ମୋଟୋରୋଲା ପକ୍ଷରୁ ଏହାର ଫୋଲ୍ଡେବୁଲ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର୍ ୫ଜି ଉନ୍ମୋଚିତ


ଭୁବନେଶ୍ୱର: ମୋଟୋରୋଲା ପକ୍ଷରୁ ଭାରତରେ ଏହାର ପୂର୍ବ ପିଢିର ରେଜର୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର୍ ୫ଜିର ଶୁଭାରମ୍ଭ କରାଯାଇଛି । ଏକ ୱାଟର୍ ରିପେଲାଂଟ୍ ଡିଜାଇନ୍ ସହିତ ୨୦୦,୦୦୦ ପର୍ଯ୍ୟନ୍ତ ଫ୍ଲିପ୍‌କୁ ସହ୍ୟ କରିବା ପାଇଁ ଡିଜାଇନ୍ ହୋଇଥିବା ରେଜର୍ ୫ଜି ଅଧିକ ସ୍ଥାୟୀ ହେବା ସହିତ ସର୍ବୋତମ, ପ୍ରଥମ ଓ ଗେମ୍ ଚେଞ୍ଜିଙ୍ଗ୍ ଫିଚର୍‌ରେ ବ୍ୟବସ୍ଥିତ ରହିଛି । ଏହାର କିଛି ପ୍ରମୁଖ ଫିଚର ମଧ୍ୟରେ ଓଆଇଏସ୍ ସହିତ ବିଶ୍ୱର ସର୍ବାଧିକ ଉନ୍ନତ ୪୮ ଏମ୍‌ପି ଏଫ୍‌/୧.୭ ସେଲ୍‌ଫି କ୍ୟାମେରା (ଯାହାକୁ ଡିଭାଇସ୍ ଓପନ୍ ଥିବା ସମୟରେ ଏକ ପଛ କ୍ୟାମେରା ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ), ୩ଡି ଫର୍ମଡ୍ ଗ୍ଲାସ୍ ଓ ୭୦୦୦ ସିରିଜ୍ ଆଲୁମିନିୟମ ସହିତ ଏକ ମେଟାଲ ଓ ଗ୍ଲାସ୍ ବଡି, ଏକ ୨.୭ ଇଂଚ୍ ସେକେଣ୍ଡାରୀ କ୍ୱିକ୍ ଭ୍ୟୁ ଡିସ୍‌ପ୍ଲେ ଆଦି ସାମିଲ ରହିଛି । ରେଜର୍ ୫ଜି ଏକ ବିଶ୍ୱସ୍ତରୀୟ ଭାବେ ପ୍ରସ୍ତୁତ ୫ଜି ସ୍ମାର୍ଟଫୋନ୍ ହୋଇଥିବା ବେଳେ ଏଥିରେ ୨୫ରୁ ଅଧିକ ମାର୍କେଟ୍ ପାଇଁ ୫ଜି ସପୋର୍ଟ ରହିଛି ।
ରେଜର୍‌ର ୫ଜିର ଅପ୍‌ଡେଟେଡ୍ ଚିନ୍ ଡିଜାଇନ୍ ଡିଭାଇସ୍ ଆକାରକୁ ହ୍ରାସ କରିବା ସହିତ ୪ଟି ୫ଜି ଆଂଟିନା ମଧ୍ୟରୁ ଦୁଇଟି ସହିତ ୫ଜି ପ୍ରଦର୍ଶନକୁ ସକ୍ଷମ କରିଥାଏ । ଏହି ସମସ୍ତ ଫିଚର ୮ଜି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ସହିତ ଏକ ଉନ୍ନତ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୭୬୫ଜି ପ୍ରୋସେସର୍ ଦ୍ୱାରା ପରିଚାଳିତ । ନୂଆ ରେଜର୍ ସହିତ ଆପଣ ବିନା ରିଚାର୍ଜିଙ୍ଗ୍‌ରେ ସାରାଦିନ ଯାତ୍ରା କରିପାରିବେ । ରେଜର୍ ୫ଜିରେ ମାଇଁ ୟୁଏକ୍ସ ସହିତ ଗ୍ରାହକ ପସନ୍ଦ କରୁଥିବା ସମସ୍ତ ଉନ୍ନତ ଅନୁଭବ ସହିତ ଏକାଧିକ ନୂତନ ଫିଚର ସାମିଲ ରହିଛି, ରେଜର୍ ୫ଜି ଆଣ୍ଡ୍ରଏଡ୍ ୧୦, ୨ଟି ନିଶ୍ଚିତ ଓଏସ୍ ଅପ୍‌ଗ୍ରେଡ୍ ଓ ୩ ବର୍ଷର ସୁରକ୍ଷା ଅପ୍‌ଗ୍ରେଡ୍ ସହିତ ଆସୁଛି ।
ଏହା ବ୍ୟତୀତ ଏଚ୍‌ଡିଏଫ୍‌ସି କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଟ ଓ କ୍ରେଡିଟ୍ କାର୍ଡ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଉପରେ ୧୦,୦୦୦ ଟଙ୍କାର ତୁରନ୍ତ ରିହାତି/କ୍ୟାଶବ୍ୟାକ୍ ପରେ ଏହି ସ୍ମାର୍ଟଫୋନ ୧,୧୪,୯୯୯ ଟଙ୍କାର ଏକ ପ୍ରଭାବୀ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ବହୁ ପ୍ରତିକ୍ଷୀତ ମୋଟୋରୋଲା ରେଜର୍ ୫ଜି ଏକ ଅଲ୍‌ଟ୍ରା ସୋଫିଷ୍ଟିକେଟେଡ୍ ଓ ଉବର୍ ପ୍ରିମିୟମ ପଲିସ୍‌ଡ ଗ୍ରାଫାଇଟ୍ କଲର୍‌ରେ ଉପଲବ୍ଧ ହେବ । ସମସ୍ତ ପ୍ରମୁଖ ରିଟେଲ୍ ଷ୍ଟୋର୍ ଓ ଅନ୍‌ଲାଇନ୍‌ରେ ଫ୍ଲିପ୍‌କାର୍ଟରେ ୧,୨୪,୯୯୯ ଟଙ୍କା ମୂଲ୍ୟରେ ଏହାର ପ୍ରିବୁକିଙ୍ଗ୍ ଆସନ୍ତା ଅକ୍ଟୋବର ୫ ତାରିଖରୁ ଓ ସେଲ୍ ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହେବ । ଏହାଛଡ଼ା ଏଥିରେ ଆହୁରି ଅନେକ ଆକର୍ଷଣୀୟ ଅଫର ରହିଛି ।


Share It

Comments are closed.