ଭାରତୀ ଏୟାରଟେଲକୁ ହକି ବିଶ୍ୱକପରେ ସେବା ପାଇଁ ସମ୍ମାନୀତ


ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିକଟରେ ଆୟୋଜିତ ପୁରୁଷ ଆନ୍ତର୍ଜାତୀୟ ହକି ବିଶ୍ୱକପ୍ ସମୟରେ ସର୍ବୋତମ ନେଟ୍‌ୱର୍କ ଅନୁଭୂତି ପ୍ରଦାନ କରିଥିବାରୁ ଗତକାଲି (ବୁଧବାର) ଭାରତୀ ଏୟାରଟେଲ୍‌, ଓଡିଶାର ନେଟ୍‌ୱର୍କ ଟିମ୍‌କୁ ସମ୍ବର୍ନ୍ଧିତ କରିଛନ୍ତି । ଭାରତୀ ଏୟାରଟେଲ୍ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରିଥିବା ଭୁବନେଶ୍ୱର ଓ ରାଉରକେଲାର କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଲ୍‌ଟ୍ରାଫାଷ୍ଟ୍ ୫ଜି ନେଟ୍‌ୱର୍କ ସର୍ଭିସ୍‌ଗୁଡିକୁ ଲାଇଭ୍ କରିବା ପାଇଁ ଏକମାତ୍ର ସେବା ପ୍ରଦାତା ଥିଲା । ଭାରତୀ ଏୟାରଟେଲ୍‌ର ୯୦,୦୦୦ରୁ ଅଧିକ ସ୍ୱତନ୍ତ୍ର ଗ୍ରାହକ ଏହି ଲାଇଭ୍ ହକି ବିଶ୍ୱକପ୍ ମ୍ୟାଚ୍‌ଗୁଡିକ ସମୟରେ ୭୫ ଟେରାବାଇଟ୍‌ରୁ ଅଧିକ ଡାଟା ଉପଯୋଗ କରିଥିଲେ । ଏୟାରଟେଲ୍ ପୂର୍ବରୁ ଓଡିଶାର ୧୩ଟି ସହର ଯେପରିକି ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୂଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଆଦିରେ ୫ଜି ସେବା ଲଂଚ୍ କରିଛି ।


Share It

Comments are closed.