ରାଜସ୍ଥାନର ଶିକ୍ଷା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନକୁ “ଭମଶାହ ପୁରସ୍କାର’ ପ୍ରଦାନ

Share It

ଭୁବନେଶ୍ୱର: ରାଜସ୍ଥାନର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନକୁ ସମ୍ମାନଜନକ “ଭମଶାହ ପୁରସ୍କାର’ ପ୍ରଦାନ କରାଯାଇଛି ।
ଭମଶାହ ପୁରସ୍କାର ହେଉଛି ଉତ୍କର୍ଷତା ଓ ନବସୃଜନର ଏକ ପ୍ରତୀକ ଏବଂ ରାଜସ୍ଥାନର ଜୟପୁର ସହରସ୍ଥିତ ବିର୍ଲା ଅଡିଟୋରିୟମ୍‌ରେ ୨୭ତମ ଭମଶାହ ସମ୍ମାନ ୨୦୨୩ ସମାରୋହ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଲାଗି ଏବଂ ରାଜସ୍ଥାନର ଗ୍ରାମାଚଂଳରେ ଯୁବବର୍ଗଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିବାରୁ ରାଜସ୍ଥାନ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନକୁ ପ୍ରଶଂସା କରାଯାଇଛି ।
ପୁରସ୍କାର ପ୍ରଦାନ ସମାରୋହରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଶ୍ରୀ ବୁଲାକି ଦାସ କାଲା, ସଚିବ ତଥା କମିସନର ଶ୍ରୀ ନବୀନ ଜୈନ, ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ ଶ୍ରୀ କାନା ରାମ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ହୋଣ୍ଡା ପକ୍ଷରୁ ସିଏସ୍‌ଆର୍‌ର ପରିଚାଳନା ମୁଖ୍ୟ ଶ୍ରୀ ସତ୍ୟ ପ୍ରକାଶ ପାଟିଲ ଓ ସିଏସ୍‌ଆର୍‌ର ଡିଭିଜନ ମୁଖ୍ୟ ଶ୍ରୀମତୀ ଅନୁ ମେହତା ଓ ଅନ୍ୟ ପ୍ରତିନିଧିମାନେ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଭମଶାହ ପୁରସ୍କାର ଗ୍ରହଣ କରିଥିଲେ ।
ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରାଜସ୍ଥାନରେ କାର୍ଯ୍ୟକାରୀ କରାଯାଇଥିବା ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ଭିତିଭୂମି ବିକାଶ, ଶିକ୍ଷା ସମ୍ବଳ, ଶିକ୍ଷକ ତାଲିମ ଓ ଅଣ ଶିକ୍ଷା କାର୍ଯ୍ୟକଳାପରେ ଉନ୍ନତି । ଫାଉଣ୍ଡେସନ ପକ୍ଷରୁ ଆଧୁନିକ ଶ୍ରେଣୀ ଗୃହ, ପାଠାଗାର, ପରିମଳ ବ୍ୟବସ୍ଥା ଆଦି ନିର୍ମାଣ କରାଯାଇଛି । ଶିକ୍ଷାଦାନ ପଦ୍ଧତିକୁ ଆକର୍ଷଣୀୟ କରିବା ଲାଗି ଶିକ୍ଷଣୀୟ ଉପକରଣ ପ୍ରଦାନ କରାଯାଇଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନବ ଶିକ୍ଷାଦାନ ପଦ୍ଧତି ଓ ରଣନୀତି ବିଷୟରେ ଜଣାଇବା ପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ସେମାନଙ୍କୁ କ୍ରୀଡ଼ା, ସଙ୍ଗୀତ, କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ଅଣ ଶିକ୍ଷା କାର୍ଯ୍ୟକ୍ରମରେ ସାମିଲ କରାଯାଉଛି ।
ହୋଣ୍ଡାର ଏହି ଅଭିଯାନଗୁଡ଼ିକ ପ୍ରଭାବରେ ରାଜସ୍ଥାନରେ ପିଲାଙ୍କ ଉପସ୍ଥାନରେ ଉନ୍ନତି ହୋଇଥିବା ବେଳେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମ୍ ହୋଇଛି ଏବଂ ସେମାନଙ୍କ ପରୀକ୍ଷା ଫଳାଫଳରେ ଉନ୍ନତି ଘଟିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଅଭିଯାନର ସକାରାତ୍ମକ ପ୍ରଭାବକୁ ପ୍ରଶଂସା କରିଛନ୍ତି ।


Share It

Comments are closed.