ବିସିସିଆଇ ଆଦେଶକୁ ଆବମାନନା କଲେ ସାମି


ଭାରତୀୟ କ୍ରିକେଟ ଦଳ ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ବେଳେ ବୁଧବାର ଦିନ ଖେଳାଯାଇଥିବା ରଣଜୀ ଟ୍ରଫି ମ୍ୟାଚରେ ବିସିସିଆଇ ପକ୍ଷରୁ କରାଯାଇଥିବା ଆଦେଶକୁ ଅବମାନନା କରିଛନ୍ତି । ପୂର୍ବରୁ ବିସିସିଆଇ ପକ୍ଷରୁ ତାଙ୍କୁ ଏହି ଆଦେଶ ଦିଆଯାଇଥିଲା ସେ, ଆଗକୁ ଅଷ୍ଟ୍ରେଲିଆ ସିରିଜ ଥିବା ହେତୁ, ସେ ଯେପରି ୧୫-୧୬ରୁ ଅଧିକ ଓଭର ବୋଲିଂ ନକରନ୍ତୁ କିନ୍ତୁ ସାମି ଏହି ଆଦେଶକୁ ଅବମାନନା କରି ଚଳିତ ରଣଜୀ ଟ୍ରଫିର ଏକ ମ୍ୟାଚରେ ୨୬ ଓଭର ବୋଲିଂ କରିଛନ୍ତି ।
ମ୍ୟାଚ ଶେଷ ହେବାର ପର ଦିନ ଆୟୋଜିତ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ, ସାମି ଏହି ଘଟଣାକୁ ନେଇ ନିଜ ମତ ରଖିବା ସହ କହିଥିଲେ ଯେ, “ ଯେତେବେଳ ଆପଣ ନିଜ ଟିମ ପାଇଁ ଏବଂ ରାଜ୍ୟ ପାଇଁ ଖେଳୁଛନ୍ତି, ତେବେ ଆପଣ ନିଜ ପ୍ରତି ଥିବା କର୍ତ୍ତବ୍ୟକୁ ପୂରଣ କରିବା ନିହାତି ଆବଶ୍ୟକ ।”
ସାମି ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ଆଶ୍ୱସ୍ତି ଅନୁଭବ କରୁଛି ଏବଂ ମୋତେ କୌଣସି ପ୍ରକାରର ଅସୁବିଧା ହୋଇ ନାହିଁ । ବୋଲିଂ ଭଲ ହେଉଥିଲା ଏବଂ ୱିକେଟ ମଧ୍ୟ ମିଳୁଥିଲା, ସେଥିପାଇଁ ଯେତେ ଅଧିକ ଓଭର ବୋଲିଂ କରିହେବ, ତାହା ମୋ ପାଇଁ ଭଲ । ଅଧିକ ଓଭର ପର୍ଯ୍ୟନ୍ତ ବୋଲିଂ କରିବା ତାହା ମୋ ନିଷ୍ପତି ଥିଲା । ଅଭ୍ୟାସ ମ୍ୟାଚରେ ବୋଲିଂ କରିବା ଅପେକ୍ଷା ମ୍ୟାଚରେ ବୋଲିଂ କରିବା ଖୁବ ଭଲ ଅଟେ । ”
“ଅଭ୍ୟାସ ମ୍ୟାଚରେ ବୋଲିଂ କରିବା ଅପେକ୍ଷା ପ୍ରକୃତ ମ୍ୟାଚରେ ବୋଲିଂ କରିବା ତାହା ସବୁଠାରୁ ବୁଦ୍ଧିମାନ କାମ ଅଟେ । ଆଜିର ଏହି ପ୍ରସ୍ତୁତି ମୋତେ ଅଷ୍ଟ୍ରେଲିଆ ଟେଷ୍ଟରେ ବେଶ ଫାଇଦା ଯୋଗାଇବ । ମୁଁ ଭଲ ପ୍ରସ୍ତୁତି କରିଛି ଏବଂ ଏହା କୌଣସି ଦିନ କରିପାରିବି । ”
ପ୍ରକାଶ ଥାଉକି, ସାମି ବେଙ୍ଗଲ ତରଫରୁ ରଣଜୀ ମ୍ୟାଚ ଖେଳୁଛନ୍ତି । ବେଙ୍ଗଲ ଏବଂ କେରଳ ମଧ୍ୟରେ ଖେଳାଯାଇଥିବା ରଣଜୀ ମ୍ୟାଚରେ ବେଙ୍ଗଲ ପ୍ରଥମ ଇଂନିସରେ ୧୪୭ ରନ କରିଥିବା ବେଳେ ଏହା ଜବାବରେ କେରଳ ୨୯୧ କରିପାରିଥିଲା । କେରଳକୁ ୩୦୦ ରନ ଭିତରେ ଅଟକାଇ ରଖିବାର ପ୍ରମୁଖ ଭୂମିକା ସାମିଙ୍କର ହିଁ ଥିଲା । ତାଙ୍କର ବିଧ୍ୱସିଂ ବୋଲିଂ ଦ୍ୱାରା କେରଳ ୩୦୦ ରନ ଭିତରେ ସୀମିତ ରହିବା ପାଇଁ ସକ୍ଷମ ହୋଇଥିଲା ।


Share It

Comments are closed.