କ୍ୱିକ୍ ହିଲ୍ ପକ୍ଷରୁ ନୂତନ ପ୍ରତିଯୋଗିତାର ଅଫରର ଘୋଷଣା


ଭୁବନେଶ୍ୱର: ଅଗ୍ରଣୀ ଆଇଟି ସିକ୍ୟୁରିଟି ସଲ୍ୟୁସନ୍ ପ୍ରଦାନକାରୀ ସଂସ୍ଥା କ୍ୱିକ୍ ହିଲ୍ ଟେକ୍ନୋଲୋଜି ଲିମିଟେଡ୍ ତାମିଲନାଡ଼ୁ ବ୍ୟତୀତ ତା’ର ଦେଶବ୍ୟାପୀ ଗ୍ରାହକମାନଙ୍କ ପାଇଁ ‘କ୍ୱିକ୍ ହିଲ୍ ଖରିଦୋ ଦୁନିୟା ଦେଖୋ’ ପ୍ରତିଯୋଗିତା ଘୋଷଣା କରିଛି । ଆଜିଠାରୁ ଗ୍ରାହକମାନେ କ୍ୱିକ୍ ହିଲର ବିଭିନ୍ନ ଶୃଙ୍ଖଳ ଯଥା- କ୍ୱିକ୍ ହିଲ୍ ଟୋଟାଲ୍ ସିକ୍ୟୁରିଟି, କ୍ୱିକ୍ ହିଲ୍ ଇଣ୍ଟରନେଟ ସିକ୍ୟୁରିଟି, କ୍ୱିକ୍ ହିଲ୍ ଆଣ୍ଟିଭାଇରସ୍ ପ୍ରୋ ଆଦି କିଣି ମାଗଣାରେ ପ୍ୟାରିସ, ହଙ୍କକଙ୍ଗ କିମ୍ବା ଦୁବାଇ ଯିବାର ସୁଯୋଗ ପାଇପାରିବେ । ଏହି ପଦକ୍ଷେପର ଅଂଶ ସ୍ୱରୂପ କ୍ୱିକ୍ ହିଲ୍ ୨ ଭାଗ୍ୟଶାଳୀ ବିଜେତାଙ୍କୁ ପ୍ରତି ସପ୍ତାହରେ ସେମାନଙ୍କ ସ୍ୱପ୍ନର ସ୍ଥାନ ଭ୍ରମଣ କରାଇବା ପାଇଁ ଘୋଷଣା କରିଛି । ଏହା ସହିତ, ଏହି ପ୍ରତିଯୋଗିତା ଗ୍ରାହକମାନଙ୍କୁ କ୍ୱିକ୍ ହିଲର ପ୍ରତ୍ୟେକ ଉତ୍ପାଦ କିଣିବା ସମୟରେ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ପ୍ରଦାନ କରିବ ।

କୈଳାଶ କତ୍କର୍, ପରିଚାଳନା ନିର୍ଦ୍ଦେଶକ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, କ୍ୱିକ୍ ହିଲ୍ ଟେକ୍ନୋଲୋଜି ଲିମିଟେଡ୍ ପ୍ରକାଶ କରିଛନ୍ତି ଯେ, “କ୍ୱିକ୍ ହିଲର ‘କ୍ୱିକ୍ ହିଲ୍ ଖରିଦୋ ଦୁନିୟା ଦେଖୋ’ ପ୍ରତିଯୋଗିତା ଗ୍ରାହକମାନଙ୍କ ସହ ଯୋଡ଼ି ହେବା ପାଇଁ ଏକ ପ୍ରକୃଷ୍ଟ ଅଫର୍ । ଇଣ୍ଟରନେଟ ସଂଯୋଗର ବହୁଳତା ଯୋଗୁଁ ସାଇବର୍ ଅପରାଧିମାନେ ଅସୁରକ୍ଷିତ ଗ୍ରାହକମାନଙ୍କ ଡାଟା ସେମାନଙ୍କ ଡିଜିଟାଲ୍ ଉତ୍ପାଦରୁ ଚୋରି କରି ସେମାନଙ୍କୁ ନାନା କ୍ଷତି ପହଞ୍ଚାଉଛନ୍ତି । ଯେତେବେଳେ ଆମ ଗ୍ରାହକମାନେ କ୍ୱିକ୍ ହିଲ୍ ଉତ୍ପାଦ କିଣିବେ, ଏହି ପ୍ରତିଯୋଗୀତା ମାଧ୍ୟମରେ ଆମେ ସେମାନଙ୍କୁ ଆଇଟି ସିକ୍ୟୁରିଟି ସମାଧାନର ଗୁରୁତ୍ୱ ସମ୍ବନ୍ଧରେ ଅବଗତ କରାଇବା ହେଉଛି ଆମର ମୂଖ୍ୟ ଲକ୍ଷ୍ୟ ।”


Share It

Comments are closed.