ମାଓ କାର୍ଯ୍ୟକଳାପରେ ନିୟୋଜିତ ଛୋଟ ଛୋଟ ପିଲା


ଗତ ସପ୍ତାହରେ ସଂଯୁକ୍ତ ରାଷ୍ଟ୍ରର ମହା ସଚିବ ଅଣ୍ଟୋନି ଗଟେରିସ ଏକ ତଥ୍ୟ ଜାରୀ କରାଯାଇଛି । ପ୍ରକାଶିତ ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ, ନକ୍ସଲପନ୍ଥୀମାନେ ଭାରତରେ ସୁରକ୍ଷା ବଳ ସହ ଲଢେଇ କରିବା ପାଇଁ ଛତିଶଗଡ ଏବଂ ଝାଡଖଣ୍ଡର ପିଲାମାନଙ୍କୁ ନିଜ ସଂଗଠନରେ ଭର୍ତ୍ତି କରାଉଛନ୍ତି । ଏହି ତଥ୍ୟର ପ୍ରତି ଉତ୍ତରରେ ସିଆରପିଏଫ ଯବାନ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।
‘ଚିଲ୍ଡରେନ ଇନ ଆରମ୍ଡ କନଫ୍ଲିକ୍ଟ ’ ନାମକ ଏକ ରିପୋର୍ଟ ମୁତାବକ ପୃଥିବୀରେ ୨୦ଟି ଦେଶରେ ପିଲାଙ୍କୁ ହତ୍ୟା ପାଇଁ ପ୍ରବର୍ତ୍ତାଇବା ସହ ଯୁଦ୍ଧ ନିମନ୍ତେ ଉସ୍କା ଯାଉଛି । ଏହି ଦେଶମାନଙ୍କ ମଧ୍ୟରେ ଭାରତ ସମେତ ସିରିୟା, ଆଫଗାନସ୍ଥାନ, ୟେମେନ, ଫିଲିପାଇନ୍ସ ଏବଂ ନାଇଜେରିଆ ମଧ୍ୟ ସାମିଲ ରହିଛି । ଖାସ କରି ଝାଡଖଣ୍ଡରେ ନକ୍ସଲପନ୍ଥୀ କିପରି ପିଲା ମାନଙ୍କୁ ନିଜ ସଂଙ୍ଗଠନରେ ଭର୍ତ୍ତି କରିବା ପାଇଁ ଏକ ଲଟରୀ ସିଷ୍ଟମର ବ୍ୟବହାର କରନ୍ତି ତାହା ଉଲ୍ଲେଖ କରାଯାଇଛି ।
ପିଲାମାନଙ୍କୁ ମାଓକାର୍ଯ୍ୟଳାପରେ ଭର୍ତ୍ତି ଏବଂ ତାଙ୍କୁ ବ୍ୟବହାର କରିବାର ସମସ୍ତ ତଥ୍ୟ ସଂଯୁକ୍ତ ରାଷ୍ଠ୍ରକୁ ଲଗାତାର ଭାବେ ମିଳୁଛି । ଏଥି ମଧ୍ୟରୁ ଦେଶରେ ଝାଡଖଣ୍ଡ ଏବଂ ଛତିଶଗଡର ନାମ ଆଗରେ ରହିଛି । ତଥ୍ୟ ଅନୁଯାୟୀ ଝାଡଖଣ୍ଡରେ ନକ୍ସଲପନ୍ଥି ନିଜ ସଂଙ୍ଗଠନରେ ଯୁବକମାନଙ୍କୁ ଭର୍ତ୍ତି କରିବା ପାଇଁ ଏକ ପ୍ରକାରର ଲଟରି ସିଷ୍ଟମର ବ୍ୟବହାର କରୁଛନ୍ତି । ପ୍ରକାଶିତ ତଥ୍ୟରେ ନକ୍ସଲ ସଂଙ୍ଗଠନରେ କେତେ ମାତ୍ରାରେ ପିଲାମାନେ ଭର୍ତ୍ତି ହୋଉଛନ୍ତି ଏହାର କୌଣସି ସଠିକ ପ୍ରମାଣ ନାହିଁ ।

ରିପୋର୍ଟରେ ସିଆରପିଏଫ ମୁଖ୍ୟ ରାଜିବ ରାଇ ଭଟ୍ଟନଗର କହିଛନ୍ତି ଯେ, ଲଟରି ସିଷ୍ଟମରେ ସେମାନେ ଏକ ଡ୍ର ଡାଉନ ସିଷ୍ଟମ ବ୍ୟବହାର କରୁଛନ୍ତି । ଏହି ସ୍ଲିପରେ ପିଲାମାନଙ୍କ ନାମ ଲେଖା ହୋଇଥିବ । ସ୍ଲିପରେ ଯେଉଁ ପିଲାଙ୍କ ନାମ ଉଠେ ସେମାନମଙ୍କୁ ହିଁ ସଂଙ୍ଗଠନରେ ଭର୍ତ୍ତି କରାଯାଉଛି । ଭର୍ତି ହେଉଥିବା ଏହି ପିଲାମାନଙ୍କ ବୟସ ୧୬ରୁ ୧୮ ବୟସ ହୋଇଥାଏ । ତାଙ୍କ ପରିବାର ପକ୍ଷରୁ ଏହା କୁହାଯାଏ ଯେ, ସେମାନେ ନକ୍ସଲପନ୍ଥୀଙ୍କୁ ତାଙ୍କର ଏକ ପିଲାକୁ ଦାନ କରିଦେଇଛନ୍ତି । ଯାହା ଫଳରେ ନକ୍ସଲରେ ଯୋଗ ଦେବା ପାଇଁ ପିଲାମାନଙ୍କୁ ନିଜ ପରିବାର ତରଫରୁ ଚାପ ପ୍ରଯୋଗ କରାଯାଇଥାଏ । ଏହି ପିଲାମାନଙ୍କ ମଧ୍ୟରେ ଅଧିକାଂଶ ପୁଅ ପିଲା ହୋଇଥାନ୍ତି ଯେଉଁମାନଙ୍କର ବୟସ ୧୬ ବର୍ଷରୁୁ ଅଧିକ ହୋଇଥାଏ । ନକ୍ସଲମାନେ ପାରମ୍ପରିକ ରୂପେ ଏହି ପିଲାମାନଙ୍କର ବ୍ୟବହାର କରିଥାନ୍ତି ଏବଂ ଏମାନଙ୍କୁ ହେୟାରଡ୍ରେସର ଓ ବାଲ୍ୟ ସୈନିକ ରୂପେ ଆଖ୍ୟା ପ୍ରଦାନକରିଥାନ୍ତି । ନକ୍ସଲ ଏନକାଉଣ୍ଟର ରୂପେ ଏମାନଙ୍କର ବ୍ୟବହାର କରାଯାଇଥାଏ । ଏହି ପିଲାମାନେ ନକ୍ସଲମାନଙ୍କର ଖବରଦାତା ଏବଂ ସୈନ୍ୟ ପ୍ରାଯୁକ୍ତିକ ଭାବେ କାମ କରିଥାନ୍ତ । ଏମାନଙ୍କର ମାତା ପିତା ନିଜର ଜୀବନ ବଞ୍ଚାଇବା ପୋଲିସ ଏହାର ଖବର ଦିଅନ୍ତି ନାହିଁ ।
ଏହି ତଥ୍ୟ ସଂଯୁକ୍ତ ରାଷ୍ଟ୍ରରେ ପକ୍ଷରୁ ଉଲ୍ଲେଖ ରହିଛି ଯେ, ୨୦୧୭ରେ ପୃଥିବୀର ସମସ୍ତ ଦେଶ ମଧ୍ୟରୁ ହୋଇଥିବା ସଂଘର୍ଷରେ ପ୍ରାୟ ୧୦,୦୦୦ ପାଖା ପାଖୀ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହତ ମଧ୍ୟ ହୋଇଛନ୍ତି । ଏହା ସମେତ ୮୦୦୦ ପିଲାଙ୍କୁ ନିଜର ସ୍ୱାର୍ଥ ରକ୍ଷା କରିବା ପାଇଁ ଯୁଦ୍ଧ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।


Share It

Comments are closed.