ଓଡ଼ିଶାରେ ମୋଟୋରୋଲାର ୨୫ଟି ନୂଆ ମୋଟୋ ହବ୍


ମୋଟୋରୋଲା ମୋବିଲିଟି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଓ କଟକରେ ତା’ର ୨୫ଟି ନୂଆ “ମୋଟୋ ହବ୍” ଖୋଲିବାକୁ ଯାଉଛି । ମୋଟୋ ହବ୍ ହେଉଛି ଏକ ମୂଖ୍ୟ ସ୍ଥଳୀ, ଯେଉଁଠାରେ ଗ୍ରାହକ ମାନଙ୍କ ପାଇଁ ସମସ୍ତ ମୋଟୋରୋଲା ଉତ୍ପାଦ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ଏହା ମଧ୍ୟରେ ସ୍ୱତନ୍ତ୍ର ଭାବରେ କେବଳ ଅନଲାଇନରେ ମିଳୁଥିବା ଡିଭାଇସ ଯଥା ମୋଟୋ ଇ ପ୍ଲସ ଏବଂ ମୋଟୋ ଜି-ପ୍ଲସ ସହ ନୂତନଭାବେ ଶୁଭାରମ୍ଭ ହୋଇଥିବା ମୋଟୋ ଏକ୍ସ ଏବଂ ଜେଡ-ଫୋର୍ସ ଇତ୍ୟାଦି ରହିବ ।
ଜିଏଫକେ ଅନ୍ୟୁାୟୀ, ଓଡ଼ିଶା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏଠାରେ ପ୍ରତିମାସରେ ହାରାହାରି ୧.୭ ଲକ୍ଷ ସ୍ମାର୍ଟଫୋନ୍ ବିକ୍ରି ହୋଇଥାଏ । ଏଥିସହିତ ଭୁବନେଶ୍ୱର ଓ କଟକ ରାଜ୍ୟରେ ଦୁଇଟି ବଡ଼ ସହର, ଯେଉଁଠାରେ ସାରା ରାଜ୍ୟରେ ବିକ୍ରି ହେଉଥିବା ସ୍ମାର୍ଟଫୋନର ୨୦%ରୁ ଅଧିକ ସ୍ମାର୍ଟଫୋନ୍ କେବଳ ଏହି ସ୍ଥାନରେ ବିକ୍ରି ହୋଇଥାଏ ।
ସଞ୍ଜୟ ଭଟ୍ଟାଚାର୍ଯ୍ୟ, ଆଞ୍ଚଳିକ ସେଲ୍ସ ମୂଖ୍ୟ, ମୋଟୋରୋଲା ମୋବିଲିଟି ଇଣ୍ଡିଆ କହିଛନ୍ତିଯେ, “ଉକ୍ତ ବ୍ରାଣ୍ଡକୁ ଏକ ଉତ୍ତମ ପରିବେଶ ମାଧ୍ୟମରେ ଗ୍ରାହକଙ୍କ ନିକଟବର୍ତ୍ତୀ କରାଇବା ହେଉଛି ଆମର ଲକ୍ଷ୍ୟ । ମୋଟୋ ହବ୍ କନସେପ୍ଟ ସହିତ ଆମ୍ଭେମାନେ ସ୍ମାର୍ଟଫୋନ୍ ଗ୍ରାହକମାନଙ୍କୁ ଏକ ନୂଆ ରିଟେଲ୍ ଅନୁଭୂତି ପ୍ରଦାନ କରୁଛୁ, ଯେଉଁଥିରେ ସେମାନେ ବ୍ରାଣ୍ଡ ସହିତ ଭାବ ଆଦାନପ୍ରଦାନ କରି ତଥା ସଂପୃକ୍ତ ରହି ସ୍ମାର୍ଟଫୋନ୍ କ୍ରୟ ଉପରେ ଗୁରୁତ୍ୱ ଦେବେ । ”
ସମସ୍ତ ମୋଟୋ ହବ୍ ମାନଙ୍କରେ ମୋଟୋରୋଲା ମୋବାଇଲ୍ର ସମସ୍ତ ଶୃଙ୍ଖଳା ଯେପରିକି ମୋଟୋ ଇ, ମୋଟୋ ଇ ପ୍ଲସ୍, ମୋଟୋ ସି, ମୋଟୋ ସି ପ୍ଲସ୍, ମୋଟୋ ଜି ପରିବାରରର ମୋଟୋ ଜି ୫ଏସ୍ ପ୍ଲସ୍, ମୋଟୋ ଜି ୫ଏସ୍, ମୋଟୋ ଜି୫ ପ୍ଲସ୍, ମୋଟୋ ଜି୫ ଏବଂ ମୋଟୋ ଜେଡ୍ ସହିତ ମୋଟୋ ମୋଡ୍ ସହ ଅନ୍-ଇୟର୍ ଓ ଅନ୍-ଇୟର୍ ହେଡ୍ଫୋନ୍, ମୋଟୋ ସେଲ୍ ଓ କଭର୍ ଅଦି ମୋବାଇଲ୍ ସାମଗ୍ରୀ ଉପଲବ୍ଧ ।


Share It

Comments are closed.