ଛାତ୍ରଛାତ୍ରୀଙ୍କ ଠାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସକୁ ମିଳୁଛି ଉତ୍ସାହ ଜନକ ସମର୍ଥନ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି ଉପକୁଳ ଓଡିଶାର ୩ଟି ଜିଲ୍ଲା ପୁରୀ, କେନ୍ଦ୍ରାପଡା ଏବଂ ଜଗତ୍‌ସିଂହପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୨ଟି ସ୍କୁଲ ଗସ୍ତ କରି ୬୧୬ଙ୍କ ଠାରୁ ୭୨ଟି ଆଇଡିଆ ସଂଗ୍ରହ କରିଛି ।

ଆଜି ଏହି ଯାତ୍ରା ଏବଂ ଏକ୍ସପ୍ରେସ ପୁରୀ ଜିଲ୍ଲାର ୪ଟି କଲେଜ୍ ଏବଂ ୧ଟି ବିଦ୍ୟାଳୟ ଯଥା ଏକ୍ସଆଇଏମ୍ ୟୁନିଭରସିଟି(ନୂଆ କ୍ୟାମ୍ପସ୍‌),ଏସ୍‌ସିଏସ୍ ଅଟୋନୋମୋସ୍ କଲେଜ୍‌, ସରକାରୀ ଆଇଟିଆଇ, ପୁରୀ, ସେଂଟ ଜାଭିଅର ହାଇସ୍କୁଲ(ପୁରୀ) ଏବଂ କଲେଜ ଅଫ ଫାର୍ମାସିଟିକାଲ ସାଇନ୍ସ କଲେଜ, କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଅଟୋନୋମସ୍ କଲେଜ ଏବଂ ଜଗତ୍‌ସିଂହପୁର ଜିଲ୍ଲାର ସୁଧନନ୍ଦ ବିଦ୍ୟାଳୟ, ଏସବିଏମ୍ ଅଟୋନୋମସ୍ କଲେଜ ଏବଂ ପାରାଦ୍ୱୀପ କଲେଜ ପରିଦର୍ଶନ କରିଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୨୩ ୫ଟି ଜିଲ୍ଲାର ୫୫ଟି କଲେଜ୍ ଏବଂ ୧୩ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୬୨୩୪ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୬୨୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି । ଏହି ଯାତ୍ରା ଆସନ୍ତା ୨୧ତାରିଖ ଦିନ ଯାଜପୁର ଜିଲ୍ଲାର ବିରଜା ମହିଳା ମହାବିଦ୍ୟାଳୟ, ଏନ୍‌ସି ଅଟୋନୋମସ୍ କଲେଜ, ବାବା ଭୈରବ ଅଟୋନୋମସେ୍ ମହାବିଦ୍ୟାଳୟ, କଳିଙ୍ଗ ନଗର ପଲିଟେକ୍‌ନିକ, ସରକାରୀ ପଲିଟେକ୍‌ନିକ ଏବଂ ମୁଗପାଲ ହାଇସ୍କୁଲରେ ପହଁଂଚିବ । ଏହା ସହ ନୟାଗଡ ଜିଲ୍ଲାର ମଡର୍ଣ୍ଣ ଡିଗ୍ରୀ କଲେଜ ଏବଂ ନୟାଗଡ ପ୍ରଜାମଂଡଳ ମହିଳା ମହାବିଦ୍ୟାଳୟ, ଯେବେକି ଗଂଜାମ ଜିଲ୍ଲାର ନିଷ୍ଟ ଏବଂ ଆଇ.ଆଇ.ଏସ୍‌.ଇ.ଆର କଲେଜ ଏବଂ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଗସ୍ତ କରିବ ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।


Share It

Comments are closed.