ଶରୀର ପାଇଁ ଉପକାରୀ ସୋରିଷ ତେଲ


ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୋରିଷ ତେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । କାରଣ ଏଥିରେ ଭରି ରହିଛି ଭିଟାମିନ୍, ଯାହା ଚର୍ମ ଓ କେଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଷ ତେଲର ଉପକାରୀତା ବିଷୟରେ ।

୧. ଶୁଷ୍କ ତ୍ୱଚାରୁ ରକ୍ଷା ପାଇବା ପାଇଁ ଲୋସନ୍ ବ୍ୟବହାର କରିବା ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବା ଅତ୍ୟନ୍ତ ଉପଯୋଗୀ । ଏହାକୁ ଶରୀରରେ ମାଲିସ କଲେ ଏହା ହାଡ଼ ମଜବୁତ କରିବା ସହ ଶୁଷ୍କପଣ ଦୂର କରିଥାଏ ।
୨. ରାତିରେ ଶୋଇଲାବେଳେ ସୋରିଷ ତେଲକୁ ତଳି ପାଦ ଓ ଗୋଡ଼ରେ ମାଲିସ କଲେ ଭଲ ନିଦ ହେବା ସହ ଥଣ୍ଡା ମଧ୍ୟ ହୋଇ ନଥାଏ ।
୩. ସୋରିଷ ତେଲ ଓ ରସୁଣକୁ ଫୁଟାଇ ଏହାକୁ ଶରୀରରେ ମାଲିସ କଲେ ଦେହ ହାତ ବଥା ଓ ଦରଜ ହୋଇ ନ ଥାଏ ।
୪. ଶୋଇଲାବେଳେ ନାକରେ ସୋରିଷ ତେଲ ପକାଇ ଶୋଇଲେ ସର୍ଦ୍ଦି ହେବାର ଆଶଙ୍କା କମ୍ ହୋଇଥାଏ ।
୫. ଏଥିରେ ଭିଟାମିନ୍ ତଥା ପ୍ରୋଟିନ୍ ଭରପୂର ଥିବାରୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ ।
୬. ସୋରିଷ ତେଲରେ ଅଧିକ ପରିମାଣରେ କ୍ୟାଲ୍ସିୟମ୍ ଓ ଆଇରନ୍ ରହିଛି । ତେଣୁ ଏହାକୁ ଖାଦ୍ୟରେ ବ୍ୟବହାର କଲେ ପ୍ରଦୁର ଶକ୍ତି ମିଳିଥାଏ ।
୭. ଏହାକୁ ଦେହରେ ଲଗାଇଲେ ମାଛି ବସିବାର ଆଶଙ୍କା କମ୍ ଥାଏ ।
୮. ଆଣ୍ଠୁ ଗଣ୍ଠି ତଥା ଆନ୍ୟାନ୍ୟ ଗଣ୍ଠି ସ୍ଥାନମାନଙ୍କରେ ସୋରିଷ ତେଲ ମାଲିସ୍ କରିବା ଦ୍ୱାରା ଦରଜ କମିଯାଇଥାଏ ।
୯. କେଶ ଝଡ଼ୁଥିଲେ ସୋରିଷ ତେଲ ମୁଣ୍ଡରେ ଲଗାଇବା ଦ୍ୱାରା କେଶଝଡ଼ା ବନ୍ଦ ହୋଇଥାଏ । ଏହା କେଶ ବଢ଼ାଇବା ସହିତ କେଶକୁ କଳା କରିଥାଏ ଓ ମୁଣ୍ଡରୁ ରୁପି ମଧ୍ୟ ଦୂର କରିଥାଏ ।

Share It

Comments are closed.