୩୪ ବର୍ଷ ପରେ ମ୍ୟାଁମାରରେ ପ୍ରଥମ ଫାଶି ଦଣ୍ଡାଦେଶ, ଆକ୍ରମଣ ଓ ଗଣହତ୍ୟା ମାମଲାରେ ପୂର୍ବତନ ସାଂସଦ ସମେତ ୨ ଜଣଙ୍କୁ ମୃତ୍ୟୁଦଣ୍ଡ ଘୋଷଣା


ଦୀର୍ଘ ୩୪ ବର୍ଷ ବ୍ୟବଧାନ ପରେ ମ୍ୟାଁମାରରେ ପ୍ରଥମ ଫାଶି ଦଣ୍ଡାଦେଶ ଶୁଣାଣି ହୋଇଛି । ପୂର୍ବତନ ସାଂସଦଙ୍କ ସମେତ ଦୁଇଜଣ ଲୋକଙ୍କୁ ଏହି ଦଣ୍ଡ ଦିଆଯିବ ବୋଲି ରାୟ ଦେଇଛନ୍ତି କୋର୍ଟ ।

ପୂର୍ବର ଅଙ୍ଗ ସାନ ସୁ କି ସରକାରରେ ସାଂସଦ ଥିବା ଫ୍ୟୋ ଜେୟା ଥାଓ ଏବଂ ଗଣତନ୍ତ୍ରର ସମର୍ଥନ କରୁଥିବା କାର୍ଯ୍ୟକର୍ତ୍ତା କ୍ୟାବ୍‌ ମିନ୍‌ ୟୁ ଓରଫ ଜିମିଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଓ ଗଣହତ୍ୟା ଭଳି ଅଭିଯୋଗ ରହିଥିଲା । ଏହି ଅପରାଧ ପାଇଁ ଉଭୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ମ୍ୟାଁମାର ସରକାରର ଏହି ଆଦେଶକୁ ଜାତିସଂଘ ନିନ୍ଦା କରିଛି । ଦେଶରେ ୧୯୮୮ରେ ଶେଷଥର ପାଇଁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା ।


Share It

Comments are closed.