ଆସନ୍ତା ୨୯ ତାରିଖ ମହରମ୍ ଛୁଟି

Share It

ଚଳିତ ବର୍ଷ ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖରେ ମହରମ୍ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ, ବ୍ୟାଙ୍କ ଆଦି ଛୁଟି ରହିବ।


Share It

Comments are closed.