ବିସ୍ତାର ଯୋଜନା ସହ ପୁଣି ଫେରିବ ସାହାରା


ବହୁ ସମୟଧରୀ ଆର୍ଥିକ ସଙ୍କଟ ମଧ୍ୟରେ ଫସି ରହିଥିବା ସାହାରା ସମୁହ ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷସୁଦ୍ଧା ଏହି ସଙ୍କଟରୁ ସମ୍ପୂର୍ଣ୍ଣରୁପେ ମୁକ୍ତି ପାଇବା ପାଇଁ ଦମ୍ଭୋକ୍ତି ପ୍ରକାଶ କରିଛି । ସମୁହ ପକ୍ଷରୁ ଅନେକ ନୁଆ କ୍ଷେତ୍ରରେ ଏହାର ବ୍ୟବସାୟ ସମ୍ପ୍ରସାରଣ କରି ଭାରତୀୟ ଉଦ୍ୟୋଗରେ ଏକ ପ୍ରମୁଖ ସ୍ଥାନ ହାସଲ କରିବାର ଲକ୍ଷ୍ୟ ରଖାଯାଇଛି । ସାହାର ପକ୍ଷରୁ ବିଭିନ୍ନ ସମାଚାର ପତ୍ରରେ ବିଜ୍ଞାପନ ଦିଆଯାଇ ସେବି ନିକଟରେ ୨୦ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅର୍ଥ ଜମାକରାଯାଇଥିବା କୁହାଯାଇଛି । ଏହି ଅର୍ଥ ସେବି ନିକଟରେ ଗତ ୫ବର୍ଷ ଧରି ପଡି ରହିଛି । ଯେଉଁଥିରୁ କେବଳ ୯୧କୋଟି ନିବେଶକଙ୍କୁ ବର୍ତ୍ତମାନସୁଦ୍ଧା ଦିଆଯାଇଛି, ଯାହା ଦର୍ଶାଏ କମ୍ପାନୀ ଅଧିକାଂଶ ନିବେଶକଙ୍କୁ ଆଗରୁ ଅର୍ଥ ଦେଇସାରିଛି ।

ସାହାରା ସମୁହ ପକ୍ଷରୁ କୁହାଯାଇଛି କମ୍ପାନୀର ପୈଠ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜର ତର୍ଜମା ହେବାପରେ ସେବି ସାହାରା ଖାତାରେ ଥିବା ସମସ୍ତ ଅର୍ଥ କମ୍ପାନୀ ଫେରିପାରିବ । କମ୍ପାନୀ ଉପରେ ପ୍ରତିବନ୍ଧଥିବାହେତୁ ଏହା କୌଣସି ବି ବ୍ୟବସାୟ ସୁଯୋଗ ସୃଷ୍ଟି କରିପାରୁନାହିଁ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହାର ଲାଭାଂସରେ ୧୫ହଜାର କୋଟିର କ୍ଷତି ସହିବାକୁ ପଡିଛି । ଯେହେତୁ ୨୦୧୨କେବଳ ୬-୭ମାସ ମଧ୍ୟରେ କମ୍ପାନୀକୁ ନିବେଶକମାନଙ୍କୁ ୨୨ହଜାର କୋଟି ଟଙ୍କା ଫେରସ୍ତ କରିବାକୁ ପଡିଥିଲା ଯେବେକି ମୂଳ ଆର୍ଥିକ ଯୋଜନା ମୁତାବକ ୧୬-୧୭ବର୍ଷ ମଧ୍ୟରେ ଅଳ୍ପ ଅଳ୍ପ କରି ଫେରାଯିବା କଥା ।


Share It

Comments are closed.