ନୁଭୋକୋ ୫ମ ସିଏସଆର ଇମ୍ପାକ୍ଟ ପୁରସ୍କାର ୨୦୧୮ରେ ସମ୍ମାନିତ


ଦେଶର ଅଗ୍ରଣୀ ନିର୍ମାଣ ସାମଗ୍ରୀ ନିର୍ମାତାଙ୍କ ମଧ୍ୟରୁ ଅନ୍ୟତ୍ତମ, ନୁଭୋକୋ ଭିସ୍ତାସ କ୍ରପ ଲିଃ. (ପୂର୍ବର ଲାଫରାଜ ଇଣ୍ଡିଆ ଲିଃ.) ସମ୍ପ୍ରତି ମହିଳା ଶଶକ୍ତିକରଣ ପାଇଁ ୫ମ ସିଏସଆର ଇମ୍ପାକ୍ଟ ପୁରସ୍କାର ୨୦୧୭-୧୮ର ବିଜେତା ହୋଇଛି । ନୁଭୋକୋର ପ୍ରୋଜକ୍ଟେ, ‘ସମୃଦ୍ଧି’ ପାଇଁ ପୁରସ୍କୃତ ହୋଇଛି ଯେଉଁଥିରେ ଆର୍ଥିକ ସମ୍ବଳ ନଥିବା ମହିଳାମାନଙ୍କୁ ଆର୍ଥିକ ଶଶକ୍ତିକରଣ କରିବା ପାଇଁ ପ୍ରୋତ୍ସାହନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପୁରସ୍କାର ରାଜ୍ୟସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗର କେନ୍ଦ୍ର ମନ୍ତ୍ରୀ. ଶ୍ରୀଯୁକ୍ତ ଅନନ୍ତ କୁମାର ହେଗଡେ ଉକ୍ତ କମ୍ପାନୀର ଟିମକୁ ପ୍ରଦାନ କରିଛନ୍ତି ।
ଏହି ପୁରସ୍କାର ପାଇଁ ୨୨ଟି ପୁରସ୍କାର ବିଜେତାଙ୍କୁ ସମସ୍ତ ୧୧୦ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ସ୍ତରୀୟ ପରୀକ୍ଷଣ ଦ୍ୱାରା ଜୁରି ରାଉଣ୍ଡରେ ଚୟନ କରାଯାଇଥିଲା । ଅନ୍ୟାନ୍ୟ ବିଭିନ୍ନ ବିଭାଗ ମଧ୍ୟରେ ଟାଟା ଷ୍ଟିଲ ଲିଃ, ସ୍ୱଦେଶ ଫାଉଣ୍ଡେସନ, ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ. ଇତ୍ୟାଦି ରହିଥିଲେ । ଏହି ପ୍ରୋଜେକ୍ଟ ସମୃଦ୍ଧି ବାରବେଡ, ଦେଉଳି, ଲତିୟାବନି, ମାଛବନ୍ଦା ଏବଂ ନିଧିରାମପୁରର ୧୨୦ ମହିଳାଙ୍କୁ ସମର୍ଥନ ପ୍ରଦାନ କରିଥିଲା । ସମୃଦ୍ଧ. ଅନେକ ମହିଳାଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହିତ ସେମାନଙ୍କୁ ଆର୍ଥିକ ଏବଂ ସାମାଜିକ ସ୍ତରରେ ସୁଦୃଢ କରିବାରେ ସକ୍ଷମ ହୋଇପାରିଛି ।
ଏହି ପରିପ୍ରେକ୍ଷୀରେ ସିଏସଆର ଏବଂ କର୍ପୋରେଟ ଆଫାୟର୍ସର ସ୍ୱତନ୍ତ୍ର ପ୍ରୋଜେକ୍ଟର ମୁଖ୍ୟ, ଜୟଦୀପ ଚାଟାର୍ଜି କହିଛନ୍ତିଯେ, “ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟରେ ନୁଭୋକୋ ସର୍ବଦା ଗ୍ରାମ ଏବଂ ସେମାନଙ୍କର ସମ୍ପ୍ରଦାୟର ବିକାଶ ପାଇଁ କାର୍ଯ୍ୟରତ । ସମୃଦ୍ଧି (ଛତୁ ଚାଷ ପ୍ରୋଜେକ୍ଟ) ମାଧ୍ୟମରେ ଆମ୍ଭେମାନେ ସର୍ବଦା ମହିଳାମାନଙ୍କୁ ଆର୍ଥିକ ଏବଂ ସାମାଜିକ ସ୍ତରରେ ସକ୍ଷମ କରିବା ପାଇଁ ଏବଂ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହିତ ସମକକ୍ଷ କରାଇବା ପାଇଁ ଚେଷ୍ଟା କରୁଛୁ । ଏହି ପୁରସ୍କାର କିପରି କ୍ଷୁଦ୍ର ତଥା ଦକ୍ଷ ଅଭିଯାନ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ ଏବଂ ଦୀର୍ଘକାଳୀନ ପରିବର୍ତ୍ତନ ସୃଷ୍ଟି କରିପାରିବ ତାହା ଦର୍ଶାଇବ ।”


Share It

Comments are closed.