ଏୟାରଟେଲ୍ ୪ଜି ସ୍ମାର୍ଟଫୋନ୍ ନେବା ଏବେ ଆହୁରି ସହଜ


ଭାରତୀ ଏୟାରଟେଲ୍ ପକ୍ଷରୁ ଏୟାରଟେଲ୍ର ୨ଜି ଏବଂ ୩ଜି ବ୍ୟବହାରକାରୀଙ୍କ ପାଇଁ ୪ଜି ସ୍ମାର୍ଟଫୋନ ନେବା ଆହୁରି ସହଜ କରାଯାଇଛି । ଏୟାରଟେଲ୍ ୪ଜି ସ୍ମାର୍ଟଫୋନ୍ ନେଉଥିବା ୨ଜି ଏବଂ ୩ଜି ଗ୍ରାହକମାନେ ୩୦ ଜିବି ମାଗଣା ଡାଟା ପାଇପାରିବେ । ସେହିପରି ଏହି ପଦକ୍ଷେପ ଅନ୍ତର୍ଗତ, ପ୍ରିପେଡ ଗ୍ରାହକମାନେ ପ୍ରତ୍ୟେକ ଦିନ ୧ଜିବି ମାଗଣା ଡାଟା ୩୦ ଦିନ ପର୍ଯ୍ୟନ୍ତ ଏବଂ ପୋଷ୍ଟ ପେଡ ଗ୍ରାହକମାନେ ସେମାନଙ୍କ ପ୍ରଥମ ବିଲ ସାଇକେଲ ଏବଂ ସେମାନଙ୍କ ପ୍ଲାନ ସୁବିଧାରେ ମାଗଣାରେ ୩୦ ଜିବିର ଡାଟା ପାଇପାରିବେ ।
ଏହି ପରିପ୍ରେକ୍ଷୀରେ, ଭାରତୀ ଏୟାରଟେଲର ସିଏମଓ ବାଣୀ ଭେଙ୍କଟେଶ କହିଛନ୍ତି ଯେ, “ଅନେକ ଲୋକମାନେ ୪ଜି ସ୍ମାର୍ଟଫୋନକୁ ଆପଣାଉଥିବା ବେଳେ ୩ଜି ଉପକରଣ ତଥା ଫିଚର ଉପକରଣ ବ୍ୟବହାର କରୁଥିବା ଉପଭୋକ୍ତାମାନେ ୪ଜି ସ୍ମାର୍ଟଫୋନକୁ ଅପଗ୍ରେଡ କରିପାରିବେ ଯାହାକି ଏକ ଉତ୍ତମ ନିଷ୍ପତ୍ତି ତଥା ଏକ ଲମ୍ବା ଅବଧିର ନିବେଶ ମଧ୍ୟ । ଏହା ଗ୍ରାହକଙ୍କୁ ଅନେକ ମାତ୍ରାରେ ଲାଭ ଦେବା ପରି କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଏବଂ ଏହି ପଦକ୍ଷେପ ସହିତ ଗ୍ରାହକମାନେ ୪ଜି ସ୍ପିଡର ଅନୁଭୂତିର ସୁଯୋଗ ପାଇପାରିବେ । ଉକ୍ତ ସେବାଟି ଲକ୍ଷାଧିକ ଗ୍ରାହକମାନଙ୍କୁ ସେମାନଙ୍କ ୪ଜି ସ୍ମାର୍ଟଫୋନ ବ୍ୟବହାର କରିବାର ଇଚ୍ଛା ପୂରଣ କରିପାରିବ ବୋଲି ଆମ୍ଭମାନଙ୍କର ବିଶ୍ୱାସ ।”
ଏହି ମେରା ପେହେଲା ସ୍ମାର୍ଟଫୋନ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଏହି ପଦକ୍ଷେପରେ ୪ଜି ସ୍ମାର୍ଟଫୋନକୁ ବ୍ୟୟସାପେକ୍ଷ କରିବା ପାଇଁ ଏୟାରଟେଲ ଅନେକ ସ୍ମାର୍ଟଫୋନ ପ୍ରସ୍ତୁତକାରୀ କମ୍ପାନୀ ସହିତ ସହଭାଗି ହୋଇଛି । ଏୟାରଟେଲ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କମ୍ପାନୀ ଯେପରିକି ସାମସଙ୍ଗ, ଇଣ୍ଟେକ୍ସ, କାର୍ବନ, ଲାଭା, ସେଲକନ, ମୋଟୋରୋଲା, ଲେନୋଭୋ, ନୋକିଆ, ଆଇଟେଲ, ଜେନ, କାର୍ବନ ଏବଂ ଲିଓ ଫୋନ ସହିତ ସହଭାଗିତା କରିଛି । ଏହି ଅଭିଯାନ ମାଧ୍ୟମରେ ଉକ୍ତ ସ୍ମାର୍ଟଫୋନ୍ ଗୁଡିକ ଆକର୍ଷଣୀୟ କ୍ୟାସବ୍ୟାକ ସହିତ ଡାଟା ଏବଂ ଅସିମୀତ କଲିଙ୍ଗର ସ୍ୱତନ୍ତ୍ର ସେବା ପ୍ରଦାନ କରୁଛି । ସେହିପରି ମାଇଁ ଏୟରଟେଲ ଆପରେ ୫୧୧୧୧ର ଟୋଲ ଫ୍ରି ନମ୍ବରରେ କଲ କରି ମାଗଣା ଡାଟା ସୁବିଧା ସମ୍ପର୍କରେ ଜାଣିପାରିବେ । ଅଧିକ ତଥ୍ୟ ପାଇଁ ବସକ୍ସଗ୍ଧରକ୍ଷ.ସଦ୍ଭ/୪ଶଙ୍କକ୍ଟ୍ରଶକ୍ସବୟର ୱେବସାଇଟ ଦେଖିପାରିବେ ।


Share It

Comments are closed.