ଷ୍ଟେଡି ଅପ୍ଟିକାଲ ଇମେଜ ଷ୍ଟାବିଲାଇଜେସନ(ଓଆଇଏସ) ଜିମ୍ବାଲ ସଦୃଶ ଏକ ହାର୍ଡୱେଅର ଯାହାକି ବ୍ଲର ମୁକ୍ତ ଫଟୋ ଏବଂ ଭିଡିଓର ସୁନିଶ୍ଚିତତା ପାଇଁ କ୍ୟାମେରାକୁ ସମର୍ଥ କରାଇଥାଏ ।
ଗ୍ୟାଲାକ୍ସି ଏସ୧୦ ଲାଇଟ ବୁଦ୍ଧିମାନ ଶକ୍ତି ପରିଚାଳନା ସହିତ ଏକ ଦୀର୍ଘସ୍ଥାୟୀ ୪୫୦୦ ମେଗାହର୍ଜ ବ୍ୟାଟେରୀ ଏବଂ ୨୫ୱାଟ ସୁପର-ଫାଷ୍ଟ ଚାର୍ଜିଙ୍ଗ ସାମର୍ଥ୍ୟରେ ବ୍ୟବସ୍ଥିତ । ଗ୍ୟାଲାକ୍ସି ଏସ୧୦ ଲାଇଟ ଗେମ ବୁଷ୍ଟର ଏବଂ ଆପଣଙ୍କ ଗେମିଙ୍ଗ ଅନୁଭୂତିକୁ ଅନ୍ୟ ଏକ ସ୍ତରକୁ ନେବା ପାଇଁ ପରଫରମାନ୍ସ ମନିଟର ସହିତ ମଧ୍ୟ ବ୍ୟବସ୍ଥିତ ।
ଗ୍ୟାଲାକ୍ସି ଏସ୧୦ ଲାଇଟ ସାମସଙ୍ଗର ପାରମ୍ପରିକ ବିକଶିତ ଆପ ଏବଂ ସେବା ସମେତ ବିକ୍ସବାଏ(ଭିଜନ, ଲେନ୍ସ ମୋଡ, ରୋଟିନ୍‌ସ), ସାମସଙ୍ଗ ପେ ଏବଂ ସାମସଙ୍ଗ ହେଲଥ ଆଦିରେ ସୁସଜ୍ଜିତ ହୋଇଆସିଛି । ଏହା ଡିଫେନ୍ସ ସ୍ତରର ସିକ୍ୟୋରିଟୀ ପ୍ଲାଟଫର୍ମ ସାମସଙ୍ଗ ନକ୍ସ ସହିତ ସୁରକ୍ଷିତ ।
ଗ୍ୟାଲାକ୍ସି ଏସ୧୦ ଲାଇଟ -୫୧୨ ଜିବି ସଂସ୍କରଣ ତିନୋଟି ସୁନ୍ଦର ରଙ୍ଗ ଯଥା ପ୍ରିଜମ ହ୍ୱାଇଟ, ପ୍ରିଜମ ବ୍ଲାକ ଏବଂ ପ୍ରିଜମ ବ୍ଲୁ ସହିତ ସମଗ୍ର ରିଟେଲ ଷ୍ଟୋର, ସାମସଙ୍ଗ ଅପେରା ହାଉସ, ସାମସଙ୍ଗ ଇ-ସପ ଏବଂ ଅଗ୍ରଣୀ ଅନ୍‌ଲାଇନ୍ ପୋର୍ଟାଲଗୁଡ଼ିକରେ ଆସନ୍ତା ମାର୍ଚ୍ଚ ୧ ରୁ ଉପଲବ୍ଧ ହୋଇଯିବ । ଏହି ଡିଭାଇସର ମୂଲ୍ୟ ୪୪,୯୯୯ଟଙ୍କା ହୋଇଥିବାବେଳେ ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ସ୍ମାର୍ଟଫୋନ ପ୍ରତିବଦଳରେ ୫୦୦୦ଟଙ୍କା ପର୍ଯ୍ୟନ୍ତ ଏକ ଅତିରିକ୍ତ ଅପଗ୍ରେଡ ବୋନସ ପାଇପାରିବେ ।


Share It

Comments are closed.