ଓଡ଼ିଶା ଡିସକମ ପକ୍ଷରୁ ୧୭୦୦ରୁ ଅଧିକ ସ୍ଥାନୀୟ ଠିକାଦାରଙ୍କୁ ସହାୟତା; ରାଜ୍ୟବ୍ୟାପୀ ବିତରଣ ଲାଇସେନ୍ସ ହାସଲ କରିବା ପରଠାରୁ ୭୬୦୦ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ


ଏହି ସହଯୋଗିତାରେ ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ସମର୍ଥନ ସହ ରାଜ୍ୟର ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟିରେ ଯୋଗଦାନ
ଭୁବନେଶ୍ୱର: ରାଜ୍ୟର ଅର୍ଥନୈତିକ ଓ ଶିଳ୍ପ ବିକାଶ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସ୍‌କମ, ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ବିତରଣ କାର୍ଯ୍ୟ ହାତକୁ ନେବା ପରଠାରୁ ୭୬୬୧ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଛି । ସ୍ଥାନୀୟ ଠିକାଦାର ଏବଂ ଯୋଗାଣକାରୀଙ୍କୁ ସାମଗ୍ରୀ ଓ ସେବା ଭଳି ଦୁଇଟି ବ୍ୟାପକ ବର୍ଗରେ ଏହି ବରାଦ ପ୍ରଦାନ କରାଯାଇଛି ।
ଓଡ଼ିଶା ଡିସକମ- ଟିପି ସେଂଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ୧୭୩୨ ସ୍ଥାନୀୟ ବିକ୍ରେତା ଓ ଯୋଗାଣକାରୀଙ୍କ ସହ ଚୁକ୍ତି କରିଛନ୍ତି । ଏହି ସହଯୋଗୀ ଭାଗିଦାରୀ ଦୈନନ୍ଦିନ କାର୍ଯ୍ୟ ଏବଂ ସେବାଗୁଡିକ ପାଇଁ ମେରୁଦଣ୍ଡ ଭାବରେ କାର୍ଯ୍ୟ କରେ ଏବଂ ଏହା ସ୍ଥାନୀୟ ବିକ୍ରେତାମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ପାଇଁ ଉତ୍ସାହିତ କରିବା ଉପରେ ଅଧିକ ଧ୍ୟାନ ଦେଇଥାଏ । ସେବା କ୍ଷେତ୍ରରେ ମିଟର ରିଡିଂ, ବିଲିଂ, ନେଟୱାର୍କ ରକ୍ଷଣାବେକ୍ଷଣ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରି ଡିସକମଗୁଡ଼ିକ ମୋଟ ୬୦୮୭ କୋଟି ଟଙ୍କା ମୂଲ୍ୟର ୧୧୯୭ ଭେଣ୍ଡରଙ୍କୁ ବରାଦ ପ୍ରଦାନ କରିଛନ୍ତି । ସେହିପରି ସାରା ରାଜ୍ୟରେ ବିତରଣ ନେଟୱର୍କର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ପାଇଁ ବିତରଣ ଟ୍ରାନ୍ସଫର୍ମର, କେବୁଲ, ଖୁଂଟ, ଆଇଟି ହାର୍ଡୱେୟାର ଆଦି ସାମଗ୍ରୀ ଯୋଗାଣ ବର୍ଗରେ ଡିସକମଗୁଡ଼ିକ ୧୫୭୪ କୋଟି ଟଙ୍କା ମୂଲ୍ୟର ୫୩୫ଟି କାର୍ଯ୍ୟବରାଦ ପ୍ରଦାନ କରିଛନ୍ତି ।
ଟାଟା ପାୱାରର ସଭାପତି (ଟିଆଣ୍ଡଡି) ସଞ୍ଜୟ ବାଙ୍ଗା କହିଛନ୍ତି ଯେ, ‘ଓଡ଼ିଶା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପ କେନ୍ଦ୍ର ଭାବେ ଉଭା ହେଉଛି ଏବଂ ସ୍ଥାନୀୟ ଠିକାଦାର ଏବଂ ଯୋଗାଣକାରୀମାନେ ରାଜ୍ୟର ଅଭିବୃଦ୍ଧି କାହାଣୀ ରଚନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ସେବା କିଣିବା ପାଇଁ ଆମେ ସେମାନଙ୍କ ସହିତ ଅନେକ ଅର୍ଥପୂର୍ଣ୍ଣ ସହଯୋଗିତା ସ୍ଥାପନ କରୁଛୁ । ଆମେ ସେମାନଙ୍କୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ଏବଂ ଯୋଗାଣ

ଶୃଙ୍ଖଳା ପରିଚାଳନାରେ ସ୍ଥାନୀୟ ଯୁବକମାନଙ୍କୁ ନିୟୋଜିତ କରିବାକୁ ଉତ୍ସାହିତ କରୁଛୁ । ମେକ୍ ଇନ୍ ଓଡ଼ିଶା ପ୍ରୟାସକୁ ଶକ୍ତି ଦେଇ ଓଡ଼ିଶାକୁ ଅର୍ଥନୈତିକ ଅଭିଯାନରେ ସହଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’’

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ବ୍ୟାପକ ଶିଳ୍ପ ଅଭିବୃଦ୍ଧି ଘଟିଛି ଯାହା ସାମଗ୍ରିକ ବ୍ୟାବସାୟିକ ଦୃଶ୍ୟପଟକୁ ପରିବର୍ତନ କରି ସ୍ଥାନୀୟ ସମୁଦାୟର ଅର୍ଥନୈତିକ ସମୃଦ୍ଧି ଉପରେ ଯଥେଷ୍ଟ ପ୍ରଭାବ ପକାଇଛି । ରାଜ୍ୟରେ ସୁଲଭ, ଗୁଣାତ୍ମକ ଏବଂ ଭରସାଯୋଗ୍ୟ ବିଜୁଳି ଯୋଗାଣର ଉପଲବ୍ଧତା ଆଧାରରେ ରାଜ୍ୟରେ ଅନେକ ନୂତନ ବୃହତ ଏବଂ ଶକ୍ତି ଭିତିକ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି ।


Share It

Comments are closed.