ମୁଖବର୍ଣ୍ଣରୁ କିପରି ଜାଣିବେ ମନର କଥା ?


ଅନେକ ବ୍ୟକ୍ତି ନିଜ ମନକଥା ନିଜ ମନ ଭିତରେ ରଖିବାକୁ ପସନ୍ଦ କରନ୍ତି । ଅନ୍ୟ କାହା ଆଗରେ ଖୋଲି ଏମାନେ କିଛି କହିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଏଭଳି ମାନସିତକା ଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କ’ଣ ଚାଲିଛି ତାହା ଆପଣମାନେ ଜାଣିପାରିବେ । ଯାହାକି ସେମାନଙ୍କ ମୁହଁ ଆପଣଙ୍କୁ କହିବ । ଲୋକଙ୍କ ମୁଖବର୍ଣ୍ଣରେ ପରିବର୍ତ୍ତନ ଦେଖି ସେମାନଙ୍କ ମନର କଥା ଜାଣି ହେବ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି । ଆମେରିକାର ଓହିଓ ଷ୍ଟେଟ ୟୁନିଭର୍ସିଟି ଗବେଷକଙ୍କ କହିବା ଅନୁଯାୟୀ ଆମେ ସାମ୍ନା ଲୋକର ନାକ, ଭ୍ରୂଲତା, ଗାଲର ରଙ୍ଗ ଦେଖି ତାଙ୍କ ଭାବନା ବିଷୟରେ ଜାଣିପାରିବା ।

ଖୁସି କିମ୍ବା ଦୁଃଖି ଥିଲେ ମୁହିଁର ରଙ୍ଗ ରେ ଫରକ ଦିଶିବ । ତେବେ ମଣିଷର ମୁଖ୍ୟ ନର୍ଭ ସିଷ୍ଟମ ଏବଂ ମୁଖଭଙ୍ଗୀରେ ଭାବନାର ପରିପ୍ରକାଶର ସମ୍ପର୍କ ରହିଥିବା ପୂର୍ବରୁ କେହି ପ୍ରାମଣିତ କରି ନ ଥିଲେ । ଗବେଷକମାନେ ଏହି କଥା ପ୍ରମାଣ କରିବା ପାଇଁ କମ୍ପ୍ୟୁଟର ଗାଣିତକ ପଦ୍ଧତି ମଧ୍ୟ ଆପଣାଇଥିଲେ । ଫଳରେ ମୁଖବର୍ଣ୍ଣ ଦେଖି ଭାବନା ଜାଣିହେବ ବୋଲି ୯୦% ଶତ ହେଲା । ସବୁପ୍ରକାର ଭାବନାରେ ମୁଖବର୍ଣ୍ଣ ଭିନ୍ନ ହୋଇଥାଏ, ଖୁସି, ଦୁଃଖୀ, କ୍ରୋଧିତ କିମ୍ବା ଅତି ଖୁସି ହୋଇଥିଲେ ମୁହଁ ରଙ୍ଗ ବଦଳୀଯାଏ ବୋଲି ୟୁନିଭର୍ସିଟିର ପ୍ରଫ୍ସେର ଅଲିକ୍ସ ମାର୍ଟିନେଜ କହିଛନ୍ତି । ପିଏନଏସ ଜର୍ନାଲରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି


Share It

Comments are closed.