ୱିକେଟକିପର ଭାବେ ବିରଳ ରେକର୍ଡର ଅଧିକାରୀ ହେଲେ ଧୋନି


ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ରିକେଟର ତିନୋଟି ଫର୍ମାଟରେ ୱିକେଟକିପର କ୍ୟାରିୟରରେ ୮୦୦ଟି ୱିକେଟ ନେଇ ଏର ବିରଳ ଇତିହାସ ରଚିଛନ୍ତି । ସେ ଶୁକ୍ରବାରକୁ ବାଙ୍ଗଲାଦେଶ ବିପକ୍ଷରେ ଖେଳାଯାଇଥିବା ଏସିଆ କପ ଫାଇନାଲରେ ମସରଫି ମୋର୍ତାଜାଙ୍କୁ ଷ୍ଟମ୍ପିଙ୍ଗ କରି ଏହି କୀର୍ତ୍ତି ହାସଲ କରିଛନ୍ତି ।
ଧୋନି ୯୦ଟି ଟେଷ୍ଟ ମ୍ୟାଚ ଖେଳୀ ୨୯୪ଟି ୱିକେଟ, ଦିନିକିଆରେ ୩୨୭ଟି ମ୍ୟାଚ ଖେଳି ୪୧୯ଟି ୱିକେଟ ଏବଂ ଟି-ଟ୍ୱଣ୍ଟି ଫର୍ମାଟରେ ୯୩ ଟି ମ୍ୟାଚ ଖେଳୀ ୮୭ ଟି ୱିକେଟ ହାସଲ କରି ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଧୋନିଙ୍କ ବ୍ୟତିତ ପୂର୍ବରୁ ସାଉଥ ଆଫ୍ରିକାର ପୂର୍ବତ୍ତନ ୱିକେଟକିପର ମାର୍କ ବାଉଚର ୯୯୮ଟି ୱିକେଟ ଏବଂ ଅଷ୍ଟ୍ରେଲିଆର ପୂର୍ବତ୍ତନ ୱିକେଟକିପର ଆଡମ ଗିଲ ଖ୍ରିଷ୍ଟ ୯୦୫ଟି ୱିକେଟ ହାସଲ କରିସାରିଛନ୍ତି ।
ସେପଟେ ଏସିଆ କପରେ ୱିକେଟକିପର ହିସାବରେ ସବୁଠାରୁ ଅଧିକ ୱିକେଟ ନେଇ ଧୋନି ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ସହିତ ସମାନ ହୋଇଯାଇଛନ୍ତି । ଉଭୟ ଏସିଆ କପରେ ୩୬-୩୬ଟି ୱିକେଟ ନେଇଛନ୍ତି । ତାଙ୍କ ପରେ ପାକିସ୍ତାନର ମୋଇନ ଖାନ ଯିଏକି ୧୭ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ପ୍ରକାଶ ଥାଉକି ଷ୍ଟମ୍ପିଙ୍ଗ କରିବା ମାମଲାରେ ଧୋନି ସବୁଠାରୁ ଆଗରେ ରହିଛନ୍ତି । ସେ ସମୁଦାୟ ୫୧୦ଟି ଆନ୍ତର୍ଜାତୀୟ ମ୍ୟାାଚ ଖେଳୀ ୧୮୪ ୱିକେଟ ଷ୍ଟମ୍ପିଙ୍ଗ କରି ନେଇଥିବାବେଳେ ଦ୍ୱିତୀୟରେ କୁମାର ସାଙ୍ଗାକାରା ୫୯୪ଟି ଆନ୍ତର୍ଜାତୀୟ ମ୍ୟାାଚ ଖେଳୀ ୧୩୯ ୱିକେଟ ଷ୍ଟମ୍ପିଙ୍ଗ କରି ନେଇଛନ୍ତି ଏବଂ ତୃତୀୟରେ ଶ୍ରୀଲଙ୍କାର ରୋମେଶା କାଲୁୱିତରଣା ୨୩୮ଟି ମ୍ୟାଚ ଖେଳୀ ୧୦୧ଟି ୱିକେଟ ଷ୍ଟମ୍ପିଙ୍ଗ କରି ନେଇଛନ୍ତି ।
ଏହା ସମେତ ଧୋନି ତିନୋଟି ଯାକ ଫର୍ମାଟରେ ୬୧୬ ଟି କ୍ୟାଚ ନେଇ ସାରିଥିବାବେଳେ ଟେଷ୍ଟରେ ୨୫୬, ଦିନିକିଆରେ ୩୦୬ ଏବଂ ଟି-ଟ୍ୱଣ୍ଟି ୫୪ଟି କ୍ୟାଚ ଧରିଛନ୍ତି ।


Share It

Comments are closed.