ନୂଆ ହୋଣ୍ଡା ଆମେଜର ବୁକିିଂ ଆରମ୍ଭ


ହୋଣ୍ଡା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରେଲ ୬ରୁ ହୋଣ୍ଡା ଏହାର ନିୟୁ ଆମେଜର ବୁକିଂ ଆରମ୍ଭ କରିବ । ଏହି କାର ପାଇଁ ବୁକିଂ ରାଶି ୨୧,୦୦୦ ଟଙ୍କା ରହିଥିବା ବେଳେ କମ୍ପାନୀ ପକ୍ଷରୁ ମଧ୍ୟାନରେ ଏହାର େଓøପଚାରିକ ଶୁଭାରମ୍ଭ କରାଯିବ । ୨୦୧୮ ଅଟୋ ଏକ୍ସପୋ ସମୟରେ କମ୍ପାନୀ ଏହାର ନିୟୁ ହୋଣ୍ଡା ଆମେଜର ପ୍ରଦର୍ଶନ କରାଇଥିଲା, ଯାହାର କି ଡିଜାଇନ ଥାଇଲ୍ୟାଣ୍ଡରେ ପ୍ରସ୍ତୁତ ହୋଇଥିଲା ।
ଏହାର ବୈଶିଷ୍ଟ୍ୟତା ଦୃଷ୍ଟିରୁ ଏହା ପେଟ୍ରୋଲ ଏବଂ ଡିଜେଲ ଭଳି ୨ଟି ଭ୍ୟାରିଏଣ୍ଟରେ ଉପଲବ୍ଧ । ଏହାର ପେଟ୍ରୋଲ ଭ୍ୟାରିଏଣ୍ଟରେ ୧.୨ ଲିଟର ଆଇ-ଭିଟିଇସି ଇଞ୍ଜିନ ରହିଛି ଯାହାକି ୮୭ ବିଏଚପିର ଶକ୍ତି ଏବଂ ୧୧୦ଏମଏନର ପିକ ଟରକିୟୁ ପ୍ରଦାନ କରୁଥିବା ବେଳେ ଏହାର ଡିଜେଲ ଭ୍ୟାରିଏଣ୍ଟଟି ୧.୫ ଲିଟର ଆଇ-ଡିଟିଇସି ଇଞ୍ଜିନ ସହ ୯୮.୬ ବିଏଚପି ଏବଂ ୨୦୦ ଏନଏମର ପିକ ଟରକିୟୁରେ ଆସୁଛି । ଉଭୟ ଭ୍ୟାରିଏଣ୍ଟରେ ୫- ସ୍ପିଡ ମ୍ୟାନୁଆଲ ଗିୟରବକ୍ସ ରହିଥିବା ବେଳେ ପେଟ୍ରୋଲ ଭ୍ୟାରିଏଣ୍ଟଟି ସିଭିଟି ଅଟୋମେଟିକ ଗିୟରବକ୍ସ ରହିଛି ।
ଏହାର ଅନୁମାନିକ ମୂଲ୍ୟ ୬ ରୁ ୮ ଲକ୍ଷ ରହିଥିବା ବେଳେ ହୋଣ୍ଡା ଆମେଜ ଭାରତରେ ସବୁଠାରୁ ଅଧିକ ବିକ୍ରି କାର ଅଟେ ଏବଂ ଏହାର ନୂତନ ମଡେଲଟି ଅଧିକ ବିକ୍ରି ହେବାର ଆଶା ରହିଛି । ଏହି ନୂତନ ସଂସ୍କରଣଟି ମାରୁତି ସୁଜୁକି ଡିଜାଏର, ହୁଣ୍ଡାଇ ଏସ୍କେଣ୍ଟ, ଟାଟା ଟିଗ ଓ/ଜେଷ୍ଟ ଏବଂ ଫର୍ଡ ଆସପାଏର ଭଳି ଲୋକପ୍ରିୟ ହେବ ।


Share It

Comments are closed.