ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ପୂର୍ବରୁ ସମସ୍ତ ଦଳ ଆଜି ସେମାନଙ୍କର ଅନ୍ତିମ ସ୍କ୍ୱାଡ୍ ଘୋଷଣା କରିଛନ୍ତି । ଏହି ବିଷୟରେ ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ନିଲାମ ପୂର୍ବରୁ ସେମାନଙ୍କର ଫାଇନାଲ୍ ଟିମ୍ ଘୋଷଣା କରିଛି । ପୁଣିଥରେ ମହେନ୍ଦ୍ର ସିଂ ଧୋନି ସିଏସକେ ଅଧିନାୟକ ନଜର ଆସିବେ । ନିଲାମ ପୂର୍ବରୁ ଚେନ୍ନାଇ ଏହାର ଆଠ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି । ଏଥିରେ ଓଡ଼ିଶାର ଅଲରାଉଣ୍ଡର ସୁଭ୍ରାଂଶୁ ସେନାପତି ମଧ୍ୟ ସାମିଲ ଅଛନ୍ତି ।
ସୁଭ୍ରାଂଶୁ ସେନାପତି CSK ପାଇଁ ଦୁଇଟି ସିଜିନ୍ ଖେଳିଛନ୍ତି । ଆଇପିଏଲ୍ ୨୦୨୨ ନିଲାମରେ CSK ଦ୍ୱାରା ସୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ତାଙ୍କୁ ୨୦୨୩ ସିଜନ ପାଇଁ ଏମଏସ ଧୋନିଙ୍କ ଦଳରେ ରଖାଯାଇଥିଲା ।
CSK will be having 32.1cr left in their purse at the auction. pic.twitter.com/OxIUIoRePg
— Mufaddal Vohra (@mufaddal_vohra) November 26, 2023
CSK ଏହି ଖେଳାଳୀମାନଙ୍କୁ କଲା ରିଲିଜ୍
ଆପଣଙ୍କୁ କହି ରଖୁଛୁ ଯେ, ଆଇପିଏଲ୍ ୨୦୨୪ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବେନ୍ ଷ୍ଟୋକ୍ସ, ପ୍ରିଟୋରିୟସ୍, ଭଗତ ଭର୍ମା, ସୁଭ୍ରାଂଶୁ ସେନାପତି, ଅମ୍ବାତି ରାୟୁଡୁ, ଜାମିସନ୍, ଆକାଶ ସିଂ ଓ ସିସନ୍ଦା ମଗଲାକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳର କାର୍ଯ୍ୟଭାର କାରଣରୁ ସେ ଆଇପିଏଲ୍ ୨୦୨୪ ରେ ଖେଳି ପାରିବେ ନାହିଁ ବୋଲି ବେନ୍ ଷ୍ଟୋକ୍ସ ପୂର୍ବରୁ ଘୋଷଣା କରିସାରିଛନ୍ତି ।
ଆଠ ଖେଳାଳିଙ୍କୁ ରିଲିଜ୍ କରିବା ପରେ ଆଇପିଏଲ୍ ୨୦୨୪ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଫାଇନାଲ୍ ଦଳ ବର୍ତ୍ତମାନ ପ୍ରକାଶ ପାଇଛି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ପର୍ସରେ ୩୨.୧ କୋଟି ଟଙ୍କା ବାକି ଅଛି ।
ସିଏସକେ ଫାଇନାଲ ସ୍କ୍ୱାର୍ଡ: ଡୱେନ କନୱେ, ରୁତୁରାଜ ଗାଇକୱାଡ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଦୀପକ ଚହର, ମହିଷ ତିକ୍ଷଣା, ମାଥୀସା ପାଥିରାଣା, ମୁକେଶ ବରୁଣ।
Comments are closed.