ଭାରତରେ ଓପୋ ଏଫ ୭ର ଶୁଭାରମ୍ଭ


ଯୁବ ସମୟ- ଭାରତୀୟ ବଜାରରେ ପ୍ରବେଶ କରିଛି ଓପୋ ଭି ୭ । କମ୍ପାନୀର ସୂଚନା ମୁତାବକ ଏହା ଆଇ ଫୋନ ଏକ୍ସର ନକଲ ରୂପ ଅଟେ ।  ଏହି ସ୍ମାର୍ଟଫୋନଟି ୬.୨୩ ଇଞ୍ଚ ସ୍କ୍ରିୁନ ବିଶିଷ୍ଟ ହୋଇଥିବା ବେଳେ ଏହାର ସମାନା ଭାଗରେ ୨୫ ମେଗାଫିକ୍ସେଲର ଫ୍ରଣ୍ଟ କ୍ୟାମେରା ସହ ରିୟଲ ଟାଇମ ଏଚଡିଆର ମଧ୍ୟ ରହିଛି । ଏହି ଓପୋ ଏଫ ଅକ୍ଟା-କୋର ମିଡିଆ ଟେକ ହେଲିଓ ପି୬୦ ପ୍ରୋସେସର ରହିଛି । ଏହି ସ୍ମାର୍ଟଫୋନରେ ୪ଜିବି ରାମ ରହିଥିବା ବେଳେ ୬୪ ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଜି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଏହି ସ୍ମାର୍ଟଫୋନଟିର ପଛ ଭାଗରେ ୧୬ ଏମପିର ପ୍ରାଇମେରି କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ ୨୫ ମେଗାଫିକ୍ସେଲ ଫ୍ରଣ୍ଟ ସୁଟର କ୍ୟାମେରା ରହିଛ । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୮.୧ ରହିଥିବା ବେଳେ ୩୪୦୦ ଏମଏଏଚର ବ୍ୟାଟେରୀ ରହିଛି । ଏହି ସ୍ମାର୍ଟଫୋନଟି ଡାଇମଣ୍ଡ ବ୍ଲାକ, ମୁନଲାଇଟ ସିଲଭର , ସନରାଇଜ ରେଡ, ସୋଲାର ରେଡ ଭଳି ୩ଟି ରଙ୍ଗରେ ଉପଲବ୍ଧ ରହିଥିବା ବେଳେ ଏହାର ମୂଲ୍ୟ ୨୬,୯୯୦ ରହିଛି ।

Share It

Comments are closed.