ବିନା ଛୁଞ୍ଚିରେ ଟିକା ନେବେ ଶିଶୁ


ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଟିକାର ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ ଦିଆଯାଇଛି । କୋଭାକ୍ସିନ୍ କୁ ପରୀକ୍ଷଣ କରି ଡିସିଜିଆଇ ଅନୁମତି ଦେବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମଧ୍ୟମରେ ତାଲିମ ଦିଆଯିବ ।

ରାଜ୍ୟରେ ୨ ବର୍ଷରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ। ତେବେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସଙ୍ଗେ ଶିଶୁଙ୍କୁ ଟିକା ଦେବା ଆରମ୍ଭ କରାଯିବ ତେବେ ଟିକାକାରଣ କେନ୍ଦ୍ର ବଢାଇବାକୁ ପଡିବ । ଯେଉଁ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଏସଓପି ଆସିବ । ସେହି ଅନୁସାରେ ଟିକାକରଣ କରାଯିବ ।

ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍ ୭୮% ଓ ୧ କୋଟି ୩ ଲକ୍ଷ ଦ୍ବିତୀୟ ଡୋଜ୍ ୩୩% ଦିଆସରିଛି । ଶୁକ୍ରବାର ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟିକା ମହଜୁଦ ଅଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।


Share It

Comments are closed.